Header Ads Widget



BREAKING NEWS

6/recent/ticker-posts

ବିପ୍ଲବୀ ନେତା ସୁଦର୍ଶନ ଙ୍କ ପାଇଁ ଝୁରୁଛି ପିପିଲି

        ଦ ରୁରାଲ ନ୍ୟୁଜ ବ୍ୟୁରୋ  -   


     

ବିପ୍ଲବୀ ନେତା ସୁଦର୍ଶନ ଙ୍କ ପାଇଁ ଝୁରୁଛି ପିପିଲି । ତାଙ୍କ ଅକାଳ ବିୟୋଗ ପରେ  ସାରା ରାଜ୍ୟ ରେ ତାଙ୍କ ଉଦ୍ଦେଶ୍ୟ ରେ   ସ୍ମୁତି ସଭା ଅନୁଷ୍ଠିତ ହୋଇ ଯାଇଛି ।  ଏକଦମ ଠିକ ନାମରେ ପରିଚିତ ଥିଲେ ସୁଦର୍ଶନ ପ୍ରଧାନ ।   ରାଜ୍ୟ ରାଜନୀତି ରେ ନିଜର ସ୍ଵତ୍ରଂତ ପରିଚୟ ସୃଷ୍ଟି କରିଥିବା ସୁଦର୍ଶନ ନିଜ ପାଇଁ ଘର ଟିଏ ମଧ୍ୟ କରି ପାରିନଥିଲେ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅରିଶଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନାମୁହିଁ ଗ୍ରାମ ରୁ ଯାଇ  ରାଜ୍ୟ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ଥିବା ସୁଦର୍ଶନ ବିପ୍ଳବୀ କବି ଓ ସମାଜସେବୀ  ଓ ଜଣେ ଦକ୍ଷ ରେଫରି ଭାବରେ ଛାପ ଛାଡି ଯାଇ ଥିବା ସୁଦର୍ଶନ ପ୍ରଧାନଙ୍କ ଏକାଦଶାହ ଉପଲକ୍ଷେ  ସୁନା ମୁହିଁ ରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ସିପିଆଇଏମଏଲ ନେତା କମେଡ୍ କିଷାନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମାଜବାଦୀ ପାର୍ଟି ସଭାପତି ରବି ବେହେରା,



କଂଗ୍ରେସ୍ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର,  ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ,ସିପିଆଇଏମଏଲ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମ୍ରେଡ୍ ଅଶୋକ କୁମାର ପ୍ରଧାନ, ହରିରାଜପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ, ଚାଇଁପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ପରିଡ଼ା, ବେରବୋଇ କସ୍ତୁରିବା ସେବା ଟ୍ରଷ୍ଟ ସଞ୍ଚାଳିକା କବିତାରାଣୀ ପରିଡ଼ା ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା, ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ,  ସାମ୍ବାଦିକ ପ୍ରମୁଖ ଯୋଗଦେଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


ଏହି ଅବସରରେ  ସମାଜସେବୀ ସ୍ଵର୍ଗତଃ ସୁଦର୍ଶନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅତିଥିଙ୍କ ଦ୍ଵାରା ସୃତି ଶ୍ରଦ୍ଧାଞ୍ଜଳି ପତ୍ରିକା ଲୋକାର୍ପଣ କରାଯାଇଥିଲା।  ଏହି ସ୍ମୁତି ସଭାକୁ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ  ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ  ।


Post a Comment

0 Comments