ପିପିଲି: ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ ହୋଇଯାଇଛି । ଯୁଧିଷ୍ଠିର ସ୍ମୁତି କମିଟି ପକ୍ଷରୁ ପିପିଲି ରେଜିଷ୍ଟି ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ତାଙ୍କ ପୁତ୍ର ପ୍ରିୟବ୍ରତ ସାମନ୍ତରାୟ, ପୁତ୍ରବଧୂ ମାମାଲି ସାମନ୍ତରାୟ , ଝିଅ ରାକ୍ଷୀ ସ୍ୱାଇଁ , ଜ୍ୱାଇଁ ନିହାର ରଞ୍ଜନ ସ୍ୱାଇଁ , ସାନ ଭାଇ ଧିରେନ୍ଦ୍ର ସାମନ୍ତରାୟ ଙ୍କ ସମେତ ପିପିଲି ଓ ଡେଲାଙ୍ଗ ଅଂଚଳର ଯୁଧିଷ୍ଠିର ଙ୍କୁ ଭଲ ପାଉଥିବା ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଯୁଧିଷ୍ଠିର ଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୁତିଚାରଣ କରିଥିଲେ । ପରେ ପିପିଲି, ମଙ୍ଗଳପୁର, ଏବଂ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।
ଏଥିସହ ପିପିଲିର ଵୃଦ୍ଧାଶ୍ରମ ଠାରେ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ପିପିଲି ବ୍ଲକ ଅଧ୍ୟକ୍ଷ ପୂର୍ଣଚନ୍ଦ୍ର ସ୍ୱାଇଁ , କଂଗ୍ରେସ ନେତା ମାନସ ଆଚାର୍ଯ୍ୟ, ଜିଲ୍ଳାପରିଷଦ ସଭ୍ୟ ସୁଶାନ୍ତ ମଲିକ,ନାରୀ ନେତ୍ରୀ ନିରୁପମା ପାତ୍ର, ବିଜୟ ଦାସ, ପ୍ରଦୁମ୍ନ ପରିଡା, ନରେଶ ଚନ୍ଦ୍ର ବସ୍ତିଆ, ଜିତୁ ପ୍ରକାଶ ପରିଡା , ବିଷ୍ଣୁ ଦଳେଇ, ବିରଞ୍ଚିନାରାୟଣ ମିଶ୍ର, ପ୍ରସନ କୁମାର ମହାପାତ୍ର ,କର୍ପୁର ଚନ୍ଦ୍ର ଜେନା, ଆବିଦ ଉଦିନ ଖାଁ, ସଞ୍ଜୟ କୁମାର ଶତପଥୀ, ଚନ୍ଦନ ସେଠି, ଲାଲାରାକେଶ ରାୟ , ସୁଧୀର କୁମାର ପ୍ରଧାନ, ବାନାମ୍ବର ସ୍ୱାଇଁ , ଖଲିଲୁର ରହେମନ, ବାପି ସର୍କଲ, ଅନ୍ତର୍ଯ୍ୟାମୀ ଦୀକ୍ଷିତ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
0 Comments