Header Ads Widget



BREAKING NEWS

6/recent/ticker-posts

ବିନା ହେଲମେଟରେ ବାଇକ୍ ଚଳାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ, ବିଜେଡିର ତୀବ୍ର ପ୍ରତିକ୍ରିୟା।

ଭୁବନେଶ୍ୱର :ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗ ଙ୍କ ଆଚରଣକୁ ନେଇ ରାଜନୀତିକ ତୁଫାନ ସୃଷ୍ଟି ହୋଇଛି। ପବିତ୍ର ରାମ ନବମୀ ଅବସରରେ ଆୟୋଜିତ ଶୋଭାଯାତ୍ରାରେ ସେ ବିନା ହେଲମେଟରେ ମଟର ସାଇକେଲ ଚଳାଇଥିବା ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ  ବିଜେଡି ତୀବ୍ର ପ୍ରତିକ୍ରିୟା ଜଣାଇଛି।
  ବିଜେଡି ତରଫରୁ ଜାରି ପ୍ରେସ ବିବୃତିରେ ଦଳର ମୁଖପାତ୍ର  ଲେଲିନ ମହାନ୍ତି କହିଛନ୍ତି ଯେ, ନୀତି ଓ ନୈତିକତାର କଥା କହୁଥିବା ଶାସକ ଦଳ  ସେଗୁଡ଼ିକୁ ଉଲଂଘନ କରୁଛି। ସେ କହିଛନ୍ତି, ମନ୍ତ୍ରୀଙ୍କ ଏହି କାର୍ଯ୍ୟ ଆଇନ ଉଲଂଘନ ସହ ସାଧାରଣ ଲୋକଙ୍କ ପାଇଁ ଭୁଲ ଉଦାହରଣ।ଏହା ପୂର୍ବରୁ ସେ ମଧ୍ୟ ବିଭିନ୍ନ ବିବାଦରେ ଜଡିତ ରହିଛନ୍ତି। ବିଧାନସଭାରେ ଅଶ୍ରାବ୍ୟ ଭାଷା ବ୍ୟବହାର କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ସତ୍ତ୍ୱେ ସରକାର ପକ୍ଷରୁ କୌଣସି କଠୋର ପଦକ୍ଷେପ ନିଆଯାଇନଥିବା ବିଜେଡି ଅଭିଯୋଗ କରିଛି। 
 ଵିଶେଷ କରି କଟକର  SCB ମେଡିକାଲ କଲେଜ ଏବଂ ହସ୍ପିଟାଲର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର  ଧରି ଥିଲେ ମଧ୍ୟ ସରକାର ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନାହିଁ ।
 ମୁଖ୍ୟମନ୍ତ୍ରୀ ଙ୍କ ନିରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେଡ଼ି। ମନ୍ତ୍ରୀଙ୍କ ଲଗାତର ବିବାଦୀୟ ଆଚରଣ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଆପତ୍ତି ଜଣାଇଛି ବିଜୁ ଜନତା ଦଳ।ବିଜେଡି ସ୍ପଷ୍ଟ ଭାବେ କହିଛି ଯେ, ଜନସାଧାରଣ ମଧ୍ୟରେ ବଢ଼ୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ  ଇସ୍ତପା ଦିଅନ୍ତୁ ।

Post a Comment

0 Comments