ଦ ରୁରାଲ ନ୍ୟୁଜ ବ୍ୟୁରୋ : ଡେଲାଙ୍ଗ ପିପିଲି ଜନ କଲ୍ୟାଣ ମଞ୍ଚର ସାଂଘାତିକ ଅଭିଯୋଗ । CRP, MBK ଓ ବ୍ୟାଙ୍କ ମିତ୍ର ଚୟନ ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଣିଲା ଅଭିଯୋଗ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରେ BPM(OLM) ଓ BPC ମିଶନ ଶକ୍ତି ଙ୍କ ଦ୍ଵାରା ସିଆରପି,ଏମବିକେ ଓ ବ୍ୟାଙ୍କ ମିତ୍ର ନିଯୁକ୍ତି ରେ ବ୍ୟାପକ ଅର୍ଥ କାରବାର ହୋଇ ଥିବା ଅଭିଯୋଗ ଆଣିଛି ଡେଲାଙ୍ଗ ପିପିଲି ଜନ କଲ୍ୟାଣ ମଞ୍ଚ । ନିଯୁକ୍ତି ପାଇଁ ବିଏଲଏଫ ଦ୍ବାରା ଯେଉଁ ନୋଟିସ ଦିଆଯିବା କଥା ତାହା ଲଗାଯାଇ ନାହିଁ, ଯେଉଁ ଠାରେ ଲଗାଯାଇଛି ତାହାକୁ ସଙ୍ଗେ ସଙ୍ଗେ ଚିରି ଦିଆଯାଇଛି ।
ଏହାଛଡା କିଛି ନିର୍ଦ୍ଦିଷ୍ଟ କିଛି ନିର୍ଦ୍ଦିଷ୍ଟ ଲୋକଙ୍କର ଫର୍ମ ଗ୍ରହଣ କରାଯାଇଛି । ଅନିୟମିତତା ଭାବରେ CRP ନିମନ୍ତେ ୩୦ ହଜାର ରୁ ୪୦ ହଜାର ଟଙ୍କା ଓ MBK ଓ ବ୍ୟାଙ୍କ ମିତ୍ର ପାଇଁ ୮୦ହଜାର ଠାରୁ ୧ଲକ୍ଷ ଟଙ୍କା ଆଦାୟ କରି ତରବରିଆ ଭାବରେ ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ନେଇ ରାଜ୍ୟ ପରିଚାଳନା ନିର୍ଦ୍ଦେଶକ ଜୀବିକା ମିଶନଙ୍କୁ ଏ ନେଇ ଲିଖିତ ଅଭିଯୋଗ କରିବା ସହିତ ପୁରୀ ଜିଲ୍ଲାପାଳ ଓ ଡେଲାଙ୍ଗ ବିଡ଼ିଓ ଙ୍କୁ ଅବଗତ କରାଇ ପୁନର୍ବାର ନୋଟିସ ଜାରି କରିବାକୁ ଦାବି କରିଥିବା ବେଳେ ବି ପିଏମ, ବିଏଲସି ଓ ବିପିସି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଡେ ଲାଙ୍ଗ ପିପିଲି ଜନ କଲ୍ୟାଣ ମଞ୍ଚ ଆବାହକ ରାଧା ମୋହନ ।
0 Comments