ପୁରୀ:୨୯/୧୨/୨୫ :ପୁରୀ ର କୁମ୍ଭାରପଡ଼ା କୁ ଐତିହ୍ୟ ଗ୍ରାମ କିମ୍ବା କଳାଗ୍ରାମ ର ମାନ୍ୟତା ମିଳିବା ର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ ସେଠାରେ ଏକ ମ୍ୟୁଜିଅମ୍ ପ୍ରତିଷ୍ଠା ହେବା ଉଚିତ୍ ବୋଲି ଦାବି ଜୋର୍ ଧରିଛି। ଏହା ଦ୍ଵାରା ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ମହାପ୍ରଭୁ ଙ୍କ ମହାପ୍ରସାଦ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ମାଟିପାତ୍ର ବିଷୟ ରେ ଜ୍ଞାନ ଅର୍ଜନ କରିପାରିବେ। ଏହା ଦ୍ଵାରା ମହାପ୍ରଭୁ ଙ୍କ ପରମ୍ପରା ସମ୍ପର୍କ ରେ ଶ୍ରଦ୍ଧାଳୁ ମାନେ ଜାଣିପାରିବେ। କାହିଁକି ମହାପ୍ରସାଦ ମାଟିପାତ୍ର ରେ ପ୍ରସ୍ତୁତ କରାଯାଏ, କେତେ ପ୍ରକାର ର ମାଟି ପାତ୍ର ଶ୍ରୀ ମନ୍ଦିର ରେ ବ୍ୟବହାର ହୁଏ ସେ ନେଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ଅବଗତ ହୋଇପାରିବେ। କୁମ୍ଭାରପଡ଼ା ଗ୍ରାମକୁ ରଘୁରାଜପୁର ଭଳି ଐତିହ୍ୟ ଗ୍ରାମ୍ୟ ମାନ୍ୟତା ମିଳିଲେ ପର୍ଯ୍ୟଟକ ମାନେ କୁମ୍ଭାରପଡ଼ା କୁ ଆସିବେ। ଏହା ଦ୍ଵାରା କୁମ୍ଭକାର ଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ। ମାଟି ରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି କୁମ୍ଭାକାର ମାନେ ଆତ୍ମନିର୍ଭରଶିଳ ହୋଇପାରିବେ। ବର୍ତ୍ତମାନ ର ଯୁବ ପୀଢ଼ି ଆଉ ମାଟି ପାତ୍ର ପ୍ରସ୍ତୁତିରେ ଇଛା ପ୍ରକାଶ କରୁନାହାନ୍ତି। ଏହା ଦ୍ଵାରା କୁମ୍ଭକାର ଭଳି ପ୍ରାଚୀନ କାରିଗରୀ ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ କୁମ୍ଭକାର ମାନେ। ପରିଶ୍ରମ ଅନୁସାରେ ଭଲ ରୋଜଗାର ହେଉନଥିବାରୁ ବର୍ତ୍ତମାନ ର ପୀଢ଼ି ପିଲାମାନେ ଆଉ ଏହି କୁମ୍ଭାକାର କାର୍ଯ୍ୟ କରିବାକୁ ମନ ବଳାଉନାହାନ୍ତି। ଯାହାକି ଖୁବ୍ ଚିନ୍ତାଜନକ। ଏହା ଧାରା ଜାରି ରହିଲେ ଆଗାମୀ ଦିନରେ ଶ୍ରୀ ମନ୍ଦିର ରେ ମାଟି କୁଡୁଆ ରେ ଯୋଗାଣ ରେ ବାଧା ଉପୂଯିବା ଆଶଙ୍କା ରହିଛି। ଏହା ଦ୍ଵାରା ମହାପ୍ରଭୁ ଙ୍କ ମହାପ୍ରସାଦ ପ୍ରସ୍ତୁତି ରେ ବ୍ୟାପକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ଶ୍ରୀ ମନ୍ଦିର ପ୍ରଶାସନ ଏହାକୁ ଗୁରୁତର ରୁପେ ଗ୍ରହଣ କରି କୁମ୍ଭାରପଡ଼ା କୁ କିଭଳି ଉନ୍ନତି କରାଯାଇପାରିବ ସେ ଦିଗରେ ସରକାର ଙ୍କୁ ପ୍ରସ୍ତାବ ଦେବା ଉଚିତ୍। ସରକାର କୁମ୍ଭାରପଡ଼ା କୁ ଐତିହ୍ୟ ରଘୁରାଜପୁର ଗ୍ରାମ ଭଳି ଐତିହ୍ୟ ଗ୍ରାମ ମାନ୍ୟତା ସହ ମହାପ୍ରଭୁ ଙ୍କ ପରମ୍ପରା ସହ ଜଡ଼ିତ ବିଭିନ୍ନ ମାଟି ପାତ୍ର କୁ ଏକ ମ୍ୟୁଜିଅମ୍ କରି ରଖିଲେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ମାଟିପାତ୍ର ବିଷୟରେ ଅବଗତ ହେବା ସହ କୁମ୍ଭକାର ମାନେ ମଧ୍ୟ କିଛି ମାତ୍ରାରେ ସ୍ବାବଲମ୍ବୀ ହୋଇପାରିବେ।
ପୁରୀ ର ଅଠରନଳା ରୁ ଜେଲରୋଡ଼ ଦେଇ ବଡଦାଣ୍ଡ କୁ ଆସିବା ବେଳେ ରାସ୍ତାରେ ପଡ଼େ କୁମ୍ଭାରପଡ଼ା। ତେବେ ଇତିହାସ ଦେଖିଲେ କୁମ୍ଭାରପଡ଼ା ଗ୍ରାମ ବହୁତ୍ ପୁରୁଣା। ଶ୍ରୀ ମନ୍ଦିର ରେ ତ୍ରୟୋଦଶ ଶତାବ୍ଦୀ ରେ ଶଙ୍ଖୁଡ଼ି ଭୋଗ ତଥା ମହାପ୍ରସାଦ ପ୍ରଚଳନ ଆରଂଭ ହୋଇ ହୋଇଥିଲା। ଏଣୁ ତତ୍କାଳୀନ ରାଜା ମାନେ ଶ୍ରୀ ମନ୍ଦିର ରେ ଶଙ୍ଖୁଡ଼ି ଭୋଗ ପ୍ରସ୍ତୁତି ପାଇଁ ମାଟି ପାତ୍ର ପ୍ରସ୍ତୁତି ନିମନ୍ତେ ଉତ୍ତରପ୍ରଦେଶ ର କାନପୁର ସହର ରୁ କୁମ୍ଭକାର ଙ୍କୁ ପୁରୀ କୁ ଆଣିଥିଲେ। ଏଣୁ ଏହି ପୁରାତନ ଗ୍ରାମ କୁ ସରକାର ଐତିହ୍ୟ ଗ୍ରାମ ଘୋଷଣା କରି କୁମ୍ଭାରପଡ଼ା ର ଉନ୍ନତି କରଣ କରିବା ର ଆବଶ୍ୟକତା ରହିଛି।
ବର୍ତମାନ ପୁରୀ ର କୁମ୍ଭାରପଡ଼ା, ଟିକରପଡ଼ା, ଜେନାପୁର ଓ ନୁଆସାହିରେ ପ୍ରାୟ ୪୧୧ ଟି କୁମ୍ଭାର ବିଷୋୟୀ ପରିଉବାର ବାସ କରୁଛନ୍ତି। ଏମାନେ ମହାପ୍ରଭୁ ଙ୍କ ସେବା ସ୍ଵରୂପ ମାଟି ପାତ୍ର ପ୍ରସ୍ତୁତ କରି ପୀଢ଼ି ପରେ ପିଢ଼ି ଶ୍ରୀ ମନ୍ଦିର କୁ ମାଟି ପାତ୍ର ଯୋଗାଇ ଆସୁଛନ୍ତି। ଯାହାକି ଶ୍ରୀ ମନ୍ଦିର ସ୍ୱତ୍ୱଲିପି ରେ ଲେଖାଯାଇଛି।
