ପୁରୀ: ମଣିଷ ରୁପରେ ଜନମିଲ ପ୍ରଭୁ ଭଗବାନ ।
ପଶୁଶାଳା ଠାରେ ଦୟାମୟ ଯୀଶୁ ହେଲ ଜନ୍ମ
ଯୋସେଫ୍ ମେରି ଙ୍କ ଥିଲ ପ୍ରଭୁତୁମେ ଜୀବଧନ
ଦୁଷ୍ଟ ନିବାରିବା ପାଇଁ ପ୍ରଭୁତୁମ ହେଲା ଜନ୍ମ
ବାରବରଷରେ ଆଧ୍ୟାତ୍ମିକ ରେ ମସ୍ଗୁଲ
ଯୋଡାନନଦୀ କୂଳେ ଦିକ୍ଷା ଗ୍ରହଣ କରିଥିଲ
ଯିଏ ଦିଏ ଦୁଃଖ ତାକୁ ଦିଅ ତୁମେ ମହାସୁଖ
ଆଶ୍ରୀବାଦ କର ଯିଏ ଦେଉଥାଏ ଅଭିଶାପ
ଏହି କଥା କହି ଯାଇଥିଲ ପ୍ରଭୁ ଯୀଶୁ ଖ୍ରୀଷ୍ଟ
ସାହା ହୁଅ ମୋତେ ଲେଖଇ ତୁମର ଏହିଗୀତ
କୃଷ ବିଧ କରି ମାରିଥିଲା ଯିଏ ତାହା ପାଇଁ
ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲ କ୍ଷମା ଦେବା ପାଇଁ
ଦୟା ଆଉ ଅଳି ଅନୁରୋଧ ମୋର ରଖିଦିଅ
ଶିଶୁଜନ୍ମ ନେଇଯିଶୁ ପ୍ରଭୁ ତୁମେ ଜନ୍ମ ନିଅ
ପାପର ନଇରୁ ସମସ୍ତ ଙ୍କୁ ତୁମେ ଛାଣିଦିଅ
ଜଗତ ଜୀବନ ଯୀଶୁ ପ୍ରଭୁତୁମେ ଦେଖାଦିଅ ।
ସତ୍ୟନାରାୟଣ ସିଂହ ପିପିଲି ପୁରୀ। ଯୁବ ସାମ୍ୱାଦିକ ,ପିପିଲି ମିଡିଆ ୟୁନିୟନର ସହ ସମ୍ପାଦକ।


.jpg)
0 Comments