Header Ads Widget



BREAKING NEWS

6/recent/ticker-posts

ଆବାସ ଯୋଜନାରେ କାର୍ଯ୍ୟାଦେଶ ପରେ ମଧ୍ୟ କଟିଯାଉଛି ହିତାଧିକାରୀଙ୍କ ନାମ, ଜିଲ୍ଲାପାଳ ଦେଲେ ତଦନ୍ତ ନିର୍ଦ୍ଦେଶ । କଂଗ୍ରେସ କରିଥିଲା ହସ୍ତକ୍ଷେପ ।

  


ଦ ରୁରାଲ ନ୍ୟୁଜ ବ୍ୟୁରୋ :ପିପିଲି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଅନିୟମିତତା ସବୁ ସୀମା ପାର୍ କରିଛି । ଅନେକ ଯୋଗ୍ୟ ହିତାଧିକାରୀ ବାଦ୍ ପଡିଥିବା ବେଳେ ପୁଣି କେତେକ ଯୋଗ୍ୟ ହିତାଧିକାରୀଙ୍କ ନାମ ଜାଣିଶୁଣି କାଟି ଦିଆଯାଉଛି । ଅନଲାଇନ୍ ମାଧ୍ୟମରେ କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ ବ୍ଲକ ଉନ୍ନୟନ୍ନ ଅଧିକାରୀ(ବିଡିଓ) ହିତାଧିକାରୀ ନାମକୁ କାଟିଦେଉଛନ୍ତି କିମ୍ବା ତାହା ଉପରେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସ୍ଥାନୀୟ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସ ମୁଖାପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ମିଶ୍ର ମଙ୍ଗଳବାର ଦିନ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ଆବାସ ଯୋଜନାରେ ପିପିଲି ଅଞ୍ଚଳର ବିଭିନ୍ନ ପଞ୍ଚାୟତର ହିତାଧିକାରୀମାନଙ୍କୁ ଅନଲାଇନ୍ ରେ କାର୍ଯ୍ୟାଦେଶ ମିଳିବା ପରେ ମଧ୍ୟ ତାଙ୍କ ନାମକୁ ବ୍ଲକ ଅଫିସ୍ ରେ କଟାଯାଉଛି କିମ୍ବା ତାଙ୍କୁ ଘର ମିଳିବ ନାହିଁ ବୋଲି କୁହାଯାଉଛି। ତେଇଶିପୁର, ମଙ୍ଗଳପୁର, ହାଟସାହି ଆଦି ଅଞ୍ଚଳର କିଛି ଯୋଗ୍ୟ ହିତାଧିକାରୀଙ୍କ ଅନଲାଇନ୍ କାର୍ଯ୍ୟାଦେଶକୁ ମଧ୍ୟ ସେ ଜିଲ୍ଲାପାଳଙ୍କୁ ଦେଖାଇଥିଲେ । ଏହା ପରେ ଏହି ଅନିୟମିତତା ଉପରେ ଯୁଗ୍ମ ତଦନ୍ତ ପାଇଁ ଜିଲ୍ଲାପାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(ପି଼ଡି) ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନଲାଇନ୍ ରେ କାର୍ଯ୍ୟାଦେଶ ପାଇଥିବା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ପାଇଁ ଅର୍ଥ ଦିଆନଗଲେ କଂଗ୍ରେସ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି ।



Post a Comment

0 Comments