ଯାଜପୁର : (ପ୍ରଦୀପ କୁମାର ମଲ୍ଲିକ ) : ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ଅବସରରେ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ବିଜେପି ପକ୍ଷରୁ କଳିଙ୍ଗ ସ୍ପୋର୍ଟିଂ କ୍ଲବ ସିଂହପୁର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ମହିଳା ମୋର୍ଚ୍ଚା ସଭନେତ୍ରୀ ବବିତା ମଲ୍ଲିକ ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ |
ଏହି ଶିବିରରେ ମୋଟ ୭୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା | ଏହି ଶିବିରରେ ବିଂଝାରପୁର ବ୍ଲକ ବିଜେପି ସଂଯୋଜକ ନିରଂଜନ ବେଉରିଆଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ବିଂଝାରପୁର ମେଡିକାଲ ର ଡ଼. ଏ.କେ.ସାହୁ , ଡ଼. ରତିକାନ୍ତ ଦାସ , ଯାଜପୁର ସାଂସଦଙ୍କ ପ୍ରତିନିଧି ପୁରୁଷୋତମ ବେହେରା , ଯାଜପୁର ସାସଂଦଙ୍କ କୃଷି ପ୍ରତିନିଧି ଜିତେନ୍ଦ୍ର ବିଶ୍ୱାଳ , ବିଂଝାରପୁର ଯୁବମୋର୍ଚ୍ଚା ସଭାପତି ଦେବେନ୍ଦ୍ର କୁମାର ମଲ୍ଲିକ , ବିଂଝାରପୁର ମହିଳା ମୋର୍ଚ୍ଚାର ସଭାପତି ଲୁସି ପରିଡା , ସିଂହପୁର ମଣ୍ଡଳ ସଭାପତି ଶ୍ରୀଧର ଜେନା , ଅରେଇ ମଣ୍ଡଳ ସଭାପତି ମନୋରଞ୍ଜନ ସାହୁ , କଲ୍ୟାଣପୁର ମଣ୍ଡଳ ସଭାପତି ସଞ୍ଜୟ ପତି , ବିଂଝାରପୁର ମଣ୍ଡଳ ସଭାପତି ଉତ୍ତମ କୁମାର ଦାସ , ଜ୍ୟୋତିପ୍ରକାଶ ନାୟକ , ଜ୍ଞାନ ରଂଜନ ଜେନା , ରମେଶ ମଲ୍ଲିକ , ଶୁକଦେବ ଦାସ , ସ୍ମୃତିରଞ୍ଜନ ସ୍ୱାଇଁ ଓ ମଞ୍ଜୁଲତା ମିଶ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ବିଜେପି କର୍ମୀ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ |
0 Comments