ପୁରୀ: ୨୯/୧୨/୨୫: ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପୁରୀ କୁ ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରେ ରୂପାନ୍ତରିତ କରିବା ପାଇଁ ରାଜ୍ୟ ସରକାର ଙ୍କ ଯୋଜନା ରହିଛି । ବୃହତ୍ ପୁରୀ ସହର ତଥା ଗ୍ରେଟର ପୁରୀ ସିଟି ନେଇ ରାଜ୍ୟ ସରକାର ଙ୍କ ପରିକଳ୍ପନା ରହିଚି। ସିଙ୍ଗାପୁର ଭଳି ଗ୍ରେଟର ପୁରୀ ସିଟି ର ଭିତ୍ତିଭୂମି ର ବିକାଶ କରାଯିବ। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଥି ପାଇଁ ପ୍ରସ୍ତୁତି ଆରଂଭ ହୋଇସାରିଛି। ପ୍ରାଥମିକ ପର୍ଯ୍ୟାୟରେ ପୁରୀ ପୌରପାଳିକା କୁ ମହାନଗର ନିଗମ କରାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ପ୍ରସ୍ତାବିତ ପୁରୀ ମହାନଗର ନିଗମ ରେ ପୁରୀ ସହର ଉପକଣ୍ଠ ରେ ଥିବା ପୁରୀ ସଦରବ୍ଳକ ଓ ବ୍ରହ୍ମଗିରି ବ୍ଲକ୍ ର ମୋଟ ୯ ଟି ପଞ୍ଚୟତ ର ୩୧ ଟି ରାଜସ୍ୱ ଗ୍ରାମ ସାମିଲ ହେବ। ଏଥିରେ କାହାର କିଛି ଆପତ୍ତି ଅବା ପ୍ରସ୍ତାବ ଥିଲେ ତାହାକୁ ପୁରୀ ଜିଲାପାଳ ଙ୍କ ଜରିଆରେ ସରକାର ଙ୍କୁ ପ୍ରଦାନ କରିବା ପାଇଁ ଚଳିତ ମାସ ୨୯ ତାରିଖ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଆଗାମୀ ଦିନରେ ଖୁବ୍ ଶୀଘ୍ର ପୁରୀ ମହାନଗର ନିଗମ ନେଇ ଗେଜେଟରେ ପ୍ରକାଶ ପାଇବ।
ପୁରୀ ମହାନଗର ନିଗମ ରେ ପୁରୀ ସଦର ବ୍ଳକ ର ବାଲିଗୁଆଳି, ସମଙ୍ଗରା, ବେଲଦଳ, ଗୋପିନାଥପୁର, କାଶୀହରିପୁର, ବୀରହରେକୃଷ୍ଣପୁର, ସମଙ୍ଗ, ଶାସନଦାମୋଦରପୁର ୮ ଟି ପଞ୍ଚାୟତ ଥିବା ବେଳେ ବ୍ରହ୍ମଗୀରି ବ୍ଲକ୍ ର ଏକ ମାତ୍ର ପଞ୍ଚୟତ ଗୋରୁଆଳ ରହିଚି। ଏହି ୯ ଟି ପଞ୍ଚାୟତ ର ୩୧ ଟି ରାଜସ୍ୱ ଗ୍ରାମ ପୁରୀ ମହାନଗର ନିଗମ ତଥା ଗ୍ରେଟର ପୁରୀ ରେ ସାମିଲ ହେବ। ଆଗାମୀ ଦିନରେ ପୁରୀ ସହର ସମ୍ପ୍ରସାରଣ ହେବାକୁ ଥିବା ବେଳେ ସିଙ୍ଗାପୁର ଢାଞ୍ଚାରେ ହେବ ଭିତ୍ତିଭୂମି ବିକାଶ। ନୁଆ ଟାଉନ ପ୍ଲାନିଂ ସ୍ଲିମ ମଧ୍ୟ କାର୍ଯ୍ୟକାରୀ କରାଯିବ। ବୃହତ୍ ପୁରୀ ସହର ଗଠନ ନେଇ ପୁରୀ ଜିଲା ପ୍ରଶାସନ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ ଅଞ୍ଚଳ ରେ ବହୁତଳ ଆବାସିକ ଆପାର୍ଟମେଣ୍ଟ ନିର୍ମାଣ କରାଯିବ। ପୁରୀ ଠାରୁ କୋଣାର୍କ ପର୍ଯ୍ୟନ୍ତ ପର୍ଯ୍ୟଟନ କାର୍ଯ୍ୟକଳାପ ତ୍ୱରାନ୍ୱିତ କରାଯିବ । ସମୁଦ୍ରତଟ ଆଧାରିତ ପର୍ଯ୍ୟଟନ, ଐତିହ୍ୟ ଓ ସଂସ୍କୃତିକ ପର୍ଯ୍ୟଟନ, ସ୍ଥାନୀୟ ଅର୍ଥନୀତି କୁ ସୁଦୃଢ଼ କରିବା ପାଇଁ ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ। ପୁରୀ ସହର ରେ ଥିବା ସୁଦୀର୍ଘ ବେକଭୂମି ବ୍ୟାପକ ପର୍ଯ୍ୟଟନ ସମ୍ଭାବନା ରହିଚି। କିନ୍ତୁ ଏହାକୁ ଆଜି ପର୍ଯ୍ୟନ୍ତ ଶତ ପ୍ରତିଶତ ଉପୋଯୋଗ ହୋଇପାରୁନି। ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବା ପାଇଁ ସମୁଦ୍ର ତଟରେ କିଭଳି ବିକାଶ ହୋଇପାରିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ କରିବାକୁ ପୁରୀ କୋଣାର୍କ ଡେଭଲପମେଣ୍ଟ ଆଥରିଟି (ପିକେଡିଏ) ନିର୍ଦ୍ଦେଶ ଦେଇଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। ପୁରୀ କୁ ଏକ ବିଶ୍ଵସ୍ତରୀୟ ସହର ଭାବେ ବିକଶିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଉପରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ନଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି।
ପୁରୀ ସଦର ବ୍ଳକ କାଶୀ ହରିପୁର ପଞ୍ଚାୟତ ର ସମିତି ସଭ୍ୟ ପ୍ରଦୀପ୍ତଭାନୁ ଘଟୁଆରି ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ହେଉଚି ଜଗନ୍ନାଥଙ୍କ କ୍ଷେତ୍ର। ଏଠାକୁ ମତାଧିକ ଭକ୍ତ ଓ ପର୍ଯ୍ୟଟକ ଆସୁଛନ୍ତି। ଏଣୁ ଭକ୍ତ ଓ ପର୍ଯ୍ୟଟକ ଙ୍କୁ ଅଧିକ ସୁବିଧା ଯୋଗାଇ ଦେବାକୁ ପୁରୀ କୁ ମହାନଗର ନିଗମ କରାଗଲେ ଭଲ ହେବ। ତେବେ ମହାନଗର ନିଗମ ରେ ସାମିଲ ହେବାକୁ ଥିବା ପଞ୍ଚାୟତ ଗୁଡ଼ିକ ରେ ପ୍ରକୃତ ରେ ବିକାଶ ହେବା ଦରକାର। କେବଳ ମହାନଗର ନିଗମ ଘୋଷଣା କରିଦେଇ ବସିଗଲେ ଚଳିବ ନାହିଁ। ଆଜି ପର୍ଯ୍ୟନ୍ତ ଆମେ ଭଲ ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ବ୍ୟବସ୍ଥା ଠିକ୍ ରେ ପାଇଲୁ ନାହିଁ । ତେବେ ମହାନଗର ନିଗମ ହେଲେ ଗ୍ରାମାଞ୍ଚଳରେ ମଧ୍ୟ ରାସ୍ତା ଘାଟ ର ବିକାଶ ସହିତ ପାନୀୟ ଜଳ, ଆଲୋକ ବ୍ୟବସ୍ଥା ସୁଦୃଢ ହୋଇପାରିବ। ଏହା ଦ୍ଵାରା ଲୋକ ମାନେ ଉପକୃତ ହେବା ସହ ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ସୁବିଧା ପାଇବେ।
ପୁରୀ ସହର ର ବୁଦ୍ଧିଜୀବି ତଥା ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିଂ ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ ସହର ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଚି। ବିଗତ ୧୦ ବର୍ଷ ତଳୁ ପୁରୀ ମହାନଗର ନିଗମ ହେବାର ଆବଶ୍ୟକତା ଥିଲା। କିନ୍ତୁ ବିଗତ ସରକାର ଏହାକୁ ନଜର ଅନ୍ଦାଜ କରିଥିଲେ। ଦେଶର ପ୍ରମୁଖ ତୀର୍ଥ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ମହାନଗର ନିଗମ ହୋଇ ସାରିଛି। ଏଣୁ ପୁରୀ କୁ ଯଥା ଶୀଘ୍ର ମହାନଗର ନିଗମ କରାଯିବାର ଆବଶ୍ୟକତା ରହିଛି। ମହାନଗର ନିଗମ ହେଲେ ରାସ୍ତା ଘାଟ ର ଉନ୍ନତି ହେବ। ପୁରୀ ସହର କୁ ଯୋଗାଯୋଗ ଭିତ୍ତିଭୂମି ରେ ଉନ୍ନତି ଆସିବ। ପାନୀୟ ଜଳ, ପରିମଳ ବ୍ୟବସ୍ଥା ଠିକ୍ ରହିବ। ପୁରୀ ପୌର ପାଳିକା ରେ ଦିର୍ଘ୍ ୭ ବର୍ଷ ହେବ ନିର୍ବାଚନ ହୋଇନି। ଏହା ଫଳରେ ପୁରୀ ର ବିକାଶ ସମ୍ପୂର୍ଣ ଠପ୍ ହୋଇଯାଇଛି। ଏଣୁ ଯଥା ଶୀଘ୍ର ପୁରୀ କୁ ମହାନଗର କରାଯିବ ଉଚିତ୍। ଆଗାମୀ ଦିନ କୁ ଦେଖି ପୁରୀ କୁ ଏକ ବୃହତ୍ ପୁରୀ ସହର ଭାବେ କରିବା ପାଇଁ ସରକାର କାର୍ଯ୍ୟ କରିବା ଉଚିତ୍।
ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କୁହନ୍ତି, ପୁରୀ ମହାନଗର ନିଗମ ରେ ପୁରୀ ଉପକଣ୍ଠ ରେ ଥିବା ୯ ଟି ପଞ୍ଚାୟତ ର ୩୪ ଟି ଗାଁ ସାମିଲ ହେବ। ଅନେକ ଗ୍ରାମାଞ୍ଚଳ ମହାନଗର ନିଗମ ରେ ସାମିଲ ହେବା ପରେ ସେଠାକୁ ରାସ୍ତା, ଲାଇଟ୍, ପାନୀୟ ଜଳ ବ୍ୟବସ୍ଥା କରାଯିବ। ଲୋକ ମାନେ ବେଶ୍ ଉପକୃତ ହୋଇପାରିବେ। ମହାନଗର ନିଗମ ହେଲେ ନୁଆ ଅର୍ବାନ ପ୍ଲାନିଂ କାର୍ଯ୍ୟକାରୀ କରାଯିବ। ପୁରୀ ଯେହେତୁ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଏଣୁ ଏହାକୁ ଏକ ବିଶ୍ଵସ୍ତରୀୟ ସହର ରେ ରୂପାନ୍ତରିତ କରିବା ପାଇଁ ଯାହା କିଛି ଉନ୍ନତ ଜ୍ଞାନ କୌଶଳ ଆବଶ୍ୟକ ତଦନୁଯାୟୀ ସରକାର ପଦକ୍ଷେପ ନେବେ।


.jpg)
0 Comments