ଶ୍ରୀମନ୍ଦିର ର ଦ୍ଵାରଫିଟା ନୀତି ପରେ ମହାପ୍ରଭୁ ଙ୍କ ମୁଖ ପଖାଳ ନୀତି ପାଇଁ ଅଙ୍ଗବାସ ଓଳିର ସେବା ରହିଛି। ଶ୍ରୀ ମନ୍ଦିର ର କୋଠ ଭୋଗ ବ୍ୟତୀତ ଶ୍ରୀ ମନ୍ଦିର ରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର କୁ ବାଇ ହାଣ୍ଡି, ସମାଧି ହାଣ୍ଡି, ଦାସିଆ ହାଣ୍ଡି, ଏମାର ହାଣ୍ଡି, ବଡ ମଠ, ସାନମଠ , ଢ଼ଳା ମଠ, ଚକା ନମ୍ୱରି, ନମ୍ୱରୀ, ସାନଢ଼ଳା, ଭାତ କୁଡୁଆ ଭଳି ଭିନ୍ନ ଭିନ୍ନ ଆକାର ର ମାଟି ପାତ୍ର ଶ୍ରୀ ମନ୍ଦିର କୁ ଯୋଗାଇଥାଆନ୍ତି। କିନ୍ତୁ ବର୍ତ୍ତମାନ ଚିକିଟା ଦୋରସାମାଟି ଏବଂ ଜାଳେଣୀ କାଠ ର ଦର ଗତ ୧୦ ବର୍ଷ ଭିତରେ ୪ ଗୁଣ ବୃଦ୍ଧି ପାଇଛି। କିନ୍ତୁ ସେହି ଅନୁଯାୟୀ କୁଡୁଆ ଦରବୃଦ୍ଧି ହେଉନାହିଁ। ଫଳରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିଛି। ଫଳରେ ଅନେକ କୁମ୍ଭକାର ବୃତ୍ତି ଛାଡ଼ିବାକୁ ବାଧ୍ୟ ହେଉଚନ୍ତି। ବର୍ତ୍ତମାନ ର ପୀଢ଼ି ଏହାକୁ ଶିଖିବାକୁ ଚାହୁଁନାହାନ୍ତି। ଫଳରେ ପାରମ୍ପରିକ କୁମ୍ଭାର ବିଷୋୟୀ ଙ୍କ ମାଟିପାତ୍ର କାର୍ଯ୍ୟ ଏବେ ବୁଡ଼ିବା ସ୍ତରକୁ ଆସିଲାଣି। ପାରମ୍ପରିକ କାଠଚକ୍ର, ବିଭିନ୍ନ ପ୍ରକାର ସୁରେଇ, ସରା, ଘୁମ, ମଙ୍ଗ ଏବଂ ଅନ୍ୟାନ୍ୟ ମାଟିପାତ୍ର ବହୁ ଦିନ ହେବ ଲୋପ ପାଇସାରିଲାଣି। ଶ୍ରୀମନ୍ଦିର ରେ ବ୍ୟବହୃତ ମାଟିହାଣ୍ଡି , କୁଡୁଆ, ତାଡ଼, ସରା, ଓଳି, ଦୀପାଳି ଆଦିର ଜିଆଇ କରାଯାଇ ଏହାର ସଂରକ୍ଷଣ ପାଇଁ କୁମ୍ଭାରପଡ଼ା ଅଞ୍ଚଳରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ଶ୍ରୀମନ୍ଦିର କୁମ୍ଭକାର୍ ନିଯୋଗ ଦାବି କରିଆସୁଛି। ପୁରାତନ ବିଲୁପ୍ତ କଳା ତଥା କାରିଗରୀ କୁ ସଂରକ୍ଷଣ କରି ରଖିବା ପାଇଁ କୁମ୍ଭାରପଡ଼ା ଅଞ୍ଚଳ କୁ ଐତିହ୍ୟ ଗ୍ରାମ କିମ୍ବା କଳା ଗ୍ରାମ ମାନ୍ୟତା ଦେବାକୁ କୁମ୍ଭକାର ନିଯୋଗ ଦାବି କରିଛି। ଫଳରେ ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ଶ୍ରୀମନ୍ଦିର ର କୁମ୍ଭାର ବିଷୋୟୀ ସେବକଙ୍କ ପାରମ୍ପରିକ କଳା ସମ୍ପର୍କରେ ଅବଗତ ହେବା ସହ ଜ୍ଞାନ ଅର୍ଜନ କରିପାରିବେ।
