ପୁରୀ/ପିପିଲି:୦୪/୦୪/୨୬
ମାସିକିଆ ବଟି ନେବ କିଏ?
କାହା ମୁଣ୍ଡରେ ଲାଗିବ ବନ୍ଧୁକ?
ଟଙ୍କା ପାଇଁ କେତେ ବେଳେ ଯେ ବାଲିଘାଟରେ ଜୀବନ ଯାଇପାରେ, ତାହାର ଭୟଙ୍କର ଚିତ୍ର ଏବେ ଖୋଦ୍ ପୋଲିସ FIR ରୁ ସାମ୍ନାକୁ ଆସିଛି।
ପିପିଲିର ବେଆଇନ୍ ବାଲିଘାଟରେ ଚାଲିଛି ଲୁଟ୍, ଚାଲିଛି ଦାଦାବଟି, ଚାଲିଛି ମାସିକିଆ କଲେକ୍ସନ…
ଆଉ ଏହି କଳା ସାମ୍ରାଜ୍ୟରେ ପିପିଲି ଥାନା ର ଆଇନ ବ୍ୟବସ୍ଥା ହେଉଛି ଅସହାୟ!
ପୋଲିସକୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ…
ଏହି ସାହସ ଆସୁଛି କେଉଁଠାରୁ?
କିଏ ଦେଉଛି ଏମାନଙ୍କୁ ବଳ ?
କିଏ ଖାଉଛି ମାସିକିଆ ବଟି?
ପିପିଲିରେ ବେଆଇନ୍ ବାଲି ଉତ୍ତୋଳନ କେବଳ ଏକ ଅବୈଧ ବ୍ୟବସାୟ ନୁହେଁ…
ଏହା ଏବେ ପରିଣତ ହୋଇଛି ଏକ ମାଫିଆ ନେଟୱର୍କ।
ଯେଉଁଠି ଆଇନକୁ ଖୋଲା ଚ୍ୟାଲେଞ୍ଜ ଦିଆଯାଉଛି…, ପ୍ରଶାସନକୁ ଚ୍ୟାଲେଞ୍ଜ କରାଯାଉଛି, ଆଉ ପୋଲିସକୁ ସିଧାସଳଖ ବନ୍ଧୁକ ଦେଖାଇ ଧମକ ଦିଆଯାଉଛି।
ପାରିଜହଁର ବେଆଇନ୍ ବାଲିଘାଟରେ ପୋଲିସ ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଘଟଣା କେବଳ ଏକ FIR ନୁହେଁ…
ଏହା ହେଉଛି ପ୍ରଶାସନର ଅସଫଳତା ଓ ମାଫିଆ ରାଜର ଜୀବନ୍ତ ପ୍ରମାଣ।
ଏହାରି ଭିତରେ ପିପିଲିର ବିଭିନ୍ନ ବେଆଇନ୍ ବାଲିଘାଟରେ ମାଇନ୍ସ ବିଭାଗ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଚଢ଼ାଉ କରିଥିବା ନଜରକୁ ଆସିଛି।ବେଆଇନ୍ ବାଲି ଉତ୍ତୋଳନରେ ବ୍ୟବହୃତ JCB ମେସିନ, ହାଇୱା ଗାଡ଼ି, ଏବଂ ଅନ୍ୟାନ୍ୟ ଯାନବାହନ ମଧ୍ୟ ଜବତ ହୋଇଛି।କିନ୍ତୁ ଏହିଠାରୁ ଆରମ୍ଭ ହେଉଛି ସବୁଠାରୁ ବଡ଼ ପ୍ରଶ୍ନ—ଗାଡ଼ି ଜବତ ହେଉଛି, ମେସିନ ଜବତ ହେଉଛି…
କିନ୍ତୁ ଯେଉଁମାନେ ଏହି ବେଆଇନ୍ ବାଲିଘାଟ ଚଳାଉଛନ୍ତି, ସେମାନଙ୍କ ବିରୋଧରେ କାହିଁକି ହେଉନାହିଁ କାର୍ଯ୍ୟାନୁଷ୍ଠାନ?
