Header Ads Widget



BREAKING NEWS

6/recent/ticker-posts

ଯୁଧିଷ୍ଠିର ରାଧା ଙ୍କ ସାକ୍ଷାତ କୁ ନେଇ ଛାନିଆ ବିରୋଧୀ

 


ଦ ରୁରାଲ ନ୍ୟୁଜ ବ୍ୟୁରୋ -  ଖୁବଶୀଘ୍ର ଘୋଷଣା ହୋଇ ପାରେ ୨୦୨୪ସାଧାରଣ ନିର୍ବାଚନ । ନିର୍ବାଚନ ନଭେମ୍ବର କି  ଡିସେମ୍ବର ମାସ ରେ ଏକ ସାଙ୍ଗରେ ହୋଇ ପାରେ ଲୋକସଭା ଓ ବିଧାନସଭା ନିର୍ବାଚନ ।  ଏହା ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳ ଆରମ୍ଭ କରି ଦେଲେଣି ଅଙ୍କ କଷା । କିଏ କେଉଁ ଦଳ ରୁ ନିର୍ବାଚନ ଲଢ଼ିବ ସେ ନେଇ  ନିଜକୁ ପ୍ରସ୍ତୁତ କଲେଣି ।                           ରାଜ୍ୟ ରାଜନୀତି ରେ   ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ପିପିଲି । ପିପିଲି ରେ   ସାତ ସାତ ଥର ବିଧାୟକ ହେବାର ଯୋଗ୍ୟତା ହାସଲ କରିଥିଲେ ପ୍ରଦୀପ ମହାରଥୀ  । ଏହି ସମୟ ରେ  ବିରୋଧୀ ଦଳ ର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିଲେ ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ୧୯୯୫ରେ କଂଗ୍ରେସ ଟିକେଟ ରେ ନିର୍ବାଚନ ଲଢ଼ି  ବିଧାୟକ ହୋଇ ଥିଲେ ଯୁଧିଷ୍ଠିର । ଏହା ପର ଠାରୁ ନିର୍ବାଚନ ରେ କ୍ରମାଗତ ପ୍ରଦୀପ ମହାରଥୀ ଙ୍କ ଠାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇ ଥିଲେ ମଧ୍ୟ ଯୁଧିଷ୍ଠିରଙ୍କ ପିପିଲି ରେ ଥିବା ଦବଦବା କିଛି କମ ନଥିଲା । ସବୁ ଠାରୁ ବଡ଼ କଥା ହେଉଛି ୨୦୧୯ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ ପାଇ ଟିକେଟ ବିଳମ୍ବ  କାରଣ ଦର୍ଶାଇ କଂଗ୍ରେସ ଟିକେଟ ଫେରାଇ ସାରା ରାଜ୍ୟରେ ଚର୍ଚ୍ଚା  ପରିସର କୁ ଆସିଥିଲେ ଯୁଧିଷ୍ଠିର । ଟିକେଟ ଫେରାଇବା ପରେ ଯୁଧିଷ୍ଠିର ଙ୍କ ର ନୀରବତା  ପିପିଲି ରେ କଂଗ୍ରେସ କୁ ଧରାଶାୟୀ କରିଥିଲା ବେଳେ ବିଜେଡ଼ି କୁ ଦେଇଥିଲା ଫାଇଦା।


