ପିପିଲି :ତା୨୩/୧୨/୨୦୨୫:- ପିପିଲି ବ୍ଲକ ଦାଣ୍ଡମୁକୁନ୍ଦ ପୂର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାସ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଉପସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ପରିଚାଳନା ସମିତି ତଥା ବିଦ୍ୱତ ପରିଷଦର ସଦସ୍ୟ ଶ୍ରୀଯୁକ୍ତ ବଳଭଦ୍ର ଦାସ, ଶ୍ରୀଯୁକ୍ତ ସତ୍ୟାନନ୍ଦ ଦାସ, ଶ୍ରୀଯୁକ୍ତ ପ୍ରକାଶ କୁମାର ମିଶ୍ର, ରଜନୀକାନ୍ତ ପଣ୍ଡା ରଣଜିତ୍ ପଣ୍ଡା, ଅଭୟ ମହାନ୍ତି, ମନୋଜ କୁମାର୍ ମହାନ୍ତି, ଶରତ କୁମାର ଘୋଡେ଼ଇ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅର୍ଜୁନ କୁମାର ମହାପାତ୍ର, ଆଚାର୍ଯ୍ୟ ଶ୍ରୀଯୁକ୍ତ ନଳିନୀ କାନ୍ତ ସାହୁ, ବିଜୟଲକ୍ଷ୍ମୀ ରଥ,ବିଜୟ ଲକ୍ଷ୍ମୀ ମହାନ୍ତି, ବିଜୟ କୁମାର ମହାନ୍ତି ତଥା ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଚିତ୍ତରଞ୍ଜନ ମହାରଣା, ବଂଶୀଧର ଦାସ, ଅଭିଷେକ ଲେଙ୍କା, ଶିଶିର କୁମାର ମହାନ୍ତି ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।୨୦୨୪ -୨୫ ଶିକ୍ଷା ବର୍ଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏଥିରେ ବହୁତ ସମାଜସେବୀ ମାନଙ୍କୁ ସମ୍ୱର୍ଦ୍ଧନା କରା ଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିର୍ସା ମୁଣ୍ଡା ନାଟକ ଖୁବ ଆଦୃତ ହୋଇଥିଲା। ଶିଶୁ ବାଟିକା କୁନି ପିଲାଙ୍କ ନାଚ ଗୀତ ଆକର୍ଷଣୀୟ ହୋଇ ଥିଲା।
0 Comments