Header Ads Widget



BREAKING NEWS

6/recent/ticker-posts

ବିଲଡର କୁ ସୁରକ୍ଷା ଦେଇ ମିଥ୍ୟା ମାମଲା ରୁଜୁ କରିଛି ପୋଲିସ

   

                                                          

                                                                               


 ଦ ରୁରାଲ ନ୍ୟୁଜ ବ୍ୟୁରୋ  : ୫୩ ବର୍ଷିୟା ବାପା ଓ ମା ଙ୍କୁ  ବିନା ଦୋଷରେ ପୋଲିସ ଉଠାଇ ନେଇ ଜେଲ ପଠାଇଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ ନ୍ୟାୟ ମାଗିଲା ପୁଅ । ଏହି ଅଭିଯୋଗ ପଛରେ ପୁର୍ବତନ ପିପିଲି ଥାନା ଅଧିକାରୀ ଓ ଏଏସଆଇ ଙ୍କ ହାତ ରହିଥିବା ସହ ବିଲଡର ରାକେଶ ସାମଲ  ଷଡଯନ୍ତ୍ର କରି  ବାପା ମା ଙ୍କୁ ଜେଲ ପଠାଇଥିବା ଅଭିଯୋଗ କରିଛି ପିପିଲି ଥାନା ସଙ୍ଗଳାଇଶାସନ ଗ୍ରାମର ଆଶୁତୋଷ ପଣ୍ଡା । ସାମ୍ବାଦିକ ସମ୍ମିଳନୀରେ ଘଟଣା ଉପରେ ବାପା ମା ଙ୍କ ପାଇଁ  ନ୍ୟାୟ ଭିକ୍ଷା କରି ଉପରିସ୍ଥ ଅଧିକାରୀ ତଥା କ୍ରାଇମବ୍ରାଂଚ ତଦନ୍ତ କରିବାକୁ ସେ ଦାବୀ କରିଛନ୍ତି । ସେପଟେ ଜାତୀୟ ଦଳିତ ଆଦିବାସୀ ମାଇନୋରଟି ମହାସଂଘ ପକ୍ଷରୁ ଆଶୁତୋଷ ନ୍ୟାୟ ପାଇଁ ସମର୍ଥନ କରି କ୍ରାଇମବ୍ରାଚଂ ତଦନ୍ତ ପାଇଁ ଦାବୀ କରିଛି । ସଂପୃକ୍ତ ଏଏସଆଇ ଓ ବିଲଡର ନାମରେ ଏକାଧିକ ସଂଙ୍ଗିନ ମାମଲା ରହିଥିବା ବେଳେ ପୋଲିସ ଏମାନଙ୍କୁ ବାନ୍ଧିବା ପରିବର୍ତ୍ତେ ନିରିହ ଲୋକଙ୍କୁ ଜେଲ୍ ଦଣ୍ଡ କୁ ସେ ନିନ୍ଦା କରିଛନ୍ତି ।ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସଂଗଠନ ପକ୍ଷରୁ ଚିଠି କରାଯାଇଥିବା ମହାସଂଘର ସଭାପତି ବିଜୟ ସେଠୀ କହିଛନ୍ତି ।  ଏଥିସହ ଦିର୍ଘ ୨୫ବର୍ଷ ହେଲା ପୁରୀ ଜିଲ୍ଲା ରେ ନିଜ ର କାୟା ବିସ୍ତାର କରି କାର୍ଯ୍ୟ କରୁଥିବା ସଂପୃକ୍ତ ଏଏସଆଇ କୁ ଅନ୍ୟତ୍ର ବଦଳି କରି ଉକ୍ତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ସୂଚନା ଥାଉ କି ବହୁ ଚର୍ଚ୍ଚିତ ପିପିିଲି ସଙ୍ଗଳେଇଶାସନ ଜମି ଜାଲିଆତି ଘଟଣାରେ ବିଲଡର ରାକେଶ ସାମଲ ନାମରେ  ସଂଙ୍ଗିନ ଅଭିଯୋଗ ହୋଇଥିଲା। ସେହି ଗ୍ରାମର ଠାକୁରଙ୍କ ୩୨୯ ନଂ ପ୍ଳଟ ଜମି ଲକ୍ଷ୍ମୀଧର ପଣ୍ଡା  ମାର୍ଫତଦାର ଥିବା ବେଳେ ବିଲଡର ରାକେଶ ସାମଲ ସେହି ଜମି କୁ  ଜାଲିଆତି କରି ଲକ୍ଷ୍ମୀଧର ପଣ୍ଡାଙ୍କୁ ବିକ୍ରି କରି ଦଲିଲ ଦେଇଥିଲେ। ପରେ ନିଜ ସମ୍ପତ୍ତିକୁ ନିଜେ କିଣି ଥିବା ଲକ୍ଷ୍ମୀଧର ପଣ୍ଡା ଜାଣିବା ପରେ ଉକ୍ତ ବିଲଡର ଜାଲିଆତି କରିଥିବା ଜାଣିବାକୁ ପାଇ ଥାନା ରେ ଅଭିଯୋଗ କରିଥିଲେ। ଘଟଣା ତତ୍କାଳୀନ ଥାନା ଅଧିକାରୀ ନ୍ୟାୟ ନଦେବାରୁ ଜାତୀୟ ଦଳିତ ମହାସଂଘ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ହଜାର ହଜାର ମହିଳା ପୁରୁଷ ମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ। ଏବଂ ଡ଼ିଜିଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା ହୋଇଥିବା ବେଳେ ବାଟରେ  ପୋଲିସ ପହଁଚି ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଥିଲା। ତେବେ ସେହି ଘଟଣାରେ ଉକ୍ତ ବିଲଡର ପୋଲିସ କୁ  ହାତକରି ରେ  ଗ୍ରାମର  କିଛି ଲୋକ ଙ୍କ ନାମରେ ମିଥ୍ୟା ମାମଲା କରିଥିଲା। ଘଟଣା ରେ ସେହି ଗ୍ରାମରେ କିଛି ବ୍ୟକ୍ତି ଜେଲ ଯାଇଥିବା ବେଳେ  ୫୩ବର୍ଷିୟା ଲକ୍ଷ୍ମୀଧର ପଣ୍ଡା ଓ ତାଙ୍କ ସ୍ତ୍ରୀ ଙ୍କୁ ପୋଲିସ ଉଠାଇ ଜେଲ ପଠାଇଛି । ଘଟଣା ସଂପର୍କରେ ପିପିିଲି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟ ଙ୍କ ଯୋଗାଯୋଗ କରିବାରେ ମାନ୍ୟବର କୋର୍ଟ ଓ୍ବାରେଣ୍ଟ ନିର୍ଦ୍ଦେଶରେ ତାଙ୍କୁ ଗିରଫ କରାଯାଇ ଛି ବୋଲି କହିଛନ୍ତି ।


Post a Comment

0 Comments