ଦ ରୁରାଲ ନ୍ୟୁଜ ବ୍ୟୁରୋ - ଖୋଲିଲା ହୀରାକୁଦ ଗେଟ । ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ ହେଉଛି ନିଷ୍କାସନ । ହୀରାକୁଦ ରେ ଜଳସ୍ତର ବଢ଼ିବା ରେ ଲାଗିଛି। କିନ୍ତୁ ନିମାପଡ଼ା ଜଳସେଚନ ବିଭାଗର ନଦୀ ବନ୍ଧ ମରାମତି କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ପାରି ନାହିଁ ।
ପୁଣି ବିପଦ ଅ।ଣି ପାରେ ପୁରୀ ଜିଲ୍ଲା ନିମାପଡା ବ୍ଲକରେ ଥିବା ଭାର୍ଗବୀ ନଦୀ ବନ୍ଧ, ତରବରିଅ। ଭାବରେ ଏବେ ଚାଲିଛି ନଦୀ ବନ୍ଧ କାର୍ଯ୍ୟ,ସାମନ୍ୟ ବର୍ଷା ରେ ନଦୀ ବନ୍ଧ ରେ ଗର୍ତ୍ତ ସୃଷ୍ଟି ହୋଇଥିଲା ବେଳେ ଦୁର୍ବଳ ହୋଇଛି ନଦୀ ବନ୍ଧ ସେପଟେ ମାତ୍ର କେଇ ମାସ ପୂର୍ଵରୁ ବନ୍ଧ ସୁଦୃଢ କରିବା ପାଇଁ ହୋଇଥିବା ପଥର ପାକିଂ ଅନେକ ସ୍ଥାନରେ ସବୁ ଭୁଷୁଡି ଥିବା ବେଳେ ବନ୍ଧର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ନଦୀ କୂଳିଆ ଲୋକେ, ବିଭାଗୀୟ ଅଧିକାରୀଙ୍କ ଠିକାଦାରଙ୍କୁ ଅହେତୁକ ଅନୁକଂପା ନଦୀ ବନ୍ଧକୁ ବିପଦ ଅ।ଣିବ ବୋଲି ଅ।ଶା ଅ।ଶଙ୍କାରେ ଅଛନ୍ତି ନଦୀ କୂଳିଅ।। ସେପଟେ କ୍ୟାମେରା ସମ୍ମୁଖରେ ମତାମତ ରଖିବାକୁ ଖୋଲା ଖୋଲି ମନା କରିଛନ୍ତି ନିମାପଡା ଜଳସେଚନ ବିଭାଗ ନିର୍ବାହୀ ଯଂତ୍ରୀ ।
ଚିନ୍ତା ବଢାଇଲାଣି ଭାର୍ଗବୀ ନଦୀ ବନ୍ଧ, ଆସନ୍ତା କାଲି ହୀରାକୁଦ ଛାଡିବ ଏ ବର୍ଷର ପ୍ରଥମ ବନ୍ୟା ଜଳ, କିନ୍ତୁ ତା ପୂର୍ବରୁ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ନଦୀ ମରାମତି କାର୍ଯ୍ୟ, ସାମାନ୍ୟ ବର୍ଷା ରେ ନଦୀ ବନ୍ଧ ଦୁର୍ବଳ ହୋଇ ପଡ଼ିଥିଲା ବେଳେ ଏବେ ମାଟି ଚେକା ପକାଇ ସତ ଲୁଚାଇବା ପାଇଁ ଚେଷ୍ଟା କରୁଛି ନିମାପଡ଼ା ବଳଙ୍ଗା ଜଳସେଚନ ବିଭାଗ । ତରବରିଅ। ଭାବରେ ବନ୍ଧ ମରାମତି କାର୍ଯ୍ୟ କରାଯାଉ ଥିବା ବେଳେ ନଦୀରେ ବନ୍ୟା ଜଳ ପ୍ରଭାବିତ ହେବ ଏହାକୁ ଚିନ୍ତାରେ ନଦୀ କୁଳିଆ । ନଦୀ ବନ୍ଧ ସୁଦୃଢୀ କରଣ ନାମରେ ଭାର୍ଗବୀ ନଦୀ ବନ୍ଧ ର ଅନେକ ସ୍ଥାନରେ ହୋଇଥିଲା ପଥର ସୋଲିଂ କ।ର୍ଯ୍ୟ,ମାତ୍ର କାର୍ଯ୍ୟ ଶେଷ ନ ହେଉଣୁ ଏହା ନଷ୍ଟ ହେଲାଣି । ଏପରିକି କୋଟି କୋଟି ଟଙ୍କା ଖର୍ଛ ହୋଇ ପଥର ସୋଲିଂ କାର୍ଯ୍ୟ କରାଯାଇଥିଲେ ମଧ୍ୟ ନିମ୍ନ ମାନର କାର୍ଯ୍ୟଯୋଗୁଁ ପଥର ସୋଲିଂ ବନ୍ଧରୁ ଖସି ତଳେ ପଡିଲାଣି ।
