Header Ads Widget



BREAKING NEWS

6/recent/ticker-posts

ପୋଖରୀ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର।

                                                                       


 ପୁରୀ ; ପୋଖରୀ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର। ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ନିକଟ ଜଙ୍ଗଲ ଭିତରେ ଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଓ ତାଳବଣିଆ ଥାନା ପୋଲିସ ସହ ସିଟି ଡିଏସପି ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତେବେ ମହିଳାଙ୍କୁ ହତ୍ୟା କରାଯାଇ ଦୁର୍ବୁତ୍ତ ମାନେ ପୋଖରୀରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେପଟେ ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଆଜି  ଇଣ୍ଡୋର ଷ୍ଟାଡିୟମ ନିକଟ ଜଙ୍ଗଲକୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଜାରି ରଖିଛି। ମୃତ ମହିଳାଙ୍କ ବୟସ ୪୦ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ତେବେ ଥାନା ରେ ନିଖୋଜ ନେଇ କିଛି ମାମଲା ହୋଇଚି କି ନାହିଁ ତାର ମଧ୍ୟ ଅନୁସନ୍ଧାନ କରୁଚି ପୋଲିସ୍। ତେବେ ଗତ କିଛିଦିନ ତଳେ ପୁରୀ ଗଡିସାଗୋଦା ଅଞ୍ଚଳ ରେ ମଧ୍ଯ ଏକ ଏକ ମହିଳା ଙ୍କ ମୃତ୍ ଦେହ ଏକ ଆଖାରେ ଭର୍ତି କରାଯାଇଥିବା ଅବସ୍ଥା ରେ ଉଦ୍ଧାର କରାଯାଇଥିଲା। ଏ ନେଇ ଗଡିସାଗୋଦା ଥାନା ରେ ଏକ ମାମଲା ରୁଜ୍ଜୁ କରାଯାଇ ପୋଲିସ୍ ତାର ଅନୁସନ୍ଧାନ ଜାରୀ ରଖିଛି। ହେଲେ ଉକ୍ତ ମୃତ ଦେହ କାହାର ତାହାର କୌଣସି ତଥ୍ୟ ପୋଲିସ୍ ପାଉନି। ତେବେ କିଛି ଦିନ ଅନ୍ତରାଳ ରେ ପୁଣି ଆଜି ପୁରୀ ତାଳବଣିଆ ଅଞ୍ଚଳ ରେ ଏକ ପୋଖୋରି ରୁ ଏକ ମହିଳା ଙ୍କ ମୃତ ଦେହ ମିଳିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।


Post a Comment

0 Comments