Header Ads Widget



BREAKING NEWS

6/recent/ticker-posts

ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ରେ ମହା ଘୋଟଲା

                                                   


 ଦ ରୁରାଲ ନ୍ୟୁଜ : ଚୂନ ମାରି ନେଇ ଗଲେ ୫ଲକ୍ଷ ଟଙ୍କା । ଜଗନ୍ନାଥ ପୁର ପଂଚାୟତ ରେ ମିଶନ ଶକ୍ତି ଗୃହ  ନିର୍ମାଣ କାର୍ଯ୍ୟ ରେ ମହା ଘୋଟଲା ହୋଇ ଥିବା ଘଟଣା କୁ    ସାମ୍ନା କୁ ଆଣିଛି    ସୂଚନା ଅଧିକାର ତଥ୍ୟ ।  ଖୋଲିଛି ପିପିଲି ବ୍ଲକ ଦୁର୍ନୀତି ର  ଗୁମର।          ସରକାରୀ ସ୍ତର ରେ  ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ୫ଲକ୍ଷ ଟଙ୍କା ଅନୁଦାନ ମିଳୁ ଥିବା ବେଳେ ଏହି ଅର୍ଥ ରେ ନୂତନ ଗୃହ ନିର୍ମାଣ କରିବାର ନିୟମ ରହିଛି ।  ମାତ୍ର ଜଗନ୍ନାଥ ପୁର  ମୌଜା ରେ  ନିର୍ମାଣ ଧୀନ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ର ଗୋଟିଏ ଗୃହ କୁ ଚୂନ ମାରି  ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ସାରି ଦେଇଛି ପିପିଲି ବ୍ଲକ ପ୍ରଶାସନ । ପିପିଲି ବ୍ଲକ ଚିଠି ନମ୍ବର ୪୦୫୭   ୨୦୨୨ ମସିହା ସେପ୍ଟେମ୍ବର ୨୬ତାରିଖରେ  ମିଳି ଥିବା ସୂଚନା ଅଧିକାର ତଥ୍ୟ ରେ  ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୁ ପୁନରୁଦ୍ଧାର  କରାଯାଇ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି ବୋଲି  ସୂଚନା ଅଧିକାର ତଥ୍ୟ ରେ  ସୂଚନା ପ୍ରଦାନ କରିଛନ୍ତି ବ୍ଲକ କର୍ତ୍ତୃପକ୍ଷ ।  ପଂଚାୟତ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇ ନ ଥିବା ଓ ଏହି ଅର୍ଥ କୁ ବାଟବଣା କରାଯାଇ ଥିବା ଅଭିଯୋଗ ଜଗନ୍ନାଥ ପୁର ଗ୍ରାମର ସମାଜସେବୀ ବିଜୟ କୁମାର ସେଠୀ  ସୂଚନା ଅଧିକାର ରେ ଏହି ତଥ୍ୟ ମାଗିଥିଲେ ।  ବ୍ଲକ ସୂଚନା ଅଧିକାରୀ       ଜଗନ୍ନାଥ ପୁର ରେ  ମିଶନ ଶକ୍ତି ଗୃହ  ପାଇଁ ୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ଓ ଏହି ଗୃହ ଜଗନ୍ନାଥ ପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ   କରାଯାଇଛି ବୋଲି  ତଥ୍ୟ ପ୍ରଦାନ କରିବା ପରେ ମିଶନ ଶକ୍ତି ଗୃହରେ  ମହା ଘୋଟଲା  ହୋଇ ଥିବା ଘଟଣା ନଜର କୁ ଆସିଛି ।। ମିଳିଥିବା ସୂଚନା ଅଧିକାର ତଥ୍ୟ ରେ  ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଭେଣ୍ଡର ମାଧ୍ୟମରେ  ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ସ୍ପଷ୍ଟ କରାଯାଇଛି      କିନ୍ତୁ ଏହି ଅର୍ଥ କେଉଁ ଆକାଉଣ୍ଟ ରୁ ଖର୍ଚ୍ଚ  କରାଯାଇଛି ତାହା ସୂଚନା ପ୍ରଦାନକାରୀ ସ୍ପଷ୍ଟ କରି ନାହାଁନ୍ତି ।।    

