Header Ads Widget



BREAKING NEWS

6/recent/ticker-posts

ହଟହଟା ହେଲେ ବିଜେଡି ବିଧାୟକ

 ପୁରୀ : ନିମାପଡ଼ା ବିଧାୟକ ଙ୍କୁ ବିରୋଧ ।  ନିଜ ନିର୍ବାଚନ ମଣ୍ଡଳୀ ରେ ବିରୋଧ ର ସମ୍ମୁଖୀନ ହେଲେ  ବିଧାୟକ ସମୀର ରଂଜନ  ଦାଶ ବ। ରାସ୍ତା ଭିତ୍ତି ପ୍ରସ୍ତର କୁ ନେଇ ବିରୋଧ କଲେ ଲୋକେ ।


ନିମାପଡା ବ୍ଲକ ଅଧୀନ ଛଣିଜଙ୍ଗ ପଞ୍ଚାୟତ ଚାରିମୋୖଯା ନିକଟରେ  ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନକୁ ବିରୋଧ କଲେ ଚକୋରଡ଼ା ଗ୍ରାମବାସୀ  l  ଚକରଡା  ଠାରୁ କେଉଟ ସାଲଦା ପାଇଁ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିଲେ ଲୋକେ ।


ମାତ୍ର କେଉଟ ସାଲଦା ଠାରେ ରାସ୍ତା ନିର୍ମାଣ ପାଇଁ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ହେଲେ ବିରୋଧ ର ସମ୍ମୁଖୀନ । ବିରୋଧ ରୁ ହଟହଟା ହୋଇ ଭିତ୍ତିପ୍ରସ୍ତର ସ୍ଥାପନ କରିନପାରି ଫେରିଲେ ନିମାପଡା ବିଧାୟକ ସମୀର ଦାଶ I ପୋଲିସ ଉପସ୍ଥିତ ରେ ଘଟିଥିଲା ଏଭଳି ଘଟଣା ।ସୂଚନା ଥାଉକି   ଚାରିଛକ ଗୋପ ମୁଖ୍ୟ ରାସ୍ତା  ରୁ ଚକରୋଡା  ଗ୍ରାମକୁ ଭଲ ରାସ୍ତା ଟିଏ ନ ଥିଲା । ଯାତାୟାତ ରେ ଅନେକ ସମସ୍ୟା ର ସମ୍ମୁଖୀନ ହେଉଥିଲେ ଲୋକେ ।   ଏହି ରାସ୍ତା ନିର୍ମାଣ  ପାଇଁ ଗ୍ରାମବାସୀ ପକ୍ଷରୁ ଅନେକ  ସମୟ  ରାସ୍ତା ଅବରୋଧ କରିବା ସହ ବ୍ଲକ ସମ୍ମୁଖରେ  ଧାରଣା ଦେଇଥିଲେ  ଗ୍ରାମବାସୀ । ଲୋକ ମାନଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ଏହି ରାସ୍ତା ନିର୍ମାଣ ପାଇଁ  ଦୁଇଟି ପର୍ଯ୍ୟାୟରେ  ୨୦ ଲକ୍ଷ ଟଙ୍କା ଆସିଥିଲା ।ପ୍ରଥମ ପର୍ଯ୍ୟାୟ ଟଙ୍କା ରେ ୧୦ ଲକ୍ଷ ଟଙ୍କା  ରେ  କିଛି ବାଟ କାମ କରାଯାଇ ଥିଲା । ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ରେ ଆଜି କେଉଟ ସାଲଦା ନିକଟରେ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପାଇଁ ବିଧାୟକ ଯାଉଥିବା ସମୟରେ ହୋଇଥିଲେ ବିରୋଧର ଶୀକାର । ଗ୍ରାମବାସୀ ମାନେ ଚକର ଡା ଠାରୁ ଆସମୂର୍ଣ୍ଣ ରାସ୍ତା ନିର୍ମାଣ ପାଇଁ ଦାବି କରୁଥିବା ବେଳେ ବିଧାୟକ କେଉଟ ସାଲଦା ରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବା କଥା  ଲୋକେ ଶୁଣି ବିଧାୟକ ଙ୍କୁ କରିଥିଲେ ବିରୋଧ  ।

ବିରୋଧ ର ସମ୍ମୁଖୀନ ବାଧ୍ୟ ହୋଇ ବିଧାୟକ ଶିଳା ନ୍ୟାସ ନକରି ଫେରିଥିଲେ । ସେପଟେ ପୋଲିସ ଉପସ୍ଥିତ ରେ ବିଧାୟକ ଏଭଳି ବିରୋଧ ର ସମ୍ମୁଖୀନ ହୋଇ ଥିବା ବେଳେ ନିମାପଡା ପୋଲିସ ର ପାରିବା ପଣିଆ ଉପରେ ଏବେ ପ୍ରଶ୍ନ ଉଠିଥିଲା ବେଳେ  ବିଧାୟକ ସମୀର ରଂଜନ ଦାଶ ଙ୍କୁ ନିଜ ନିର୍ବାଚନ  ମଣ୍ଡଳୀ ରେ  ଲୋକେ ବିରୋଧ କରିବା ଘଟଣା ପରେ  ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ଙ୍କର ପତିଆରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଏ ନେଇ ବିଧାୟକ ଙ୍କ ର ପ୍ରତିକ୍ରିୟା ମିଳି ପାରି ନାହିଁ।


Post a Comment

0 Comments