Header Ads Widget



BREAKING NEWS

6/recent/ticker-posts

ନୂଆ ରୂପରେଖ ପାଇବ ଅଠର ନଳା।

ପୁରୀ: ୨୧/୧୨/୨୫:ନୂଆ ରୂପରେଖ ପାଇବ ଅଠର ନଳା।
ଶ୍ରୀକ୍ଷେତ୍ର ର ପ୍ରବେଶ ପଥ ଅଠର ନଳା କୁ  ନୁଆ ରୂପ ଦିଆଯିବ। ମୂଷା ନଇ କୁ ପୁନରୁଦ୍ଧାର କରାଯାଇ ପର୍ଯ୍ୟଟକ ଙ୍କ ପାଇଁ ନୌବିହାର ବ୍ୟବସ୍ଥା କରାଯିବ। ନଦୀକୂଳ ରେ ବସିବା ପାଇଁ ଆକର୍ଷଣୀୟ ରଙ୍ଗ ବେରଙ୍ଗ ର ଫୁଲ ଥିବା ପାର୍କ କରାଯାଇ ପର୍ଯ୍ୟଟକ ଙ୍କ ବସିବା ପାଇଁ ବ୍ୟବସ୍ଥା ରହିବ। ସନ୍ଧ୍ୟା ହେଲେ ରଙ୍ଗୀନ ଆଲୋକ ମାଳା ରେ ଐତିହ୍ୟ ଅଠରନଳା ଝଲସିବ। ଶ୍ରୀକ୍ଷେତ୍ର କୁ ଆସୁଥିବା ପର୍ଯ୍ୟଟକ ଏକ ନୂଆ ଅନୁଭୂତି ନେଇ ଫେରିବେ। ଏମିତି କିଛି ଲକ୍ଷ୍ୟ ନେଇ ତତ୍କାଳୀନ ସରକାର ୨୦୨୦ ମସିହାରେ ମୂଷାନଇ ପୁନରୁଦ୍ଧାର ଓ ଐତିହ୍ୟ ଅଠରନଳା ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଘୋଷଣା କରିଥିଲେ। ହେଲେ ଏବେ ସବୁ କିଛି ଠପ୍। ପ୍ରକଳ୍ପ କାର୍ଯ୍ୟ ବନ୍ଦ ଯୋଗୁଁ ମୂଷା ନଇ ଏବେ ଦଳରେ ସମ୍ପୂର୍ଣ ପୋତି ହୋଇଗଲାଣି। ମୂଷା ନଇ ଏବେ ପୁରୀ ସହର ବାସୀ ଙ୍କ ପାଇଁ ଆବର୍ଜନା ସ୍ଥଳୀ ରେ ପରିଣତ ହୋଇଛି। ଦୁର୍ଗନ୍ଧମୟ ପରିବେଶ ଯୋଗୁ ଐତିହ୍ୟ ଅଠରନଳା ନିଜର ଗାରିମା ହରାଇବସିଛି। ପର୍ଯ୍ୟଟକ ମାନେ ବୁଲିବୁଲି ଆସୁନାହାନ୍ତି। ଅଠରନଳା କୁ କେବଳ ଐତିହ୍ୟ ସ୍ମାରକୀ ଘୋଷଣା କରି ବସିଯାଇଛି ଏ ଏସ ଆଇ ତଥା ପତତତ୍ଵ ବିଭାଗ। ଅଠର ନଳା ପୋଲ ରେ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେଲେ ନିଶାଖୋର୍ ଆଡା ଜମୁଛି। ଅଠରନଳା ଏଭଳି ଅବ୍ୟବସ୍ଥା କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ସହର ର ବୁଦ୍ଧିଜୀବି।ଅଠରନଳା ଓ ମୂଷା ନଇ ର ପୁନରୁଦ୍ଧାର, ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଘୋଷଣା ପରେ ମଧ୍ୟ କିଛି କାର୍ଯ୍ୟ ହୋଇନାହିଁ। ବିଗତ ସରକାର ପୁରୀ କୁ ବିଶ୍ଵ ଐତିହ୍ୟ ସହର କରିବା ପାଇଁ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ବ୍ଲୁ ଫ୍ଲାଗ ବିଚ୍ ସହିତ ଅନେକ କାର୍ଯ୍ୟ କରିଛନ୍ତି। ହେଲେ ଅଠରନଳା ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇପାରୁନି ବୋଲି ପ୍ରଶ୍ନ କରିଛନ୍ତି। ଆମେ ସରକାର ଙ୍କୁ ଅନୁରୋଧ କରୁଚୁ ପୁରୀ ସହର ର ପ୍ରବେଶ ପଥ ଅଠରନଳା, ମୂଷା ନଇ ର ପୁନରୁଦ୍ଧାର , ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଶୀଘ୍ର ଆରଂଭ କରାଯାଉ। ଏହା ଦ୍ଵାରା ପର୍ଯ୍ୟଟନ ସ୍ଥଳୀ ପୁରୀ ର ପ୍ରସିଦ୍ଧି ବୃଦ୍ଧି ହେବ। ପର୍ଯ୍ୟଟକ ମାନେ ଏକ ନିଆରା ଅନୁଭୂତି ପାଇବେ।
 
