ଦ ରୁରାଲ ବ୍ୟୁରୋ : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ହେଲେ ପ୍ରିୟବ୍ରତ ସାମନ୍ତରାୟ(ରାଜା),ପାଞ୍ଚ ଜଣିଆ ସଦସ୍ୟଙ୍କ ମଧ୍ୟରେ ପୁରୀ ଜିଲ୍ଲା ପିପିଲି ରୁ ସ୍ଥାନ ପାଇଛନ୍ତି ପ୍ରିୟବ୍ରତ । ବିଧିବଦ୍ଧ ଭାବେ ଏ ନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କଲେ ବିଭାଗୀୟ ସଚିବ। ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରିୟବ୍ରତ ଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଛନ୍ତି ନୂଆ ଦାୟିତ୍ୱ । ପିପିଲି ର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ପୁଅ ପ୍ରିୟବ୍ରତ ସାମନ୍ତରାୟ ରାଜନୀତି ରେ ବିଚକ୍ଷଣ ଥିବା ବେଳେ ପୁରୀ ଜିଲ୍ଲା ରେ ନିଜର ସ୍ଵତ୍ରଂତ ପରିଚୟ ସୃଷ୍ଟି କରିଥିବା ବେଳେ ଅନେକ ଯୁବ ସଙ୍ଗଠନ ସହିତ ନିଜକୁ ସାମିଲ କରିଛନ୍ତି ପ୍ରିୟବ୍ରତ । ରାଜା ଙ୍କୁ ନେଇ ଅନେକ କିଛି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରିୟବ୍ରତ ଓରଫ ରାଜା ଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ରାଜା ଙ୍କ ଭଳି ଦୟାନିଧି ଦାଶ, ସଂଯୁକ୍ତା ମହାନ୍ତି, ଅକ୍ଷୟ କୁମାର ବେହେରା, ପ୍ରେମଶିଲା କେରେକେଟା ମଧ୍ୟ ଏହି ଟିମ ରେ ସାମିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ହେବା ପରେ ପ୍ରିୟବ୍ରତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
0 Comments