ଦ ରୁରାଲ ବ୍ୟୁରୋ : ନୂଆ ରୂପରେ ସଜେଇ ହେବ ବିଶ୍ଵନାଥ ଉଚ୍ଚ ବିଦ୍ୟାଳୟ । ପିପିଲି ବ୍ଲକ ଭାରତୀପୁର ଗ୍ରାମପଂଚାୟତ ମାଧିପୁର ରେ ସ୍ଥାପିତ ଏହି ଉଚ୍ଚ ବିଦ୍ୟାଳୟ କୁ ୫ଟି ରେ ଅର୍ନ୍ତଭୁକ୍ତ କରିଛନ୍ତି ରାଜ୍ୟ ସରକାର । ପ୍ରାୟ ୪୫ଲକ୍ଷ ଟଙ୍କା ରେ ନିର୍ମାଣ ହେବାକୁ ଥିବା ଏହି ଉଚ୍ଚ ବିଦ୍ୟାଳୟ ରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ପାଇ ପାରିବେ ଛାତ୍ର ଛାତ୍ରୀ । ଗତକାଲି ଏହି ଉଚ୍ଚ ବିଦ୍ୟାଳୟ ର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ, ବିଜେଡି ରାଜ୍ୟ ସମ୍ପାଦକ ପ୍ରିୟ ବ୍ରତ ସାମନ୍ତରାୟ ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ଏହି ବିଦ୍ୟାଳୟ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଥାଉକି ପୁର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଙ୍କ ପିତା ଙ୍କ ନାମରେ ନାମିତ ଏହି ଉଚ୍ଚ ବିଦ୍ୟାଳୟ ପାଇଁ ନିଜ ବହୁ ମୂଲ୍ୟବାନ ୧୪ ଡ଼ିସିମିଲ ଘରଵାରୀ ଜମି କୁ ବିଦ୍ୟାଳୟ ନିମନ୍ତେ ଦାନ କରିଥିଲେ ଯୁଧିଷ୍ଠିର । ସେହିପରି ବିଦ୍ୟାଳୟ ଖେଳ ପଡ଼ିଆ ନିମନ୍ତେ ପ୍ରାୟ ଦେଢ଼ ଏକର ଜମି କୁ ଯୁଧିଷ୍ଠିରଙ୍କ ଙ୍କ ପରିବାର ଲୋକେ ବିଦ୍ୟାଳୟ କୁ ଦାନ କରିଛନ୍ତି । ୨୦୦୩ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ରେ ଏବେ ୯୧ ଜଣ ଛାତ୍ର ଛାତ୍ରୀ ନବମ ଓ ଦଶମ ଶ୍ରେଣୀ ରେ ପାଠ ପଢୁଛନ୍ତି । ଗ୍ରାମାଞ୍ଚଳରେ ଶିକ୍ଷା ର ବିକାଶ ପାଇଁ ସ୍ଵପ୍ନ ଦେଖି ନିଜ ବାପା ବିଶ୍ଵନାଥ ଙ୍କ ନାମରେ ସ୍ଥାପିତ କରିଥିବା ବିଦ୍ୟାଳୟ ନୂଆ ରୂପ ପାଇବ ଏ ନେଇ ଖୁସିବ୍ୟକ୍ତ କରିଛନ୍ତି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ଖୁବଶୀଘ୍ର ଏହି ରୂପାନ୍ତରିତ କାର୍ଯ୍ୟ ସମାପନ ହେବ ବୋଲି ଆଶାବାଦୀ ଅଛନ୍ତି । ସେପଟେ ସରକାର ଙ୍କ ଦ୍ଵାରା ଏହି ବିଦ୍ୟାଳୟ କୁ ୫ଟି ରେ ଅର୍ନ୍ତଭୁକ୍ତ କରିଥିବାରୁ ଏସଏମସି ସଭାପତି ଧୀରେନ୍ଦ୍ର ସାମନ୍ତରାୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ଡ଼ିଇଓ ବିଶ୍ଵଜିତ ଘୋଷ, ଏମପି ପ୍ରତିନିଧି ନାରାୟଣ ସ୍ବାଇଁ, ବିଡିଓ ରଶ୍ମିତା ନାଥ, ଵିଇଓ ରବୀନ୍ଦ୍ର ନାଥ ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଧର ସାହୁ, ଶୁଶ୍ରୀ ସଂଗୀତା ବେହେରା, ସୁଶାନ୍ତ ମଲିକ, ବ୍ଲକ ଅଧକ୍ଷା ଦେଵସ୍ବୀନି ନନ୍ଦ, ଉପାଧକ୍ଷ ପ୍ରଫୁଲ୍ଲ ସ୍ବାଇଁ, ପିପିଲି ଏନଏ ଏସି ଅଧକ୍ଷ ସେକ ବାବୁ, ଉପାଧ୍ୟକ୍ଷ ଭାଗ୍ୟବତୀ ମହାରଣା, ପୁରୀ ନିମାପଡ଼ା ସମ୍ମଳିତ ସେବା ସମବାୟ ବ୍ୟାଙ୍କ ର ସଭାପତି କିଶୋର ଛୋଟ ରାୟ, ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ନନ୍ଦ, ବିଷ୍ଣୁ ଦଳାଇ ଓ ଏସଏମସି ସମ୍ପାଦକ ନଗେନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ ।
0 Comments