Header Ads Widget



BREAKING NEWS

6/recent/ticker-posts

ସ୍ୱାୟତ୍ତ ଶାସନ କୁ କଳା ଦିବସ ରୂପେ ପାଳନ କରିବ ବିଜେପି

                                                         


ଦ ରୁରାଲ ନ୍ୟୁଜ ବ୍ୟୁରୋ :ସ୍ୱାୟତ୍ତ ଶାସନ କୁ କଳା ଦିବସ ରୂପେ ପାଳନ କରିବ ବିଜେପି । ନିମାପଡ଼ା   ବି ଜ୍ଞାପି ତ ଅଞ୍ଚଳ ପରି ଷଦ ଆସନ୍ତା କାଲି କୁ କଳା ଦିବସ ରୂପେ ପାଳନ କରିବ ବୋଲି  ବିଜେପି ପକ୍ଷରୁ କୁହାଯାଇଛି । ଏକ ପ୍ରେସ ରିଲିଜ କରି  ୩୧ ତାରିଖରେ ରାଜ୍ୟବ୍ୟାପୀ ସ୍ବାୟତ୍ତ  ଶାସନ ଦିବସ ପାଳନ କରୁଥିବା ବେଳେ ବିଜେପି  କାଉନସିଲର ଏହି ଦିବସ କୁ କଳା ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  । ବିଶେଷ କରି ଜନସାଧାରଣ ଙ୍କ ର ମୌଳିକ ସମସ୍ୟା ସମାଧାନ କରିବା ରେ  ବିଫଳ ହୋଇଥିବା ପୌର ପରିଷଦ ରେ  ଅଚଳ ଡ୍ରେନଜ ବ୍ୟବସ୍ଥା, ମଶା ଉତ୍ପାତ, ଅଣ୍ଢିଆ  ଓ ପାଟପୁର ମୌଜା ନଟ ଫାଇନାଲ ଏରିଆ ହୋଇ ରହିଥିବା ବେଳେ ଲୋକେଏଥିରୁ ମୁକ୍ତି ପାଇ ପାରୁ ନାହାଁନ୍ତି । କେବଳ ମିଥ୍ୟା ପ୍ରତିଶୃତି ଦେଇ ଜନ ସାଧାରଣ ଙ୍କୁ ପ୍ରତାରଣା ଦିଆଯାଇଛି ବୋଲି ଅଭିଯୋଗ କରି ଆସନ୍ତା କାଲି କୁ ବିଜେପି କଳା ଦିବସ ରୂପରେ ପାଳନ କରିବ ବୋଲି ବିଜେପି କାଉନସିଲର ନିରଞ୍ଜନ ନାୟକ କହିଛନ୍ତି ।


Post a Comment

0 Comments