Header Ads Widget



BREAKING NEWS

6/recent/ticker-posts

ରୋଚକ ସ୍ଥିତିରେ କାକଟପୁର ରାଜନୀତି । ପଦାରେ ପଡିଲାଣି ବିଜେଡିର ଦଳୀୟ କନ୍ଦଳ ।

                                                


  ଦ ରୁରାଲ ନ୍ୟୁଜ ବ୍ୟୁରୋ : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ, କାକଟପୁର ନିର୍ବାଚନ ମଣ୍ଡଳୀ ରାଜନୀତି ରୋଚକ ହେବାରେ ଲାଗିଛି । କାକଟପୁର  ନିର୍ବାଚନ ମଣ୍ଡଳୀରେ କ୍ରମାଗତ ଭାବେ  ବିଜୁ ଜନତା ଦଳର ପଲ୍ଲା ଭାରି  ରହି ଆସୁଥିଲେ ମଧ୍ୟ   ଦଳୀୟ କନ୍ଦଳ  କଥା କାହାକୁ ବା ଅଜଣା ?। କାକଟପୁର ବିଧାୟକ ତଥା ରାଜ୍ୟ ସରକାର ଙ୍କ ମନ୍ତ୍ରୀ  ତୁଷାର କାନ୍ତି ବେହେରା  ଓ ବିଜୁ ଜନତା ଦଳର  ପୂର୍ବତନ ଅଧକ୍ଷ  ଦିବାକର ଛାଟୋଇ ଙ୍କ ମଧ୍ୟରେ ବିବାଦ ରାଜ୍ୟ ରାଜନୀତି ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ସାଧାରଣ ନିର୍ବାଚନରେ  ବିଜେଡି ଟିକେଟ ନିର୍ବାଚନ ଲଢ଼ିବା ପାଇଁ ଅନେକ  ଆଶାୟୀ ଅଛନ୍ତି  । ସବୁଠାରୁ  ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଧାୟକ  ତଥା ମନ୍ତ୍ରୀ ତୁଷାରକାନ୍ତି ଙ୍କ ପଛରେ  କାକଟପୁର ନିର୍ବାଚନ।ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା  ସୁରେନ୍ଦ୍ର ନାୟକ ଓରଫ ସୁର ନାୟକ   ପୁଅ ସ୍ଵାଧୀନ ନାୟକ(ବାବୁ)ଙ୍କର ହାତ ରହିଥିବା ବେଳେ  ଦିବାକର ଙ୍କ ପଛରେ  କାକଟପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓରଫ ସୁର ସେଠୀ ଙ୍କ ସମର୍ଥନ ରହିଥିବା ରାଜନୈତିକ ମାହୋଲକୁ ସରଗରମ କରିଛି ।

                                                         



ସ୍ଵାଧୀନ ନାୟକ ଓ ଦିବାକର ଛାଟୋ ଇ  କାକଟପୁର ବିଜେଡିର ଦୁଇ ପ୍ରମୁଖ ଚେହେରା । ଦିନ ଥିଲା ଦୁହେଁ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରି ଆସୁ ଥିଲେ । ଏକାଠି  ହୋଇ ବିଜେଡି ପାଇଁ କାମ କରୁଥିଲେ । ଦଳ କେମିତି ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ । କିନ୍ତୁ ଏବେ ଦୁହିଁଙ୍କ ମଧ୍ୟରେ ବିବାଦ ହାଟରେ ପଡି ଦାଣ୍ଡରେ ଗଡୁଛି । ଉଭୟେ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ଭାବେ ମାନୁ ଥିବା ବେଳେ ଦୁହିଁ ଙ୍କ ମନ ଏକାଠି ନଥିବା ସ୍ପଷ୍ଟ ସଂକେତ ଦେଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପଣ୍ଡିଆନ ଙ୍କ କାକଟପୁର ଗ୍ରସ୍ତ ସମୟ ରେ । ପୁରୀ ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀ ପାଣ୍ଡିଆନ ଗ୍ରସ୍ତ କରିଥିଲେ ମଧ୍ୟ  କାକଟପୁର ରେ ଭିକେ ପାଣ୍ଡିଆନ ଙ୍କ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ କାର୍ଯ୍ୟକ୍ରମ ରେ ଜନ ସମୁଦ୍ର ରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ।   ଦିବାକର   ମିଳିତ ମଞ୍ଚ ଗଠନ କରି ଅସ୍ତରଙ୍ଗ ଓ କାକଟପୁର ଉଭୟ ବ୍ଲକ ରେ ନିଜ ସମର୍ଥକ ଙ୍କୁ ବ୍ଲକ ଅଧକ୍ଷ କରିଥିବା  ବେଳେ ନିଜର ପତିଆରା ଜାହିର କରିଛନ୍ତି ।  ପୂର୍ବରୁ    ପୂର୍ବତନ ବିଧାୟକ   ସୁରେନ୍ଦ୍ର ସେଠୀଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା  ଦିବାକର  ସୁରଙ୍କ ସପକ୍ଷରେ ରହିଥିବା ବେଳେ ସାଧାରଣ ନିର୍ବାଚନରେ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟିକେଟ ପ୍ରଦାନ କରନ୍ତୁ ବୋଲି ପ୍ରକ୍ରିୟା ଜାରି ରଖିଛନ୍ତି  , ବିଜେଡି ବ୍ୟାନର ତଳେ ନିଜର ସ୍ୱତନ୍ତ୍ର ସଂଗଠନ କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି  ସ୍ଵାଧୀନ ନାୟକ ଓ ମନ୍ତ୍ରୀ ତୁଷାର କାନ୍ତି ବେହେରା ।  । 

ଆଲୋଚନା ହେଉଛି  କାକଟପୁର ବିଜେଡିର ବିବାଦ ପଛରେ ରହିଛି  ଅନେକ ଗୁମର କଥା। ମନ୍ତ୍ରୀ ତୁଷାର କାନ୍ତି ଙ୍କ  ସ୍ଵାଧୀନ ଙ୍କ ସମର୍ଥନ ରହିଥିବା ବେଳେ ଦିବାକର ପଛ ରେ ରହି ସମର୍ଥନ ଦେଉଛନ୍ତି ପୂର୍ବତନ ବିଧାୟକ  ସୁରେନ୍ଦ୍ର ସେଠୀ। ଉଭୟ ଙ୍କ ମଧ୍ୟରେ ଥିବା ଶୀତଳ ଯୁଦ୍ଧ ଓ  ଦଳୀୟ କନ୍ଦଳକୁ ସମାଧାନ କରାନଯାଏ, ତାହେଲେ ଅନ୍ୟ ରାଜନୈତିକ ଦଳ  ଏହାର

ଫାଇଦା  ନେଇ ପାରନ୍ତି  । 



Post a Comment

0 Comments