Header Ads Widget



BREAKING NEWS

6/recent/ticker-posts

ଓଡ଼ିଆ ସିନେମାରେ ଶୋକ: ନିର୍ମାତା ରବି ସ୍ୱାଇଁଙ୍କ ପରଲୋକ।

 
 
ଭୁବନେଶ୍ୱର, ୦୭/୦୪/୨୬ ,:
ଓଡ଼ିଆ ଚଳଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି। ବିଶିଷ୍ଟ ଚଳଚିତ୍ର ନିର୍ମାତା ରବି ସ୍ୱାଇଁଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି।
ନବେ ଦଶକରେ ଓଡ଼ିଆ ସିନେମାକୁ ନୂଆ ଦିଗ ଦେଇଥିବା ଶ୍ରୀ ସ୍ୱାଇଁ “ଜୋର ଯାର ମୂଲକ ତାର”, “ଉଦଣ୍ଡି ସୀତା”, “କିହେବ ଶୁଆ ପୋଷିଲେ” ଓ “ପଞ୍ଜୁରୀ ଭିତରେ ଶାରୀ” ଭଳି ଅନେକ ସଫଳ ଚଳଚିତ୍ର ନିର୍ମାଣ କରିଥିଲେ। ତାଙ୍କର ସୃଜନଶୀଳ କୃତି ଓଡ଼ିଆ ସିନେମା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ।
ଚଳଚିତ୍ର ଜଗତ ସହିତ ସେ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାମାଜିକ କାର୍ଯ୍ୟକ୍ରମକୁ ସେ ସହଯୋଗ କରିଥିବା ଜଣାପଡ଼ିଛି।
ତାଙ୍କର ପରଲୋକରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକମାନେ, ସିନେମା ପ୍ରେମୀ ଓ ଚଳଚିତ୍ର ଜଗତର ବିଭିନ୍ନ ମଣିଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ଓଡ଼ିଆ ସିନେମା ପାଇଁ ଏହା ନିଶ୍ଚୟ ଏକ ଅପୂରଣୀୟ କ୍ଷତି ଭାବେ ସ୍ମରଣୀୟ ହୋଇ ରହିବ।
     ଆଜି ଶ୍ରୀ ସ୍ୱାଇଁ ଙ୍କ ମରଶରୀର  ପିପିଲି ସ୍ଥିତ ବାସଭବନ ରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ତାଙ୍କ ବାସ ଭବନ ରେ ପଂହଚି ପରିବାର କୁ ସମବେଦନା ଜଣାଇଛନ୍ତି,ତାଙ୍କ ବିୟୋଗ ପିପିଲି ଓ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି।

Post a Comment

0 Comments