ପୁରୀ/ପିପିଲି:୦୪/୦୪/୨୬-
ପିପିଲି ତେଇଶିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଡ଼ଙ୍ଗ ରେ
ନବାଗତ ଶିଶୁମାନଙ୍କୁ ସ୍ୱାଗତ ଜଣାଇବା ସହ ଶିକ୍ଷାର ଶୁଭାରମ୍ଭ ପାଇଁ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଧରଣୀଧର ସାହୁ, ତେଇସିପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ସେନାପତି, ଏସ୍ଏମ୍ସି ଅଧ୍ୟକ୍ଷ ଶ୍ରୀ ମଙ୍ଗୁଳି ବେହେରା ଉଦ୍ଘାଟନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ନବାଗତ ଶିଶୁମାନଙ୍କୁ ଫୁଲ, ଚନ୍ଦନ ଟିକା ଓ ସ୍ନେହପୂର୍ଣ୍ଣ ସ୍ୱାଗତ ସହ ବିଦ୍ୟାଳୟ ପରିବେଶକୁ ପରିଚୟ କରାଯାଇଥିଲା। ପରେ ଶିଶୁମାନଙ୍କୁ ଖଡି ଧରାଇ ପ୍ରଥମ ଅକ୍ଷର ଲେଖାଇବା ମାଧ୍ୟମରେ ଶିକ୍ଷାର ଶୁଭାରମ୍ଭ କରାଯାଇଥିଲା। ଶିଶୁମାନଙ୍କ ମୁହଁରେ ଉତ୍ସାହ ଓ ଅଭିଭାବକମାନଙ୍କ ମନରେ ଆନନ୍ଦର ଛଟା ସ୍ପଷ୍ଟ ଦେଖିବାକୁ ମିଳିଥିଲା।
ଅତିଥିମାନେ ନିଜ ଉଦ୍ବୋଧନରେ ଶିଶୁଙ୍କ ଶିକ୍ଷାଜୀବନର ପ୍ରଥମ ପଦକ୍ଷେପ ଭାବେ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ, ଶିକ୍ଷା ହେଉଛି ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ମୂଳ ଆଧାର ଏବଂ ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ମନରେ ବିଦ୍ୟାଳୟ ପ୍ରତି ଆକର୍ଷଣ ଓ ଆତ୍ମୀୟତା ବୃଦ୍ଧି ପାଏ।
ଶେଷରେ ନବାଗତ ଶିଶୁମାନଙ୍କୁ ପାଠ୍ୟସାମଗ୍ରୀ ଓ ମିଠା ବଣ୍ଟନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟି ହର୍ଷୋଲ୍ଲାସ ଓ ଶୃଙ୍ଖଳାପୂର୍ଣ୍ଣ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।


.jpg)
0 Comments