କିଛି ନିଜ ପ୍ରତିକ୍ରିୟାରେ କୁହନ୍ତି, ଆମେ ମାଟି ନିର୍ମିତ କୁଡୁଆ ଜଗନ୍ନାଥ୍ ମନ୍ଦିର କୁ ଯୋଗାଉଛୁ। ଏହା ଛଡା ଭୁବନେଶ୍ୱର, କଟକ, ଢେଙ୍କାନାଳ ରେ ଥିବା ବିଭିନ୍ନ ମନ୍ଦିର କୁ ମଧ୍ୟ ମାଟି କୁଡୁଆ ଯାଉଛି। ବେପାରୀ ମାନେ ଆସି ଆମ ଠାରୁ କୁଡୁଆ କିଣି ନେଉଛନ୍ତି। ତେବେ ଶ୍ରୀ ମନ୍ଦିର କୁ କୁଡୁଆ ଯୋଗାଇବା ଆମର ପ୍ରାଥମିକ କାର୍ଯ୍ୟ। ଜଣେ ବ୍ୟକ୍ତି ମାସକୁ ୧୫ ରୁ ୧୭ ହଜାର ଟଙ୍କା ଯାଏ ରୋଜଗାର କରିପାରିବ। ତେବେ ଝାଟି, ମାଟି ର ଖର୍ଚ୍ଚ ବୃଦ୍ଧି ଯୋଗୁ ବହୁତ୍ କମ ଆୟ ହେଉଚି। ଏଣୁ ଆଜିର ଯୁବ ପୀଢ଼ି ଏହାକୁ ବୃତ୍ତି ଭାବରେ କରିବାକୁ ଇଛା ପ୍ରକାଶ କରୁନାହାନ୍ତି। ଆଜିର ଯୁବ ପୀଢ଼ି ଅନ୍ୟାନ୍ୟ ରୋଜଗାର ପନ୍ଥା ରେ ରହୁଛନ୍ତି । ଏହି ଭଳି ସ୍ଥିତି ଲାହିରହିଲେ ଆଗାମୀ ଦିନରେ କୁଡୁଆ ତିଆରିରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ମହାପ୍ରଭୁ ଙ୍କ ଉପରେ ଭରସା କରି ଆମେ କାର୍ଯ୍ୟ କରିଚାଲିଚୁ। ତେବେ ସରକାର ଙ୍କ ପକ୍ଷରୁ ଏହି ପାରମ୍ପରିକ କାରିଗରୀ କଳାକୁ ପ୍ରୋତ୍ସାହନ ନାହିଁ। ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ମାଟି ଓ କାଠ ର ଅଭାବ ରହୁଚି। ଏହାକୁ ବାହାରୁ କିଣି କୁଡୁଆ ପ୍ରସ୍ତୁତ କରିବାରେ ଅଧିକ ଖର୍ଚ୍ଚ ଲାଗୁଚି। ଏଣୁ ମାଟି ଅଭାବ କୁ ଦୂର କରିବାକୁ ହେଲେ ସରକାର ଆମକୁ କିଛି ଜମି ପ୍ରଦାନ କରନ୍ତୁ। ଝାଟି କାଠ ଯୋଗାଇବାରେ ସହଯୋଗ କରନ୍ତୁ। ଏହା ହେଲେ ଆଜିର ଯୁବ ପୀଢ଼ି କୁମ୍ଭକାର ଭଳି ଏକ ପାରମ୍ପାରିକ କାରିଗରି ପ୍ରତି ଆକର୍ଷିତ ହେବେ। ତେବେ ଆମେ କୁଡୁଆ ତିଆରି କରୁଥିବା ବେଳେ ଆମଠାରୁ ବ୍ୟବସାୟୀ ମାନେ ନେଇ ଦ୍ଵିଗୁଣା ମୂଲ୍ୟରେ ବଜାର ରେ ବିକ୍ରି କରୁଛନ୍ତି। ଏହା ଦ୍ଵାରା ବେପାରୀ ମାନେ ଲାଭବାନ ହେଉଛନ୍ତି। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆମକୁ କୌଣସି ଆର୍ଥିକ ସହାୟତା ଦିଆଯାଉନାହିଁ। ଯଦି ଆମ କୁମ୍ଭାରପଡ଼ା କୁ ଐତିହ୍ୟ ଗ୍ରାମ ମାନ୍ୟତା ମୀଳନ୍ତା ଯୁବ ପୀଢ଼ି ବେଶ୍ ଉତ୍ସାହିତ ହୁଅନ୍ତେ। ସରକାର ବିଭିନ୍ନ କ୍ଷେତ୍ରରେ ସହଯୋଗ ପ୍ରଦାନ କଲେ ଯୁବ ପୀଢ଼ି କୁମ୍ଭକାର ଭଳି ଏକ ପାରମ୍ପାରିକ କାରିଗରି କୁ ନିଜ ର ବୃତ୍ତି ଭାବେ କରିବା ରେ କୌଣସି କୁଣ୍ଠାବୋଧ ପ୍ରକାଶ କରିବେ ନାହିଁ।
ଶ୍ରୀଜଗନ୍ନାଥ ମନ୍ଦିର କୁମ୍ଭକାର ନିଯୋଗ ର ପରାମର୍ଶଦାତା ନିଜ ପ୍ରତିକ୍ରିୟାରେ କୁହନ୍ତି, କୁମ୍ଭାରପଡ଼ା ଏକ ଐତିହ୍ୟ ସମ୍ପନ୍ନ ପଡ଼ା। ତ୍ରୟୋଦଶ ଶତାବ୍ଦୀ ରେ ଯେତେବେଳେ ଶ୍ରୀ ମନ୍ଦିର ରେ ଶଙ୍ଖୁଡ଼ି ଭୋଗ ପ୍ରଚଳନ ହେଲା ସେବେଠାରୁ ଏହି କୁମ୍ଭାରପଡ଼ା ର ସୃଷ୍ଟି। କୁମ୍ଭକାର ମାନେ ମହାପ୍ରଭୁ ଙ୍କ ଶଙ୍ଖୁଡ଼ି ଭୋଗ ପ୍ରସ୍ତୁତି ପାଇଁ ମାଟି କୁଡ଼ୁଆ ନିର୍ମାଣ କରି ଶ୍ରୀ ମନ୍ଦିର କୁ ଯୋଗାଇ ଆସୁଛନ୍ତି। ତେବେ ପୂର୍ବରୁ ଅନେକ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଅନେକ ଲୁପ୍ତ ହେବାକୁ ବସିଲାଣି। ଯାହାକି ଆଗାମୀ ପୀଢ଼ି ଏହାକୁ ଆଉ ଦେଖିବାକୁ ପାଇବେ ନାହିଁ। ଆମେ ସରକାର ଙ୍କୁ ଅନୁରୋଧ କରୁଚୁ କୁମ୍ଭାରପଡ଼ା କୁ ଐତିହ୍ୟ ଗ୍ରାମ ମାନ୍ୟତା ଦେଇ ଯେତେ ପୁରାତନ ସାମଗ୍ରୀ ରହିଛି ତାହାର ସଂରକ୍ଷଣ କରାଯାଏ ଏଠାରେ ଏକ ସଂଗ୍ରହାଳୟ ସ୍ଥାପନ ହେଉ। ଏହା ଦ୍ଵାରା ପର୍ଯ୍ୟଟକ ମାନେ ଏହାକୁ ଦେଖି ମହାପ୍ରଭୁ ଙ୍କ ପରମ୍ପରା, ବିଭିନ୍ନ ମାଟି କୁଡୁଆ ପଛରେ କଣ କାରଣ ରହିଛି ସେ ନେଇ ଅବଗତ ହୋଇ ପାରିବେ। ଅନେକ ଚକ, ଘୁମା, ସୁରେଇ ଆଜି ଦେଖିବାକୁ ମିଳୁନି। ଆମେ ଚାହୁଁଛ ଏହାର ସଂରକ୍ଷଣ କରାଯାଉ। ଆମେ କୁମ୍ଭାରପଡ଼ା କୁ ଐତିହ୍ୟ ଗ୍ରାମ ମାନ୍ୟତା ପାଇଁ ପ୍ରଶାସନ ଓ ସରକାର ଙ୍କୁ ଅବଗତ କରିଚୁ। ଆଶା ଅଛି ଆମ ଦାବି କୁ ସରକାର ପୁରଣ କରିବେ। ଗତ ଫନି ବାତ୍ୟାରେ ଆମର ସବୁ ଶାଳଘର ଭାଙ୍ଗିଗଲା। ସରକାର ଯାହା ସାହାଯ୍ୟ ଦେଇଥିଲେ ତାହା ସମୁଦ୍ର କୁ ସଂଖେ ମିଳିବା ଭଳୀ ଥିଲା । ଏଣୁ ଆମ ପାଖରେ ସାମର୍ଥ୍ୟ ନଥିବାରୁ ବଡ ସାଳ ଘର ନିର୍ମାଣ ହୋଇ ପାରୁନି। ଏହା ଦ୍ଵାରା ଅଧିକ ଉତ୍ପାଦନ ହୋଇ ପାରୁନି। କଞ୍ଚାମାଲ ର ଅଭାବ ଥିବା ବେଳେ ଏହାର ଦର ଅଧିକ ରହୁଥିବାରୁ ଆମକୁ ବହୁତ୍ କଷ୍ଟ ହେଉଛି । ଆମକୁ ମାଟି ଉଠାଇବା ପାଇଁ ସରକାର ଜମି ଦେବାର ଆବଶ୍ୟକତା ରହିଚି। କାଠ ମଧ୍ୟ ସରକାର ଯୋଗାଇ ଦେବା ଉଚିତ୍। ବ୍ୟାଙ୍କ୍ ଋଣ ଆବଶ୍ୟକତା ରହିଛି। ପ୍ରଶିକ୍ଷଣ ର ମଧ୍ୟ ପ୍ରଦାନ କରିବା ଉଚିତ୍ ସରକାର। ଏହି ସବୁ ମୌଳିକ ସୁବିଧା ସମାଧାନ ସରକାର କରିବାର ଆବଶ୍ୟକତା ରହିଛି। ବୁଣାକାର, କେନ୍ଦୁପତ୍ର ତୋଳାଳୀ ଙ୍କୁ ପ୍ରୋତ୍ସାହନ ଭଳି କୁମ୍ଭକାର ମାନଙ୍କୁ ମଧ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେବା ଉଚିତ୍।
ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ନିଜ ପ୍ରତିକ୍ରିୟାରେ କୁହନ୍ତି, ମାଦଳା ପାଞ୍ଜିରେ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଙ୍କ ପ୍ରତ୍ୟେକ ଭୋଗ ମାଟି ପାତ୍ର ରେ ହିଁ କରାଯିବାର ବିଧି ଅନୁଯାୟୀ। ଏହି ଅନନ୍ୟ ପରମ୍ପରା ଅନ୍ୟ କୌଣସି ସ୍ଥାନରେ ନାହିଁ। ବିଭିନ୍ନ ମାଟି ହାଣ୍ଡି ର ନାମ କରଣ ଏଥି ପାଇଁ ରହିଚି। ତେବେ କିଛି ମନ୍ଦିର ରେ ଜଗନ୍ନାଥ୍ ମନ୍ଦିର ର ବିଧି କୁ ଅନୁସରଣ ପୂର୍ବକ କରାଯାଉଛି। ତେବେ ଏହି ମାଟି ପାତ୍ର ତିଆରି ହେଉଥିବା କୁମ୍ଭାର ପଡ଼ା ର ଆଜି ପର୍ଯ୍ୟନ୍ତ କୌଣସି ସେଭଳି ଆଖି ଦୃଶିଆ ଉନ୍ନତି ନାହିଁ। ତେବେ ଏହାକୁ ଯଦି ଏକ ଐତିହ୍ୟ ଗ୍ରାମ ଭାବେ ମାନ୍ୟତା ଦିଆଯାଏ ଅନେକ ପର୍ଯ୍ୟଟକ ସେଠାକୁ ଯାଇ ଶ୍ରୀ ମନ୍ଦିର ରେ ମାଟି କୁଡୁଆ ର