Header Ads Widget



BREAKING NEWS

6/recent/ticker-posts

ଅ।ଜି ହେଉଛି ପବିତ୍ର ଶାମ୍ଵ ଦଶମୀ ।

 
ପୁରୀ: ପିପିଲି ୩୦/୧୨/୨୫ ,: ଅ।ଜି ହେଉଛି ପବିତ୍ର ଶାମ୍ଵ ଦଶମୀ । ଏଥିପାଇଁ ଚଳଚଂଚଳ ହୋଇ ଥାଏ  କୋଣାର୍କ ଚନ୍ଦ୍ରଭାଗା ପୀଠ । ପରିବାରର ମଙ୍ଗଳକାମନାକରି ଏକାଠି ହୋଇଥାଆନ୍ତି ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ପୀଠରେ । ଶ୍ରଦ୍ଧାଳୁ ମାନେ ପ୍ରାତଃ ସମୟରେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଦୀପଦାନ କରିବା ସହିତ ପୂଜାର୍ଚ୍ଚନା କରି ପିଲାଙ୍କର ମଙ୍ଗଳାକାମନା କରିଥାନ୍ତି । ଆଜିର ଦିନରେ ପ୍ରାତଃ ସମୟରେ ସୂର୍ଯ୍ୟଙ୍କୁ ଆରାଧନା କଲେ ନାନାଦି ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ଵାସ ରହି ଥାଏ,ଏହି ବିଶ୍ଵାସ ନେଇ  ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ ଚନ୍ଦ୍ରଭାଗାରେ । ପୈାରାଣିକ କଥାନୁସାରେ ଶ୍ରୀକୃଷ୍ଣଙ୍କର ପୁଅ ଶାମ୍ଵ ଆଜିର ଦିନରେ ସୂର୍ଯ୍ୟଙ୍କୁ ଉପାସନା କରି କୃଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ଏହି ବିଶ୍ଵାସ ରେ ଶ୍ରଦ୍ଧାଳୁ ମାନେ ନିଜ ପିଲା ମାନଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ଦେବା ପାଇଁ ଚନ୍ଦ୍ରଭାଗାରେ ସୂର୍ଯ୍ୟପୂଜା କରିଥାନ୍ତି ।
   ଆଜିର ଦିନ ରେ ସୂର୍ଯ୍ୟଙ୍କୁ ଉପାସନା କଲେ ମହାପୂର୍ଣ୍ଣ ମିଳି ଥାଏ ବୋଲି ବିଶ୍ବାସ ରହି ଥିବା କାରଣ ରୁ ଏହି ଶାମ୍ବ ଦଶମୀ ଦିନ ପିପିଲି ଦାଣ୍ଡ ମୁକୁନ୍ଦପୂର୍ ବାସୁଦେବ ପୁର ଗ୍ରାମ ରେ ଆୟୋଜନ ହୋଇ ଥାଏ  ସୌର ମହାଯଜ୍ଞ।  ବାସୁଦେବ ପୁର ସ୍ଥିତ ମୁରୁଲି ମନୋହର ମନ୍ଦିର ପ୍ରାଙ୍ଗଣ ରେ ଏହି ଶାମ୍ବ ଦଶମୀ ଦିନ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି ।
ଆଜିର ଦିନରେ ଗୋ ପୂଜନ,ସାମୁହିକ ବେଦପାଠ ସହିତ ସଙ୍କୀର୍ତ୍ତନ ହୋଇଥିଲା। ବିଶେଷ କରି  ନାରାୟଣ ଦାସ ରଥ ଶର୍ମା,ପ୍ରଭାତ ମହାପାତ୍ର,ବାଲୁଙ୍କେଶ୍ୱର ପ୍ରଧାନ,ପ୍ରସନ ଦାସ,ରାଜେଶ୍ ଦାସ, ଶୋଭନ ପଟ୍ଟନାୟକ ଙ୍କ ଏହି କାର୍ଯ୍ୟକ୍ରମ କୁ ଆୟୋଜିତ କରି ସୌର ମହାଯଜ୍ଞ କାର୍ଯ୍ୟ କରି ଆସୁଛନ୍ତି ।

Post a Comment

0 Comments