୫ ବର୍ଷ ତଳେ ଅବଢ଼ା ଯୋଜନା ରେ ଅଠରନଳା ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଆରଂଭ ହୋଇଥିଲା। ୧୦୫ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ କିଛି ଦିନ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିବା ପରେ ଏହା ବନ୍ଦ ହୋଇ ପଡ଼ିଛି। ଫଳରେ ପୁଣି ମୂଷା ନଇ ଦଳରେ ସମ୍ପୂର୍ଣ ପୋତି ହୋଇଗଲାଣି। ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇ ରହିଚି। ମୂଷା ନଇ ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା। । ଦୁଇଟି ପ୍ରକଳ୍ପ ପାଇଁ କିଛି ଜମି ଅଧିଗ୍ରହଣ ହୋଇଥିବା ବେଳେ କିଛି ଜମି ଅଧିଗ୍ରହଣ ହୋଇପାରିନି। ଅନେକ ଲୋକ ସରକାରୀ ଯାଗା ଜବର ଦଖଲ କରି ରଖିଥିବା ବେଳେ ପ୍ରଶାସନ କାହିଁକି ଉଚ୍ଛେଦ କରୁନୀ ସେ ନେଇ ପ୍ରଶ୍ନ ଉଠିଛି।୨୦୨୦ ମସିହାରେ ମୂଷା ନଇ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମୂଷା ନଇ ଖନନ କାର୍ଯ୍ୟ ଆରମ୍ଭ ହୋଇଥଲା। ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ରାଜନୀତିକ ଇଛା ଶକ୍ତି ର ଅଭାବ, ପ୍ରଶାସନିକ ଉଦାସୀନତା ପ୍ରକଳ୍ପ କାର୍ଯ୍ୟ ରେ ବାଧା ସୃଷ୍ଟି କରିଥିବା ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି।

 
ପୁରୀ ଜିଲ୍ଲା ଆମ ଆଦମି ପାର୍ଟି ର ସଭାପତି ସଞ୍ଜୀବ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଅଠରନଳା ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କଲେଣି। ହେଲେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନି। ଏବେ ପୂର୍ବ ଭଳି ମୂଷା ନଇ ଦଳ ରେ ଭର୍ତ୍ତି ହୋଇ ପୋତି ହୋଇଗଲାଣି। ଅଠର ନଳା ରେ ସହର ର ଆବର୍ଜନା ପଡ଼ୁଚି। ସନ୍ଧ୍ୟା ହେଲେ ଏଠାରେ ନିଶା ସେବନ ହେଉଚି। ଆମେ ଆମର ଯେଉଁ ଐତିହ୍ୟ ଅଠରନଳା କୁ ନେଇ ଗର୍ବ କରୁଛୁ ତାହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ମୂଷା ନଇ ପୁନରୁଦ୍ଧାର କାର୍ଯ୍ୟ ପ୍ରକଳ୍ପ ଆଳରେ କେବଳ କୋଟି କୋଟି ଟଙ୍କା ଦୁର୍ନୀତି ଚାଲିଚି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମୂଷା ନଇ ପୂର୍ବ ଭଳି ଦଳ, ପଙ୍କ ରେ ପୋତି ହୋଇରହିଚି । ପୁରୀ ବାସୀ ଚାହୁଁଛନ୍ତି ଅଠର ନଳା ର ବିକାଶ ହେଉ। କିନ୍ତୁ ବିକାଶ ଆଳରେ ସଂସ୍କୃତି କୁ ନଷ୍ଟ କରାନଯାଉ ଏବଂ କାର୍ଯ୍ୟ ରେ ଦୁର୍ନୀତି ନ ହେଉ। ନୁଆ ସରକାର ଙ୍କୁ ଅନୁରୋଧ ପୂର୍ବ ସରକାର ଭଳି ଭୁଲ କାର୍ଯ୍ୟ ନ କରି ଐତିହ୍ୟ ଅଠରନଳା ର ବିକାଶ ହେଉ ଏବଂ ମୂଷା ନଇ ର ଅସ୍ତିତ୍ବ ବଜାୟ ରହୁ ବୋଲି ଦାବି ଜୋର୍ ଧରିଛି।



Post a Comment

0 Comments