ଦ ରୁରାଲ ନ୍ୟୁଜ ବ୍ୟୁରୋ : ମନ ଜିଣୁଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ଦିନେ ଟିଭି ପରଦା ରେ ବିଭିନ୍ନ ରାଜନୈତିକ ଆଲୋଚନା ରେ ଅଂଶ ଗ୍ରହଣ କରୁଥିବା ସମ୍ବିତ ଏବେ ପୁରୀ ଜିଲ୍ଲାର ଘରେ ଘରେ ପରିଚିତ ଚେହେର।। ପୁରୀ ଜିଲ୍ଲା ବିଜେପି ସାଂସଦ ଭାବରେ ନିର୍ବାଚନ ଲଢ଼ିବା ପାଇଁ ପୁଣିଥରେ ନିଜକୁ ପ୍ରସ୍ତୁତ କଲେଣି । ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଙ୍କ ଠାରୁ ମାତ୍ର ଅଳ୍ପ ଭୋଟ ବ୍ୟବଧାନ ରେ ପରାଜିତ ହୋଇ ଥିବା ସମ୍ବିତ ଚଳିତ ଲୋକସଭା ନିର୍ବାଚନ ରେ ଭୋଟର ଙ୍କ ଅତି ନିକଟତର ହେଲେଣି । ବିଭିନ୍ନ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବିତଙ୍କ ଉପସ୍ଥିତି ଭୋଟର ଙ୍କ ଅତି ନିକଟତର ହେଉଛନ୍ତି । ଯଦିଓ ପୁରୀ ସାଂସଦିୟ କ୍ଷେତ୍ର ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପ୍ରାର୍ଥୀ ପାଇଁ ଅନେକ ଆଶାୟୀ ରହିଥିବା ବେଳେ ସମ୍ବିତ ହିଁ ଏକମାତ୍ର ବିଜେପି ର ଲୋକସଭା ପ୍ରାର୍ଥୀ ହେବେ ତାହା ବିଜେପି ର ବିଭିନ୍ନ ଆଶାୟୀ ଙ୍କ ପୋଷ୍ଟର ରୁ ସ୍ପଷ୍ଟ ସଂକେତ ଦେଉଛି । ଏଥିରୁ ଏହା ପ୍ରମାଣିତ ହେଉଚ୍ଛି ବିଜେପି ପୁରୀ ସାଂସଦ କ୍ଷେତ୍ର ପାଇଁ ସମ୍ବିତ ପାତ୍ର ଙ୍କୁ ଆପାତତ୍ତ ପ୍ରାର୍ଥୀ କରିବ ଏକଥା କୁ ମଧ୍ୟ ଭୋଟର ବୁଝି ସାରିଲେଣି । ଯାହାର ସିଧାସଳଖ ଫାଇଦା ବିଜେପି କୁ ଯିବା ସହିତ ସମ୍ବିତ ପାତ୍ର ଙ୍କୁ ନିର୍ବାଚନ ବୈତରଣୀ ପାର କରାଇବ ବୋଲି ଆଶା କରାଯାଉଛି ।
ବିଶେଷ କରି ବିଭିନ୍ନ ସମୟରେ ଭୋଟର ଙ୍କ ର ନିକଟତର ହେଉଥିବା ସମ୍ବିତ ଙ୍କ ପ୍ରତି ଯୁବ ଓ ଶିକ୍ଷିତ ଭୋଟର ବେଶ ଆକୃଷ୍ଟ ହେଉଛନ୍ତି । ମାର୍ଜିତ ବ୍ୟକ୍ତବ୍ୟ ଓ ସରଳ ମନୋଭାବ ପାଇଁ ଏବେ ଘରେ ଘରେ ପରିଚିତ ହେଲେଣି ସମ୍ବିତ । ଏହାଛଡା ଭାରତ ର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଅତି ନିକଟତର କୁହାଯାଉ ଥିବା ସମ୍ବିତ ଙ୍କ ର ପୁରୀ ସାଂସଦିୟ କ୍ଷେତ୍ରରେ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ବିଧାନ ସଭା ଆସନ ମାନଙ୍କ ରେ ସମ୍ବିତ ଙ୍କର ଦବଦବା ବଢିବା ରେ ଲାଗିଛି ।। କେବଳ ଶିକ୍ଷିତ ଓ ଯୁବ ପୀଢ଼ି ନୁହଁନ୍ତି ସମ୍ବିତ ଙ୍କପ୍ରତି ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ ସମର୍ଥନ ବଡିବା ରେ ଲାଗିଛି । ଯାହାକି ଅନ୍ୟ ରାଜନୈତିକ ଦଳ ର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଏହାଛଡ଼ା ସମ୍ବିତ ନିର୍ବାଚନ ର ବହୁ ପୂର୍ବରୁ ଭୋଟର ଙ୍କ ର ନିକଟତର ହୋଇ କେନ୍ଦ୍ର ସରକାରଙ୍କ ଜନ ହିତକାରୀ ଯୋଜନା ଭୋଟର ଙ୍କ ପାଖରେ ପହଞ୍ଚାଇବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି କୁ ଲୋକଲୋଚନକୁ ଆଣିଛନ୍ତି । ସମ୍ବିତ ଙ୍କର ଲୋକ ପ୍ରିୟତା ର ଫାଇଦା ଦିନକୁ ଦିନ ବିଜେପି କୁ ଯାଉ ଥିବା ବେଳେ ପୁରୀ ସାଂସଦିୟ କ୍ଷେତ୍ର ବିଜେଡି କବଜା ରେ ବହୁ ବର୍ଷ ଧରି ରହି ଆସୁଥିବା ବେଳେ ଚଳିତ ନିର୍ବାଚନ ରେ ସମ୍ବିତ କିଛି ଚକମା ଦେଖାଇବେ ବୋଲି ଆଶା କରାଯାଉଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶାସକ ବିଜେଡି ର କିଛି ଯୁବ ନେତୁତ୍ବ ଏବେ ସମ୍ବିତଙ୍କର ଅତି ନିକଟତର ହେଉଥିବା ଚର୍ଚ୍ଚା ଜୋର ଧରି ଥିବା ବେଳେ ଆଗ ଧାଡ଼ି ର କିଛି ଯୁବ ନେତା ଙ୍କୁ ପାଇ ସମ୍ବିତ ଶିବିର ରେ ଉତ୍ସାହ ଭରି ଦେଇଛି । ତେବେ ଲୋକସଭା ନିର୍ବାଚନ ନଭେମ୍ବର ମାସ ରେ ହେବ ବୋଲି ଚର୍ଚ୍ଚା ଜୋର ଧରି ଥିବା ବେଳେ ବିଭିନ୍ନ ଦଳର ଅସନ୍ତୋଷ ନେତୁତ୍ବ ଙ୍କୁ ସମ୍ବିତ ମନାଇ ନିର୍ବାଚନ ଲଢ଼ିଲେ ଏହାର ଫାଇଦା ବିଜେପି କୁ ଯିବା ସହିତ ସମ୍ବିତ ଏହାର ଫାଇଦା ନେବେ ବୋଲି ରାଜନୈତିକ ସମୀକ୍ଷକ ମତ ଦିଅନ୍ତି ।
0 Comments