ନିମ୍ନ ମାନର କାର୍ଯ୍ୟ ପୁଣି ଥରେ ପୂର୍ବ ଭଳି ନଦୀ ବନ୍ଧରେ ଘଳିଅ। ସୃଷ୍ଟି କରି ବିପଦ ଅ।ଣିବ ବୋଲି ନଦୀ କୂଳିଅ। ଅଭିଯୋଗ କରିଛନ୍ତି । ସେପଟେ ନଦୀ ବନ୍ଧ ଦୁର୍ଵଳ ହେଲେ ବଳଙ୍ଗା,ଗୋପିନାଥପୁର,ବାଲିଆ, ଦକ୍ଷିଣ ରାଡ଼ସ୍ୱ,ହରିପୁର, ଅ।ଦି ପଚଂ।ୟତ କୁ କ୍ଷତିଗ୍ରସ୍ତ କରିବ ବୋଲି ଅଭିଯୋଗ କରିଛନ୍ତି ନଦୀ କୂଳିଅ।। ଏବେ ନଦୀ ବନ୍ଧ କାର୍ଯ୍ୟ ବାଲିଆ ଓ ଅନେକ ସ୍ଥାନରେ ନଦୀବନ୍ଧ କାର୍ଯ୍ୟ ଚାଲିଥିବା ବେଳେ ନଦୀ ବନ୍ଧର ସ୍ଥାୟିତ୍ଵ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଗତ ବର୍ଷ ବଳଙ୍ଗା ଡିଭିଜନ ଅଧିନ ରେ ଥିବା ଭାର୍ଗବୀ ନଦୀରେ ଘଳିଅ। ସୃଷ୍ଟି କରି ବିପଦ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ବଡ ବିପଦରୁ ମୁକୁଳିଥିଲା ବନ୍ଧ, ତେବେ ଚଳିତ ବର୍ଷ ହୀରାକୁଦ ରୁ ପ୍ରଥମ ବନ୍ୟା ଜଳ ଛଡ଼ାଯିବା ପାଇଁ ପ୍ରସ୍ତୁତି ସରିଥିବା ଏବେ ନଦୀ ବନ୍ଧ କାର୍ଯ୍ୟ ଚାଲିଥିବା ଓ ବନ୍ୟା ଜଳ ନଦୀରେ ପ୍ରବାହିତ ହେଲେ ଭାର୍ଗବୀ କୁବିପଦ ଅ।ଣିବ ବୋଲି ଅ।ଶଙ୍କା କରିଛନ୍ତି ନଦୀ କୂଳିଅ।।
ସେପଟେ ନଦୀ ବନ୍ଧ କାର୍ଯ୍ୟ ପାଇଁ ସରକାରୀ ଭାବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଦାୟିତ୍ଵ ରେ ଥିବା ଅଧିକାରୀ ମାନେ ଠିକାଦାର ମାନଙ୍କୁ ଅହେତୁକ ଅନୁକଂପା ଦେଖାଉଥିବାରୁ ସରକାରୀ ଅର୍ଥ ବାଟମାରଣା କରିବା ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ସମାଜସେବୀ ଓ ବୁଦ୍ଧିଜୀବୀ ଅଭିଯୋଗ କରିଥିବା ବେଳେ ବେଳେ ଏଭଳି କାର୍ଯ୍ୟ ବନ୍ଧ ସୁରକ୍ଷା ନୁହଁ ବରଂ ଠିକାଦାର ପ୍ରତି ବିଭାଗସି ଅନୁକଂପା ଦେଖାଇ ଜଳସେଚନ ବିଭାଗ ସରକାରଙ୍କ ଅର୍ଥକୁ ତୋଷରପାତ କରୁଛି ବୋଲି ଅଭିଯୋଗ କରିଛନ୍ତି। ସେପଟେ ଏସଂପର୍କରେ କ୍ୟାମେରା ସମ୍ମୁଖରେ କୈାଣସି ମତାମତ ଦେବାକୁ ମନା କରିଦେଇଛନ୍ତି ନିମାପଡା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ।
.
ନଦୀ ବନ୍ଧର ସୁଦୃଢୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ନଦୀ ବନ୍ଦ କାର୍ଯ୍ୟ ଦୁର୍ବଳ ହେଉଥିବାର ଅଭିଯୋଗ ହେଉଛି। ବ୍ୟୁରୋ ରିପୋର୍ଟ ଦ ରୁରାଲ ନ୍ୟୁଜ ।
0 Comments