ପୁରୀ : ଗୀତ ଗାଇ ସରକାର ଙ୍କୁ ଦାବୀ ଜଣାଇଲେ ପିପିଲି ବ୍ଳକ ଜିପିଏଲ୍ଏଫ୍ କର୍ମୀ । ପିପିଲି ବ୍ଲକ୍ସ୍ତରୀୟ ଗୋଷ୍ଠୀ ସହାୟିକା କର୍ମୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ଆଜି ତୃତୀୟ ଦିନରେ ମହିଳା ମାନଙ୍କ ପାଖରେ ପହଞ୍ଚିଥିଲେ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ। ମହିଳା ମାନଙ୍କ ପ୍ରତି ଏ ସରକାରଙ୍କ ଏଭଳି ଆବେଗ କୁ ସେ ଘୋର ନିନ୍ଦା କରିବା ସହ ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ ଦେଇଥିଲେ । ପିପିଲି ବ୍ଳକ ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କ ଦ୍ଵାରା ସେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମହିଳା ମାନଙ୍କ ଦାବି ରଖିବେ ବୋଲି ସେ କହିଥିଲେ । ବିଜେଡି ଦଳ ମହିଳା ମାନଙ୍କର ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିବା ବେଳେ ଦାବି ପୂରଣ ନିମନ୍ତେ ଦଳର ବିଧାୟକ ଙ୍କ ଦ୍ଵାରା ଏହାକୁ ବିଧାନସଭାରେ ପ୍ରସଙ୍ଗ କରାଯିବ ବୋଲି ସେ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଗୋଷ୍ଠୀ ସହାୟିକା କର୍ମୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା ମୁଖ୍ୟ ଦାବୀ ରହିଥିବା ବେଳେ ସରକାର ଏଥିରେ ବ୍ୟତିକ୍ରମ ସୃଷ୍ଟି କରୁଛନ୍ତି । ଯେପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ କରିନାହାନ୍ତି, ସେପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ମହାସଂଘ ର ସଭାନେତ୍ରୀ ଗିତାଞ୍ଜଳୀ ପ୍ରଧାନ କହିଛନ୍ତି।
ଏହି ଅବସରରେ ଆନ୍ଦୋଳନ ସ୍ଥଳରେ ପୂବା ଶାସନ ପଞ୍ଚାୟତ ବ୍ୟାଙ୍କ ମିତ୍ର ଗୀତାଞ୍ଜଳି ନାୟକ ସରକାର ଙ୍କ ଅବଗତି ନିମନ୍ତେ ଏକ ଗୀତ ଉପସ୍ଥାପନ କରିଥିଲେ ଯାହା ର ଭାବ ପ୍ରବଣତା ହୋଇ ଆନ୍ଦୋଳନକାରୀ ମହିଳା ମାନେ ସେଠାରେ କାନ୍ଦିଥିଲେ, ଯାହାକି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆନ୍ଦୋଳନ ସ୍ଥଳରେ ପୂର୍ବତନ ବିଧାୟକ ଙ୍କ ସହ ପିପିଲି ବ୍ଳକ ଅଧ୍ୟକ୍ଷା ଦେବସ୍ବନୀ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୂର୍ବତନ ସରପଂଚ ପ୍ରକାଶ ଧଳଙ୍କ ସହ ବହୁ ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ।
0 Comments