ପୁରୀ/ ବ୍ରହ୍ମଗିରୀ:ରାଜ୍ୟ ସଭା ଭୋଟ ନାକଚ କରି ବ୍ରହ୍ମଗିରି କୁ ଅପମାନିତ କରିଥିବା ଅପାରଗ ବିଧାୟିକାଙ୍କ ଇସ୍ତଫା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ଫିଲ୍ମ ହଲ୍ ଛକ ଠାରୁ ଢ଼ାବା ଛକ ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅପାରଗ ବିଧାୟିକାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ଏହି ବିକ୍ଷୋଭ ପ୍ରଦର୍ଶନ ରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ୱାଇଁ ଯୋଗଦେଇ କହିଛନ୍ତି ବ୍ରହ୍ମଗିରି ବିଧାୟିକା ଭୋଟ୍ ଦେବାରେ ଭୁଲ୍ କରିବା ସତ୍ତ୍ୱେ ନିର୍ବାଚନ ଅଧିକାରୀମାନେ ବେଆଇନ ଭାବେ ତାଙ୍କୁ ଦ୍ୱିତୀୟ ବାଲଟ୍ ପେପର୍ ପ୍ରଦାନ କରିଛନ୍ତି। ଏହା ଗଣତାନ୍ତ୍ରିକ ମର୍ଯ୍ୟାଦାର ସମ୍ପୂର୍ଣ୍ଣ ପରିପନ୍ଥୀ ଏବଂ ନିର୍ବାଚନ ନିୟମର ଖୋଲାଖୋଲି ଉଲ୍ଲଂଘନ। ଆମେ ଏହାକୁ ଦୃଢ଼ ଭାବେ ବିରୋଧ କରୁଛୁ। ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାକୁ ସେମାନେ ଧ୍ୱସଂ କରୁଛନ୍ତି ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନଷ୍ଟ ହେଉଛି। ଏହା ସହିତ ତାଙ୍କୁ ଅଯୋଗ୍ୟ ଘୋଷଣା କରି ବିଧାୟିକା ପଦ ରଦ୍ଦ କରିବା ପାଇଁ ଆମେ ଦାବି କରୁଛୁ।
ଏହା ପରେ ଶ୍ରୀ ସ୍ଵାଇଁ କହିଛନ୍ତି ଗତ ଶୁକ୍ରବାର ବ୍ରହ୍ମଗିରି ବଜାର ଭିତରେ ଜଣେ ନାବାଳକକୁ ବିଚ୍ ରାସ୍ତାରେ ତା ହାତକୁ ବାନ୍ଧି ବେକରେ ଚୋର ଲେଖାଥିବା ପ୍ଲାକାର୍ଡ ଝୁଲାଇ ଚଲାଇ ଚଲାଇ ନେଉଥିବା ଘଟଣାକୁ ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଗିରଫ ହୋଇପାରିନାହିଁ। ଏହାକୁ ଆମେ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତକୁ ଶିଘ୍ର ଗିରଫ କରିବା ପାଇଁ ଆମେ ଦାବି କରୁଛୁ।
ଶ୍ରୀ ସ୍ଵାଇଁ ଏହା ମଧ୍ୟ କହିଛନ୍ତି ଅଭିଯୁକ୍ତ ଟୁନା ( ମନୋରଞ୍ଜନ ) ତ୍ରିପାଠୀ ରାଜ୍ୟ ବିଜେପିର ଜଣେ ଟାଣୁଆ ନେତା ବିରଞ୍ଚି ତ୍ରିପାଠୀ ଙ୍କ ସାନ ଭାଇ। ଅତିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିଯୁକ୍ତ ଟୁନା ତ୍ରିପାଠୀ ଙ୍କର ଏକ ସାମାଜିକ କାର୍ଯ୍ୟକ୍ରମରେ ବ୍ରହ୍ମଗିରି ସ୍ଥିତ ତାଙ୍କ ବାସଭବନରେ ଆସି ପହଞ୍ଚି ଥିଲେ। ଏହାର ଫାଇଦା ନେଇ ଅଭିଯୁକ୍ତ ଟୁନା ତ୍ରିପାଠୀ ଙ୍କ ବଡ଼ଭାଇ ବିରଞ୍ଚି ତ୍ରିପାଠୀ ଜିଲ୍ଲା ପୋଲିସ ବିଭାଗ ଉପରେ ଚାପ ପକେଇ ରଖିଛନ୍ତି। ଏହା ଫଳରେ ଅଭିଯୁକ୍ତ ଟୁନା ତ୍ରିପାଠୀ ତାର ଦୋକାନ ଖୋଲା ରଖି ଖୋଲା ଖୋଲି ବୁଲୁଛି। ଆମେ ଏହାକୁ ଦୃଢ଼ ନିନ୍ଦା କରୁଛୁ। ଜିଲ୍ଲା ପୋଲିସ ପ୍ରଶାସନ ମନମୁଖୀ କାର୍ଯ୍ୟକଳାପ ଚଳିବ ନାହିଁ ଯଦି ଦୋଷୀ କୁ ଶିଘ୍ର ଗିରଫ ନକରାଯାଏ ଆଗକୁ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ରାଜରାସ୍ତା ଅବରୋଧ କରାଯିବ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ବାଇଁ, ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ଉପାଧ୍ୟକ୍ଷ ମାଳିନୀ ଦଲେଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ପୂର୍ବତନ ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ , ମହିଳା ନେତ୍ରୀ ମାନସି ହରିଚନ୍ଦନ, ସକୁନ୍ତଳା ମିଶ୍ର, ସମସ୍ତ ନିର୍ବାଚିତ ପ୍ରତିନିଧି, ବରିଷ୍ଠ ଆଇନଜୀବୀ ଯୁଧିଷ୍ଠିର ଜେନା, ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।


.jpg)
0 Comments