Header Ads Widget



BREAKING NEWS

6/recent/ticker-posts

ବଣ ଭୋଜି ପରିବେଶ ପାଇଁ ଅଭିଶାପ ପାଲଟିଛି।ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ ବନ୍ୟଜନ୍ତୁ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

 
ପୁରୀ : ୨୧/୧୨/୨୫:ପର୍ଯ୍ୟଟନ ଋତୁ ରେ ଚଳଚଞ୍ଚଳ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ। ପୁରୁଣା ବର୍ଷ ବିଦାୟ ଓ ନବ ବର୍ଷକୁ ସ୍ବାଗତ ପାଇଁ ବଣଭୋଜି ଆୟୋଜନ କରାଯାଉଛି  ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ। ଆଉ ଏହି ବଣ ଭୋଜି ପରିବେଶ ପାଇଁ  ଏବେ ଅଭିଶାପ ପାଲଟିଛି। ଦିନ କୁ ଦିନ ଜଙ୍ଗଲ ଓ ଅଭୟାରଣ୍ୟ ରେ ଏହି ଅବାଧ ବଣ ଭୋଜି ଯୋଗୁ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ ବୃଦ୍ଧି ପାଇବାରେ ଲାଗିଛି। ଭୋଜି ସରିବା ପରେ ସ୍ୱଚ୍ଛତା କୁ କେହି ଗୁରୁତ୍ଵ ଦେଉନାହାନ୍ତି। ଫଳରେ ପଲିଥିନ ଓ ପ୍ଲଷ୍ଟିକ ବର୍ଜ୍ୟ ବୃଦ୍ଧି ଯୋଗୁ ଜଙ୍ଗଲ ଓ ଅଭୟାରଣ୍ୟ ର ପ୍ରାକୃତିକ ପରିବେଶ ନଷ୍ଟ ହେଉଥିବା ବେଳେ ବର୍ଜ୍ୟ ବସ୍ତୁ ଗୁଡ଼ିକୁ ସେବନ କରି ବନ୍ୟଜନ୍ତୁ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ପୁରୀ ର ବାଲୁଖଣ୍ଡ ଅଭୟାରଣ୍ୟ ।
 ଅଭୟାରଣ୍ୟ ରେ  ବଢ଼ିଚାଲିଚି ପ୍ରଦୂଷଣ। ବିଶେଷକରି ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ  ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ପରିବେଶପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟ ରେ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ ବନ୍ୟଜନ୍ତୁ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ବନ୍ୟଜନ୍ତୁ ମାନେ ଖାଦ୍ୟ ଅନ୍ୱେଷଣ ରେ ପଲିଥିନ ଖାଇ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ପୁରୀ ର ବାଲୁଖଣ୍ଡ ଅଭୟାରଣ୍ୟ ରେ ଅନେକ ବନ୍ୟଜନ୍ତୁ ଥିବା ବେଳେ ହରିଣ ଙ୍କ ସଂଖ୍ୟା ଅଧିକ ରହିଛି। ହରିଣ ଙ୍କ ଅଧିକ ଉପସ୍ଥିତି କୁ ନେଇ ବାଲୁଖଣ୍ଡ ଅଭୟାରଣ୍ୟ ହରିଣ ଙ୍କ ସୁରକ୍ଷା ଉଦ୍ଦେଶ୍ୟ ରେ ବାଲୁଖଣ୍ଡ ଅଭୟାରଣ୍ୟ ମାନ୍ୟତା ସରକାର ଦେଇଛନ୍ତି। ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ ର ଉଭୟ ପାର୍ଶ୍ଵ ରେ ଥିବା ୮୭ ବର୍ଗ କିଲୋମିଟର ଅଞ୍ଚଳ କୁ ନେଇ ବାଲୁଖଣ୍ଡ ଅଭୟାରଣ୍ୟ ରହିଚି। 
ତେବେ ଅଭୟାରଣ୍ୟ ରେ ଭୋଜି କରିବା, ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ବ୍ୟବହାର କରିବା ଉପରେ କଟକଣା ଥିଲେ ମଧ୍ୟ ଏହା ସବୁ କେବଳ କାଗଜ କଲମ ରେ ସୀମିତ। ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ପୁରୀ ବନ ଖଣ୍ଡ ପକ୍ଷରୁ କୌଣସି ସ୍ୱତନ୍ତ୍ର ପଦକ୍ଷେପ ନାହିଁ। ଫଳରେ ପୁରୀ ଓ କୋଣାର୍କ କୁ ଆସୁଥିବା ପର୍ଯ୍ୟଟକ ମାନେ ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଯାଇ ଅବାଧ ରେ ଭୋଜି କରୁଛନ୍ତି। ଭୋଜି ସରିବା ପରେ ସାଙ୍ଗ ରେ ଆଣିଥିବା ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କୁ ଜଙ୍ଗଲ ରେ ଫୋପାଡ଼ି ଦେଇ ଚାଲିଯାଉଛନ୍ତି।  ଫଳରେ ଖାଦ୍ୟ ଖାଇବା ଅନ୍ୱେଷଣ ରେ ବୁଲୁଥିବା ହରିଣ ଓ ଅନ୍ୟ ବନ୍ୟଜନ୍ତୁ ପଲିଥିନ ଖାଇ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ସେହିପରି ପ୍ଲାଷ୍ଟିକ ଓ ପଲିଥିନ ବର୍ଜ୍ୟବସ୍ତୁ ଜଙ୍ଗଲ ରେ ପଡ଼ି ରହି ପବନ ଦ୍ଵାରା ଉଡ଼ିବା ଫଳରେ ଜଙ୍ଗଲ ର ଶାନ୍ତ, ନିର୍ମଳ ପରିବେଶ ପ୍ରଦୂଷିତ ହେଉଚି। ଯାହାକି ପରିବେଶପ୍ରେମି ଙ୍କୁ ବହୁତ୍ ବିଚଳିତ କରୁଚି।
 ଏଣୁ ଅଭୟାରଣ୍ୟ ରେ ପ୍ରଦୂଷଣ ରୋକିବାକୁ ପୁରୀ ବନ ବିଭାଗ କଡା ପଦକ୍ଷେପ ନେବାକୁ ପରିବେଶପ୍ରେମୀ ଦାବି କରିଛନ୍ତି। ବାଲୁଖଣ୍ଡ ଅଭୟାରଣ୍ୟ ରେ ଅବାଧ ରେ ସବୁ ସ୍ଥାନରେ ଭୋଜି କରିବା ଉପରେ କଡା କଟକଣା ଲାଗୁ ହେଉ। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଭୋଜି ପାଇଁ ଅନୁମତି ରହୁ। ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଡା କଟକଣା ଲାଗୁ କରାଯାଉ। ବନ ବିଭାଗ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ କମିଟି, ସ୍ବେଛାସେବୀ ଙ୍କ ସହାୟତା ରେ ଜଙ୍ଗଲ ରେ ଥିବା ବର୍ଜ୍ୟ ବସ୍ତୁ କୁ ସଫେଇ କରିବା ଉଚିତ୍। ଏକାଧିକ ସ୍କ୍ୱାର୍ଡ ଗଠନ କରି ଅଭୟାରଣ୍ୟ ଉପରେ ର ପ୍ରଦୂଷଣ ଉପରେ କଡା ନଜର ରଖାଯାଉ। ପରିବେଶ ନିୟମ ଉଲଘଂନ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ବିରୋଧ ରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଓ ଜୋରିମାନା ବ୍ୟବସ୍ଥା ହେଉ। ବ୍ୟାପକ ସଚେତନତା କାର୍ଯ୍ୟ କରାଯାଉ। ସୂଚନା ଫଳକ ଲଗାଯାଇ ସଚେତନତା ବାର୍ତ୍ତା ଓ ସୂଚନା ଦିଆଯାଉ। ଏହା ହେଲେ ଅଭୟାରଣ୍ୟ ରେ ପ୍ରଦୂଷଣ ରୋକିହେବ ବୋଲି ପରିବେଶପ୍ରେମୀ ଆଶା ରଖିଛନ୍ତି।


ସେପଟେ ପୁରୀ ତାଳବଣିଆ ଜଙ୍ଗଲ ଏବେ ପୁରୀ ସହରବାସୀ ଙ୍କ ପାଇଁ ଆବର୍ଜନା ର ଡମ୍ପିଂୟାଡ ପାଲଟିଛି। ତାଳବଣିଆ ଜଙ୍ଗଲ ରେ ଲୋକ ମାନେ ପଲିଥିନ, ପ୍ଲାଷ୍ଟିକ, କଠିନ, ନିର୍ମାଣ ବର୍ଜ୍ୟବସ୍ତୁ ନେଇ ପକାଉଛନ୍ତି। ଯାହା ଫଳରେ ଭୟଙ୍କର ପରିବେଶ ପ୍ରଦୂଷଣ ହେଉଚି। ଆବର୍ଜନା କୁ ଖାଇ ହରିଣ ମାନେ ମୃତ୍ୟୁ ବରଣ କରୁଛନ୍ତି। ତାଳବଣିଆ ଅଞ୍ଚଳ ଏକ ମଧୁର ଜଳ ଭଣ୍ଡାର ଅଞ୍ଚଳ। ପୁରୀ ସହର ରେ ଭୂତଳ ଜଳ ସ୍ତର କମୁଥିବା ବେଳେ ମଧୁର ଜଳ ମଧ୍ୟ ସୀମିତ ରହିଛି। ଏଣୁ ତାଳବଣିଆ ରେ ଥିବା ମଧୁର ଜଳ ଭଣ୍ଡାର ର ସଂରକ୍ଷଣ ଓ ଭୂତଳ ଜଳ ରିଚର୍ଜ୍ ପାଇଁ ଜଙ୍ଗଲ ସୃଷ୍ଟି କରାଯାଇଛି। ହେଲେ ପଲିଥିନ ବର୍ଜ୍ୟ ବସ୍ତୁ ଏବେ ତାଳବଣିଆ ଜଙ୍ଗଲ ସାରା ବ୍ୟାପିଯାଇଥିବାରୁ ବର୍ଷା ଜଳ ଏବେ ଭୂତଳ କୁ ନଯାଇ ପାରି ମଧୁର ଜଳ ବୃଦ୍ଧି ରେ ବାଧକ ସାଜିଛି। ଯାହାକି ଆଗାମୀ ଦିନରେ ମଧୁର ଜଳ ସଙ୍କଟ ପୁରୀ ସହର ପାଇଁ ଏକ ବଡ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ପୁରୀ ପୌରପାଳିକା ବନ ବିଭାଗ ସହିତ ମିଶି ତାଳ ବଣିଆ ଜଙ୍ଗଲ କୁ କିଭଳି ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ମୁକ୍ତ ହୋଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ପରିବେଶପ୍ରେମୀ ଦାବି କରିଛନ୍ତି।