ଏହି ପ୍ରଶ୍ନର ଉତ୍ତର ଲୁଚିଥାଇପାରେ ଗୋଟିଏ କାରଣ,ଯାହା ବାଟେ ଘଟେ ସବୁ ଆଡ଼େ ଚର୍ଚ୍ଚାରେ—ମାସିକିଆ ବଟି କଲେକ୍ସନ!ସ୍ଥାନୀୟ ଅଞ୍ଚଳରେ ଏପରି ଚର୍ଚ୍ଚା ହେଉଥିବା ବେଳେ, ଏହାର ସ୍ୱତନ୍ତ୍ର ସରକାରୀ ପୁଷ୍ଟି ହୋଇନାହିଁ। ତଥାପି ଘଟଣାକୁ ନେଇ ଅନେକ ଗୁରୁତର ପ୍ରଶ୍ନ ଉଠିଛି।”
ପ୍ରତି ହାଇୱାରୁ ୩ ହଜାର ୫ ଶହ ଟଙ୍କା…
ପ୍ରତି ଟ୍ରାକ୍ଟରରୁ ଦେଢ଼ ହଜାର ଟଙ୍କା…
ମାସିକିଆ ବଟି ଆଦାୟ ହେଉଛି।
ଏବଂ ଏହି ବେଆଇନ୍ ବାଲିଘାଟ ମାଧ୍ୟମରେ ମାସକୁ ଲକ୍ଷ ଲକ୍ଷ ଟଙ୍କାର କଳା କଲେକ୍ସନ ହେଉଥିବା କଥା ଏବେ ଖୋଲା ଚର୍ଚ୍ଚାର ବିଷୟ। ତେବେ ପ୍ରଶ୍ନ ଉଠୁଛି—
ଏହି ଟଙ୍କା ଯାଉଛି କାହା ପାଖକୁ?
କିଏ ନେଉଛି ଏହି ମାସିକିଆ ବଟି?
କାହା ଆଶୀର୍ବାଦରେ ରାତିଦିନ ଚାଲୁଛି ବେଆଇନ୍ ବାଲି ସାମ୍ରାଜ୍ୟ?
ଯେଉଁ ଅଞ୍ଚଳରେ ବର୍ଷକୁ ବର୍ଷ ବେଆଇନ୍ ବାଲି ଉତ୍ତୋଳନ ଚାଲିଛି…
ଯେଉଁଠାରୁ ଶତାଧିକ ଟ୍ରିପ୍ ବାଲି ବାହାରୁଛି…ଯେଉଁଠି ରାତିରେ ରାତିରେ JCB ଓ ହାଇୱାର ଲାଇନ୍ ଲାଗୁଛି…
ସେଠାରେ ଏହି ବେଆଇନ୍ ବ୍ୟବସାୟ ଚଳାଉଥିବା ମୁଖ୍ୟ ଲୋକଙ୍କ ପରିଚୟ ମାଇନ୍ସ ବିଭାଗ ?
ପ୍ରଶାସନ,ପୋଲିସକୁ ଜଣା ନାହିଁ କିପରି ?
ଏହା କିପରି ସମ୍ଭବ?
ନା ଏହି ନିରବତାର ପଛରେ ଅଛି ମାସିକିଆ ବଟିର ଖେଳ?
ନା ଏହି ବଟି ଦେଇ ସମସ୍ତଙ୍କ ମୁହଁରେ ବାନ୍ଧି ଦିଆଯାଇଛି ତୁଣ୍ଡି?
ଯେତେବେଳେ ବେଆଇନ୍ ବାଲିଘାଟରେ ନିୟୋଜିତ ଯୁବକମାନେ ପୋଲିସକୁ ବନ୍ଧୁକ ଦେଖାଇବାକୁ ପଛାଉ ନାହାଁନ୍ତି…
ସେତେବେଳେ ସ୍ପଷ୍ଟ ହୋଇଯାଉଛି—
ସେମାନଙ୍କର ସାହସ କେବଳ ଅସ୍ତ୍ରରୁ ନୁହେଁ…ସିଷ୍ଟମର ଛତ୍ରଛାୟା ରୁ ଆସୁଛି।
ଯେଉଁଠାରେ ଆଇନକୁ ଟଙ୍କାରେ ବନ୍ଦୀ କରାଯାଉଛି…ଯେଉଁଠି ପ୍ରଶାସନକୁ ଭୟ ଦେଖାଇ ଚୁପ୍ କରାଯାଉଛି…
ସେଠାରେ କେବଳ ବାଲି ଚୋରି ହେଉନାହିଁ…ସେଠାରେ ରାଜ୍ୟର ଆଇନ ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ ଦିଆଯାଉଛି।
ଏବେ ପ୍ରଶ୍ନ—
ମାସିକିଆ ବଟି ନେଉଛି କିଏ?
ବେଆଇନ୍ ବାଲିଘାଟର ମାଷ୍ଟର ମାଇଣ୍ଡ କିଏ? କାହାର ଛତ୍ରଛାୟା ତଳେ ଚାଲିଛି ଏହି ବାଲି ମାଫିଆ ରାଜ? କେବଳ ଗାଡ଼ି ଜବତ କରି ଦାୟିତ୍ୱ ସରିଯିବ କି? ନା କି ଏବେ ବଡ଼ ମାଛମାନଙ୍କୁ ଧରିବାକୁ ପଡ଼ିବ?
ପୋଲିସକୁ ବନ୍ଧୁକ ଦେଖାଇବା ପର୍ଯ୍ୟନ୍ତ ସାହସ ଆସୁଛି କେଉଁଠାରୁ?
ପିପିଲିର ବେଆଇନ୍ ବାଲିଘାଟର ଏହି ଘଟଣା କେବଳ ଏକ ଅଞ୍ଚଳର ସମସ୍ୟା ନୁହେଁ…ଏହା ହେଉଛି ସିଷ୍ଟମ ଭିତରେ ପ୍ରବେଶ କରିଥିବା ମାଫିଆ ମନୋଭାବର ଭୟଙ୍କର ଚିତ୍ର।ଆଜି ପୋଲିସକୁ ବନ୍ଧୁକ ଦେଖାଯାଉଛି…କାଲି ସାଧାରଣ ଲୋକଙ୍କ ମୁଣ୍ଡରେ ମଧ୍ୟ ଲାଗିପାରେ ସେହି ବନ୍ଧୁକ।
ସମୟ ଆସିଗଲା—
କେବଳ JCB ଜବତ କରିବାରୁ ନୁହେଁ,
ମାସିକିଆ ବଟି ଖାଉଥିବା ଚେହେରାକୁ ସାମ୍ନାକୁ ଆଣିବାର ଅଛି ?ନହେଲେ ଏହି ବାଲି ମାଫିଆ ଆସନ୍ତାକାଲି ଆଇନ ରକ୍ଷକ କୁ ନୁହେଁ…ସମଗ୍ର ପ୍ରଶାସନକୁ ବନ୍ଧୁକ ଦେଖାଇବାକୁ ପଚାଇବ ନାହିଁ । ଏହା ଉପରେ ରୋକ୍ ଲଗାଇବା ର ସମୟ ଆସିଛି। କିନ୍ତୁ ଏହି ଚର୍ଚା କୁ ଅସ୍ବୀକାର କରିଛନ୍ତି ମାଇନ୍ସ ଅଧିକାରୀ। ବେଆଇନ୍ ବାଲି ଘାଟ ରେ ଚଡାଉ ନିୟମିତ ଜାରି ରହି ଥିବା ବେଳେ ଏହାକୁ ଆଉ ଜୋର୍ ଦାର୍ କରାଯିବ ବୋଲି କହିଛନ୍ତି। ତେବେ ପୋଲିସ ମାଫିଆ ନିୟନ୍ତ୍ରଣ କରିବା ରେ ଆଗକୁ କେତେ ସଫଳ ହେଉଛି ତାହା ଆଗକୁ ଜଣାପଡ଼ିବ ବୋଲି କୁହାଯାଉ ଥିବା ବେଳେ ପିପିଲି ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ସୁଧାର ଆଣିବା ରେ ପୋଲିସ କିଭଳି ପଦକ୍ଷେପ ନେଉଛି ଏହା ଉପରେ ରହିଛି ସମସ୍ତଙ୍କ ନଜର।


.jpg)
0 Comments