                                                                                              ୨୦୧୯ ସାଧାରଣ ନିର୍ବାଚନ  ଓ ପିପିଲି ଉପନିର୍ବାଚନ ରେ ଯୁଧିଷ୍ଠିର ଙ୍କ ବିଜେଡି କୁ ପୂର୍ଣ୍ଣ ସହଯୋଗ ର  ଫାଇଦା ନେଇଥିଲା ଶାସକ ବିଜେଡ଼ି  , ମାତ୍ର ଜୁନ ୧୬ ତାରିଖରେ ଯୁଧିଷ୍ଠିରଙ୍କ ଙ୍କ ସାମ୍ବାଦିକ ସମ୍ମିଳନୀ  ଖୋଲି ଥିଲ।  ଅନେକ ଗୁମର ।   ୨୦୨୪ ସାଧାରଣ ନିର୍ବାଚନରେ ଶାସକ ବିଜେଡି କୁ ପିପିଲି ରେ ସମର୍ଥନ ନ ଦେବା ପାଇଁ ଘୋଷଣା କରିବା ପରେ ପିପିଲି ରାଜନୀତି ରେ ସୃଷ୍ଟି ହୋଇ ଥିଲା ହଟ ଚମଟ ।  ସ୍ବାସ୍ଥ୍ୟ ଗତ କାରଣ ପାଇଁ ସିଧା ସଳଖ ରାଜନୀତି  ମଇଦାନ କୁ ଓହ୍ଲାଇ ନିର୍ବାଚନ ଲଢ଼ିବା ପାଇଁ ଅନିଇଛୁକ ଥିବା ବେଳେ ଯୁଧିଷ୍ଠିରଙ୍କ ଛତ୍ରଛାୟା ତଳେ ରହି ନିର୍ବାଚନ ଲଢ଼ିବା ପାଇଁ ଅନେକ ନେତା ଙ୍କ  ରହିଛି  ଆଗ୍ରହ।                                                                                                                                                   ସବୁଠାରୁ ବଡ଼ କଥା ହେଉଛି ପିପିଲି ରେ ସୃଷ୍ଟି ହୋଇ ଥିବା ପିପିଲି ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ ପିପିଲି ରାଜନୀତି ରେ ନୂଆ ମୁଣ୍ଡ ଟେକି ଥିବା ବେଳେ ମଞ୍ଚ ର ଆବାହକ ରାଧା ମୋହନ ପିପିଲି  ବିଧାନ ସଭା ଆସନ ପାଇଁ ବିଧାୟକ ହେବାର ସ୍ଵପ୍ନ ଦେଖୁଛନ୍ତି।  ଠିକ ଏହି ସମୟ ରେ ଗତକାଲି ଠାରୁ  ରାଧାମୋହନ ନିଜ ଫେସ ବୁକ ରେ ଅପଲୋଡ଼ କରିଥିବା  ଫଟୋ ପିପିଲି ରାଜନୀତି ରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି ।  ପିପିଲି ର ପୂର୍ବତନ କଂଗ୍ରେସ ବିଧାୟକ ଙ୍କୁ ପିପିଲି ଡେଲାଙ୍ଗ ଜନ କଲ୍ୟାଣ ମଞ୍ଚ ଆବାହକ ରାଧାମୋହନ ତାଙ୍କ ବାସ ଭବନ ରେ ଭେଟିବା ଘଟଣା ପିପିଲି ରାଜନୀତି ରେ କିଛି ନୂଆ ଘଟିବାର ସଙ୍କେତ ଦେଇଛି । ଯଦିଓ  ରାଧା ମୋହନ ଯୁଧିଷ୍ଠିର ଙ୍କୁ ଭେଟିବା କାରଣ ପିପିଲି ଅଞ୍ଚଳ ର କିଛି ମୌଳିକ ସମସ୍ୟା କୁ ଆଲୋଚନା କରି ଥିବା ନେଇ ସ୍ପଷ୍ଟ କରିଛନ୍ତି, ତେବେ ଏହି ସାକ୍ଷାତ ପିପିଲି ରାଜନୀତି ରେ କିଛି ନୂଆ ଘଟଣା ଘଟିବାର ଆଭାସ ଦେଉଛି ।।            ଯଦି ରାଧା ଙ୍କ ମୁଣ୍ଡ ଉପରେ ଯୁଧିଷ୍ଠିରଙ୍କ ହାତ ରହେ ତେବେ ଚଳିତ ନିର୍ବାଚନରେ  ଯୁଧିଷ୍ଠିରଙ୍କ ଙ୍କ  ସହଯୋଗ ରୁ ନିଶ୍ଚିତ ବଞ୍ଚିତ ହେବ ଶାସକ ବିଜେଡ଼ି ଏଥିରେ କୌଣସି ଦ୍ବିମତ ନାହିଁ ।   ତେବେ ସମୟ କହିବ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ  ଯୁଧିଷ୍ଠିରଙ୍କ ଙ୍କ  ସମର୍ଥନ କାହା କୁ ଯିବ ।


Post a Comment

0 Comments