Header Ads Widget



BREAKING NEWS

6/recent/ticker-posts

ଭୁବନେଶ୍ବର ଭରତ ପୁର ବୋମା ଘଟଣା ରେ ବିଜେପି କୁ ଟାର୍ଗେଟ କଲା ବିଜେଡ଼ି।

    
ଭୁବନେଶ୍ୱର, :  ରାଜଧାନୀ ଭରତପୁରରେ ବୋମାମାଡ଼ ଘଟଣା
ଅପରାଧ ଜରିଆରେ ଶାସନ କଳକୁ ନିୟନ୍ତ୍ରଣ
କରୁଛି ବିଜେପି ବିକି ଅଭିଯୋଗ କରିଛି ।ସରକାରୀ ଜମି ହଡ଼ପ ପାଇଁ ହିଂସା ଘଟାଇଛନ୍ତି ବିଜେପି ମଣ୍ଡଳ ସଭାପତି
ଥାନାରେ ମହିଳା ପୋଲିସ୍ ଅଧିକାରୀ ବିଜେପି ନେତାଙ୍କ ଦ୍ୱାରା ଅସଦାଚରଣର ଶିକାର ହେଲେ ମଧ୍ୟ ସମସ୍ତେ ନୀରବ ବୋଲି ବିଜେଡ଼ି କହିଛି ।
   ପ୍ରଶାସନିକ କଳକୁ ନିଜ ଅକ୍ତିଆରକୁ ନେବା ପାଇଁ ଶାସକ ବିଜେପି ଅପରାଧକୁ ମାଧ୍ୟମ କରିଛି । ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ମୂଲ୍ୟବାନ ସରକାରୀ ଜମିକୁ ହଡ଼ପ କରିବା ପାଇଁ ବିଜେପି ସଂଗଠିତ ହିଂସାର ଆଶ୍ରୟ ନେଉଥିବା ବିଜୁ ଜନତା ଦଳ କହିଛି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, କିଛିଦିନ ତଳେ ଭରତପୁର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ବୋମାମାଡ଼ ଘଟଣାରେ ଶାସକ ବିଜେପି ଦଳର ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତି ରଞ୍ଜନ ଦାସ ଗିରଫ ହୋଇଛନ୍ତି । ଘଟଣାଦିନ ସଂଘବଦ୍ଧ ଭାବେ ପ୍ରାୟ ୨୦ ଜଣ ଯୁବକ ବୋମାମାଡ଼ କରି ୪ରୁ ୫ ଗାଡ଼ି ପୋଡ଼ି ଦେଇଥିଲେ । ଦୀର୍ଘଦିନ ଧରି ଭରତପୁର ଥାନା ଅଞ୍ଚଳରେ ଥିବା ମୂଲ୍ୟବାନ ସରକାରୀ ଜମି ଜବରଦଖଲ କରିବାରେ ଶାସକ ବିଜେପି ଦଳର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଆସୁଛି । ସରକାରୀ ପ୍ରୋତ୍ସାହନରେ ଆଇନକୁ ହାତକୁ ନେଇ ଶାସକ ଦଳର ଆଗଧାଡ଼ିର ନେତାମାନେ ସରକାରୀ ସମ୍ପତ୍ତିକୁ ହଡ଼ପ କରିବା କ’ଣ ସୁଶାସନର ନମୂନା କି ?
ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ, ସ୍ମୃତି ରଞ୍ଜନ ଦାସ ସ୍ଥାନୀୟ ସାଂସଦ ଓ ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ, ପୋଲିସ୍ ଓ ପ୍ରଶାସନର ଭୟ ଦେଖାଇ ରାଜଧାନୀର ଛାତି ଉପରେ ଏଭଳି ହିଂସା ଘଟାଇବା ପାଇଁ ସାହସ କରିପାରିଛନ୍ତି । କ୍ଷମତାକୁ ଆସିଲା ପରେ ସାରା ରାଜ୍ୟରେ ବିଜେପି ନେତାମାନଙ୍କ ଏଭଳି ଆଚରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମହିଳା ପୋଲିସ୍ ଅଧିକାରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାମାନେ ଦୁର୍ବ୍ୟବହାର କରିବାରେ ପଛାଉ ନାହାନ୍ତି । ସାରା ରାଜ୍ୟରେ ବାଲି, ମୋରମ ଭଳି ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଚାଲାଣକୁ ବିଜେପିର ପୃଷ୍ଠପୋଷକତାରେ ଅପରାଧୀମାନେ ନିୟନ୍ତ୍ରଣ କରୁଛନ୍ତି । ଏହାଦ୍ୱାରା ସରକାରୀ ରାଜସ୍ୱ କମୁଥିବା ବେଳେ, ବିଜେପି ନେତାମାନଙ୍କ ପକେଟ ଗରମ ହେଉଛି । ନୀତି ନୈତିକାର ପାଠ ପଢ଼ାଉଥିବା ବିଜେପି ନେତାମାନେ କ୍ଷମତାର ଅପବ୍ୟବହାର କରି ହିଂସା ମାଧ୍ୟମରେ ସରକାରୀ ସମ୍ପତ୍ତି ହଡ଼ପ କରିବା ଦୁର୍ଭାଗ୍ୟଜନକ । ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ, ଏ ଘଟଣାରେ ନିରପେକ୍ଷତାର ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।

Post a Comment

0 Comments