ପିପିଲି; ପିପିଲି ରେ ଏକଜୁଟ ହେଉଛି କଂଗ୍ରେସ । ଅସଜଡା କଂଗ୍ରେସ ଘର କୁ ସଜାଡ଼ିବା ରେ ଲାଗି ପଡିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । କଂଗ୍ରେସ ର ଗଡ଼ କୁହାଯାଉ ଥିବା ପିପିଲି ଗତ କିଛି ଦିନ ଧରି ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇ ପଡ଼ିଥିବା ବେଳେ ପୁରୁଖା ଙ୍କୁ ଏକଜୁଟ କରିବା ରେ ଲାଗି ପଡିଛନ୍ତି କଂଗ୍ରେସ ଯୁବ ନେତା ନିଶିକାନ୍ତ ମିଶ୍ର । ଆଜି ପିପିଲି ଦାଣ୍ଡ ମୁକୁନ୍ଦ ପୁର ଶତାଧିକ କଂଗ୍ରେସ କର୍ମୀ ଙ୍କୁ ଏକଜୁଟ କରି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି ନିଶିକାନ୍ତ । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡିଥିବା ନିଶିକାନ୍ତ କଂଗ୍ରେସ କୁ ଏକଜୁଟ କରି ନିର୍ବାଚନ ଲଢ଼ିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି , ରାଜ୍ୟ ରାଜନୀତି ରେ ପିପିଲି ରେ ବିଜେଡି ଭଳି କଂଗ୍ରେସ ନିଜର ସ୍ବତ୍ରଂତ ପରିଚୟ ସୃଷ୍ଟି କରିଥିବା ବେଳେ ପିପିଲି ର ଉନ୍ନତି ମୂଳକ କାର୍ଯ୍ୟ ରେ କଂଗ୍ରେସ ର ବହୁ ଅବଦାନ ରହିଛି ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି ।
0 Comments