ପରିବେଶପ୍ରେମୀ ତଥା ସମାଜସେବୀ ସୁଶାନ୍ତ କୁମାର ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ବେଆଇନ ଭାବେ ପୁରୀ ସହର ନିକଟ ରେ ଥିବା ତାଳବଣିଆ ଜଙ୍ଗଲ ରେ ଏକ ଡମ୍ପିଂୟାର୍ଡ ଅଛି। ସଚେତନତା ଅଭାବ ଥିବା ଲୋକ ମାନେ ବିଭିନ୍ନ ବର୍ଜ୍ୟବସ୍ତୁ ସେଠାରେ ପକାଉଛନ୍ତି। ଯାହା ଫଳରେ ତାହା ଏକ ବଡ ଆବର୍ଜନା ସ୍ଥଳରେ ପରିଣତ ହୋଇଗଲାଣି। ଏହା ଦ୍ଵାରା ପରିବେଶ ବହୁତ୍ ପ୍ରଦୂଷଣ ହେଉଛି। ତାଳବଣିଆ ଜଙ୍ଗଲ ମଧ୍ୟ ଏକ ହରିଣ ଅଭୟାରଣ୍ୟ ଭାବେ ସରକାର ମାନ୍ୟତା ଦେଇଛନ୍ତି। ବହୁତ୍ ହରିଣ ଏଠାରେ ରହୁଛନ୍ତି। ପଲିଥିନ ଭିତରେ ଥିବା ଖାଦ୍ୟ ଖାଇବା ବେଳେ ପଲିଥିନ ଓ ଆବର୍ଜନା ଖାଇ ହରିଣ ମାନେ ମୃତ୍ୟୁ ବରଣ କରୁଛନ୍ତି। ହେଲେ ଏହା ଉପରେ କିନ୍ତୁ ଜଙ୍ଗଲ ବିଭାଗ ର ଦୃଷ୍ଟି ପଡୁନି। ଜଙ୍ଗଲ ବିଭାଗ ଏ ନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଜଙ୍ଗଲ ରେ ଡମ୍ପିଂୟାର୍ଡ ବନ୍ଦ ହେବା ଉଚିତ୍। ଯେଉଁ ଲୋକ ମାନେ ଅମାନିଆ ହୋଇ ଜଙ୍ଗଲ ରେ ଆବର୍ଜନା ପକାଉଛନ୍ତି ସେମାନଙ୍କ ବିରୋଧ ରେ ଜୋରିମାନା ସହ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବା ଉଚିତ୍। ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଜଙ୍ଗଲ ରେ ଯେଭଳି ଆବର୍ଜନା ପଡ଼ିବ ସେ ନେଇ ନଜର ରଖାଯିବା ଉଚିତ୍। ଏହି ଭଳି କଡା ପଦକ୍ଷେପ ନିଆଗଲା ଲୋକ ମାନେ ସଚେତନ ହେବେ। ଜଙ୍ଗଲ ରେ ପଲିଥିନ ଓ ପ୍ଲାଷ୍ଟିକ ବର୍ଜ୍ୟ ପ୍ରଦୂଷଣ ଉପରେ ରୋକ୍ ଲାଗି ପାରିବ।
  
ପରିବେଶପ୍ରେମୀ ଏବଂ ସମାଜସେବୀ ସୌମ୍ୟ ରଞ୍ଜନ ସାହୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ତାଳବଣିଆ ଜଙ୍ଗଲ ସମେତ ବାଲୁଖଣ୍ଡ ଅଭୟାରଣ୍ୟ ରେ ପଲିଥିନ, ପ୍ଲାଷ୍ଟିକ ଆବର୍ଜନା ବୃଦ୍ଧି କୁ ନେଇ ବହୁତ୍ କଷ୍ଟ ଲାଗୁଚି। ଆମେ ପ୍ରତି ରବିବାର ଜଙ୍ଗଲ ରୁ ଆବର୍ଜନା ସଫେଇ ପାଇଁ କାର୍ଯ୍ୟ କରୁ। ଅଭୟାରଣ୍ୟ ରେ ଅଳିଆ ଆବର୍ଜ୍ଜନା, ପଲିଥିନ, ପ୍ଲାଷ୍ଟିକ ବର୍ଜ୍ୟ ଜଳ ବୃଦ୍ଧି ଯୋଗୁଁ ଜଙ୍ଗଲ ର ପ୍ରାକୃତିକ ପରିବେଶ ନଷ୍ଟ ହେଉଛି। ଜଙ୍ଗଲ ରେ ରହୁଥିବା ହରିଣ ସମେତ ଅନ୍ୟ ଜୀବ ଜନ୍ତୁ ଏହି ପ୍ରଦୂଷିତ ଆବର୍ଜନା ସମ୍ପର୍କ ରେ ଆସି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି। ଏହା ବହୁତ୍ ଏକ ଦୁଃଖ ଦାୟକ ବିଷୟ। ଏବେ ପିକନିକ୍ ସିଯିନ ଚାଲିଥିବା ବେଳେ ଅଭୟାରଣ୍ୟ ରେ ବହୁତ୍ ଭୋଜି ହେଉଛି। ହେଲେ ଭୋଜି ପରେ ଅଳିଆ ଆବର୍ଜ୍ଜନା ସେଠାରେ ପଡି ରହୁଚି। ଏହାର ସଫେଇ ହେଉ ନାହିଁ। ଯାହାକି ଅଭୟାରଣ୍ୟ ର ପ୍ରାକୃତିକ ପରିବେଶ କୁ ନଷ୍ଟ କରିବା ସହ ବନ୍ୟଜନ୍ତୁ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଲୋକ ମାନେ ଏ ନେଇ ସଚେତନ ହେବା ଉଚିତ୍। ତେବେ ଅଭୟାରଣ୍ୟ କୁ ପ୍ରଦୂଷିତ କରୁଥିବା ଲୋକ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଲେ ଏହା ଲୋକ ଙ୍କ ମଧ୍ୟରେ ପ୍ରଭାବ ସୃଷ୍ଟି କରିବ। ଜଙ୍ଗଲ ରେ ଆବର୍ଜନା ପ୍ରଦୂଷଣ କୁ ରୋକାଯାଇପାରିବ। ମୋର ଉଭୟ ବନ ବିଭାଗ ଓ ପୁରୀ ପୌର ପାଳିକା କୁ ଅନୁରୋଧ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗ ରେ ଜଙ୍ଗଲ କୁ ଆବର୍ଜନା ସଫେଇ ନେଇ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉ।
ପୁରୀ ବନ ଖଣ୍ଡ ଅଧିକାରୀ ମଗର ଧନଜି ରାଓସୋ ନିଜ ପ୍ରତିକ୍ରିୟାରେ କୁହନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ରେ ଆବର୍ଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାର ସଫେଇ ପାଇଁ ଆମେ ପଦକ୍ଷେପ ଗ୍ରହଣ କରୁଛୁ। ଏ ନେଇ ଏକ ଡି ପି ଆର ପ୍ରସ୍ତୁତ କରାଯାଉଛି। ଏକ ଏଯେନ୍ସି ସାହାଯ୍ୟ ରେ ଆମେ ପୁରୀ ରୁ କୋଣାର୍କ ମଧ୍ୟ ରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ରୁ ଆବର୍ଜନା ସଫେଇ କରିବୁ। ତେବେ ଅଭୟାରଣ୍ୟ କୁ ପ୍ରଦୂଷିତ ନ କରିବା ପାଇଁ ଆମେ ଜନସଚେତନତା ସହ ସାଇନଏଜ୍ ଲଗାଇବୁ। ବିଭିନ୍ନ ସ୍ଥାନ ରେ ଡଷ୍ଟବିନ ଲଗାଇବୁ। ଜଙ୍ଗଲ ରୁ ଆବର୍ଜନା ସଫେଇ ପାଇଁ ବ୍ୟବସ୍ଥା କରାଯିବ। ନିୟମ ଉଲଘଂନ କରୁଥିବା ଲୋକ ଙ୍କୁ ଜୋରିମାନା କରିବୁ। ପୁରୀ ତାଳବଣିଆ ଜଙ୍ଗଲ କୁ ମଧ୍ୟ ଆବର୍ଜନା ମୁକ୍ତ ପାଇଁ ପୁରୀ ପୌର ପାଳିକା ସହଯୋଗ ରେ ପଦକ୍ଷେପ ଗ୍ରହଣ କରାଯିବ।

Post a Comment

0 Comments