                                                                                             


                                                                                                                                          

                                                         ଅନ୍ୟପଟେ ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ସରକାର ପ୍ରତି ପଂଚାୟତ କୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା କରୁଥିବା ବେଳେ  ସରକାରୀ ତଥ୍ୟ ଅନୁସାରେ ଜାତୀୟ ଜୀବିକା ମିଶନ ରେ ଜଗନ୍ନାଥ ପୁର ପଂଚାୟତ ରେ କୁଆଡେ ନ୍ୟାସନାଲ ରୁରାଲ ଲାଇଭ ହୁଡ଼ ମିଶନ ଅର୍ଥାତ  ଜାତୀୟ ଜୀବିକା ମିଶନ ଅର୍ଥ ରେ ଜଗନ୍ନାଥ ପୁର ଗ୍ରାମ ପଂଚାୟତ  ରେ  ଆର୍ଥିକ ବର୍ଷ ୨୦୨୧/୨୨ ଆର୍ଥିକ ବର୍ଷ ରେ ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ଏହି  ଯୋଜନା ଅର୍ଥ ବ୍ୟୟ କରାଯାଇଛି । କେବଳ ଏହି ପଂଚାୟତ ନୁହେଁ ପିପିଲି ବ୍ଲକ ର ଅଧିକାଂଶ ପଂଚାୟତ ରେ   ଜାତୀୟ ଜୀବିକା  ମିଶନ ସ୍କ୍ରିମ  ରେ ଅର୍ଥ ଖର୍ଚ୍ଚ କରାଯାଇ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । ତେବେ ଏହି  ଯୋଜନା ରେ ଆସୁଥିବା ଅର୍ଥ ମିଶନ ଶକ୍ତି ର ବିଭିନ୍ନ ଟ୍ରେନିଂ କାର୍ଯ୍ୟକ୍ରମ ଓ ଷ୍ଟାଇପେଣ୍ଡ ଦେବା ପାଇଁ କୁହାଯାଉ ଥିବା ବେଳେ ଜାତୀୟ ଜୀବିକା ମିଶନ  ରେ ଗୃହ ନିର୍ମାଣ କେମିତି କରାଗଲା ବୋଲି ପ୍ରଶ୍ନ ଉଠିଛି । 

                                                          


                                                                

                                                                  

                                              ସେପଟେ ଜଗନ୍ନାଥ ପୁର ପଂଚାୟତ ରେ ମିଶନ ଶକ୍ତି ଗୃହ ନୂତନ ଭାବେ ହୋଇ ଥିବା ଓ ଏଥି ପାଇଁ ଭେଣ୍ଡର ମାଧ୍ୟମରେ ଟଙ୍କା ପେମେଂଟ ହେବା କାଗଜ କଲମ କହୁଥିବା ବେଳେ ଏହା ପଛରେ ବଡ଼ ଘୋଟଲା ହୋଇଛି ବୋଲି ସୂଚନା ଅଧିକାର କର୍ମୀ ଅଭିଯୋଗ କରିଥିବା ବେଳେ  ଭେଣ୍ଡର କୁ ମାଧ୍ୟମ କରି ଲକ୍ଷ ଟଙ୍କା ଲୁଟ ହୋଇଛି ବୋଲି ଅଭିଯୋଗ ହୋଇଛି । ସେପଟେ ଏହି କାର୍ଯ୍ୟ ବ୍ଲକ କର୍ତ୍ତୃପକ୍ଷ ଜାଣି ଥିବେ  ଏ ନେଇ ଆମ ପାଖରେ ସେଭଳି କିଛି ସ୍ପଷ୍ଟ ତଥ୍ୟ ନାହିଁ ବୋଲି ଜଗନ୍ନାଥ ପୁର ପଂଚାୟତ ଅଧିକାରୀ କହିଥିବା ବେଳେ ଏ ନେଇ ବ୍ଳକ ପ୍ରଶାସନ ନିରବ ରହିଛି ।


Post a Comment

0 Comments