ପରମ୍ପରା ବିଧି ନେଇ ଅବଗତ ହୋଇ ପାରିବେ। କୁମ୍ଭକାର ମାନଙ୍କ ମଧ୍ୟ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ। ସରକାର କୁମ୍ଭକାର ଙ୍କୁ ବିଭିନ୍ନ ସହାୟତା ପ୍ରଦାନ କଲେ ପୁରୁବା କାରିଗରୀ କୌଶଳ ଉଜ୍ଜୀବିତ ରହିବା ସହ ଆଜିର ଯୁବ ପୀଢ଼ି ମଧ୍ୟ ଏହାକୁ ବୃତ୍ତି ଭାବରେ ଗ୍ରହଣ କରି ସ୍ବାବଲମ୍ବୀ ହୋଇପାରିବେ। ଏହା ଦ୍ଵାରା ଆଗାମୀ ଦିନରେ କୁଡୁଆ ସଙ୍କଟ ଦେଖାଦେବ ନାହିଁ।
ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରତିକ୍ରିୟାରେ କୁହନ୍ତି, ଶ୍ରୀ ମନ୍ଦିର ର କୁମ୍ଭକାର ନିଯୋଗ ରହିଛି। ପୁରୁଷାନୁକ୍ରମିକ ଭାବେ ସେମାନେ ମାଟି କୁଡୁଆ ଶ୍ରୀ ମନ୍ଦିର କୁ ଯୋଗାଇ ଆସୁଛନ୍ତି। ଏଣୁ ତାଙ୍କୁ ସରକାର ଙ୍କ ପକ୍ଷରୁ ପ୍ରୋତ୍ସାହନ ର ଆବଶ୍ୟକତା ରହିଛି। ରଘୁରାଜପୁର ଐତିହ୍ୟ ଗ୍ରାମ ଭଳି କୁମ୍ଭାରପଡ଼ା କୁ ଐତିହ୍ୟ ଗ୍ରାମ ର ମାନ୍ୟତା ଆବଶ୍ୟକତା ରହିଛି। ଏହା ଦ୍ଵାରା ସରକାର ଙ୍କ ପକ୍ଷରୁ ବିଭିନ୍ନ ସାହାଯ୍ୟ ସହଯୋଗ ମିଳିଲେ ଭବିଷ୍ୟତ ରେ କୁଡୁଆ ତିଆରିରେ ସଙ୍କଟ ସୃଷ୍ଟି ହେବ ନାହିଁ। ଐତିହ୍ୟ ଗ୍ରାମ ମାନ୍ୟତା ମିଳିଲେ ଶ୍ରଦ୍ଧାଳୁ ମାନେ ସେଠାକୁ ଯାଇ ଶ୍ରୀ ମନ୍ଦିର ରେ ମାଟି କୁଡୁଆ ର କଣ ବିଧି ପରମ୍ପରା ରହିଚି ସେ ନେଇ ଅବଗତ ହୋଇ ପାରିବ। ଏହା ଦ୍ଵାରା ଜଗନ୍ନାଥ୍ ସଂସ୍କୃତି ଅଧିକ ପ୍ରଚାର ପ୍ରସାର ହେବ । ତେବେ ସରକାର ଏହାକୁ ବିଚାର କୁ ନେଇ ପଦକ୍ଷେପ ନେଲେ ବହୁତ୍ ଭଲ ହେବ। ଏ ନେଇ ଆମେ ଶ୍ରୀ ମନ୍ଦିର ପ୍ରଶାସନ, ସରକାର ଙ୍କ ସହ ଆଲୋଚନା କରିବୁ। ତେବେ କୁମ୍ଭକାର ନିଯୋଗ ପକ୍ଷରୁ ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ଲିଖିତ ଆକାରରେ ଅବଗତ କରାଗଲେ ଏ ନେଇ ଶ୍ରୀ ମନ୍ଦିର ପରିଚାଳନା କମିଟି ରେ ଆଲୋଚୋନା ହୋଇ ପାରିବ। ଫଳରେ ଏକ ସମାଧାନ ର ରାସ୍ତା ବାହାରିବ ବୋଲି ମୋର ଆଶା ରହିଚି।


.jpg)
0 Comments