ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ପୁରୀ ର ଚନ୍ଦନପୁର ଥାନା ପୋଲିସ। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟଜିତ୍ ନାୟକ ଏବଂ ପୁରୀ ଏସପି ପ୍ରତୀକ ସିଂ। ପୁରୀ ଏସପି ପ୍ରତୀକ ସିଂ ଙ୍କ ସୂଚନା ଅନୁଯାୟୀ ଗତ ୨୦ ତାରିଖରେ ପୁରୀ ଚନ୍ଦନପୁର ଥାନା ସମଯାଜପୁର ଓଭର ବ୍ରିଜ ନିକଟରେ ରାଧାକାନ୍ତ ଜୁଏଲାରୀ ମାଲିକ ସଞ୍ଜୟ କୁମାର ଦାସ ଲୁଟ୍ ର ଶିକାର ହୋଇଥିଲେ। ଏକ ଚାରିଚକିଆ ଯାନରେ ସୁନାଗହଣା ସହିତ ଟଙ୍କା ନେଇ ଯାଉଥିବା ସମୟରେ ତିନିଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧକୁ ଦେଖାଇ ଲୁଟ୍ କରି ଫେରାର ହୋଇଯାଇଥିଲେ। ଏନେଇ ଚନ୍ଦନପୁର ଥାନାରେ ଅଭିଯୋଗ ହେବା ପରେ ପୁରୀ ପୋଲିସ୍ ର ଦୁଇଟି ଟିମ୍ ଗଠନ ହୋଇଥିଲା। ପୋଲିସ ର ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ସୁନାଗହଣା ସହିତ ଲକ୍ଷାଧିକ ଟଙ୍କା ଜବତ କରିଥିଲା। ଅଭିଯୁକ୍ତଙ୍କ ଠାରୁ ପୁରୀ ପୋଲିସ ୧୩୨ ଗ୍ରାମର ସୁନାଗହଣା, ୩୧ କେଜି ରୂପା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ବନ୍ଧୁକ ସହ ଦୁଇଟି ଜୀବନ୍ତ ଗୁଳି, ଗୋଟିଏ କାର, ବାଇକ ଏବଂ ୬ ଟି ମୋବାଇଲ ଫୋନ୍ ଜବତ କରିଛି। ଜବତ ସୁନା ଅଳଙ୍କାରର ମୂଲ୍ୟ ୭୮ ଲକ୍ଷ ୯୬ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଚନ୍ଦନପୁର ଥାନା ଅନ୍ତର୍ଗତ ଦୋଳଗୋବିନ୍ଦପୁରର ଟୁକୁ ନାୟକ, ପୁରୀ ଭିଆଇପି ରୋଡର ପ୍ରଶାନ୍ତ ପ୍ରଧାନ, ବିଶାଖାପାଟଣାର ଏମ୍ ଗୌତମ ଏବଂ ବାଲେଶ୍ବରର ଶୁଭ୍ରଜିତ ମହାନ୍ତି। ଘଟଣାରେ ୭ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଖୁବଶୀଘ୍ର ପୋଲିସ ଆଉ ତିନିଜଣଙ୍କୁ ଗିରଫ କରାଯିବ।ଏହି ଘଟଣାରେ ମୁଖ୍ୟ ମାଷ୍ଟର ମାଇଣ୍ଡ ହେଉଚି ଟୁକୁ ଏବଂ ପ୍ରଶାନ୍ତ ।
0 Comments