Header Ads Widget



BREAKING NEWS

6/recent/ticker-posts

ପିପିଲି ରେ ଖୁବଶୀଘ୍ର ଖୋଲିବ ଗ୍ରାମୀଣ ଶିଳ୍ପ ଉଦ୍ୟାନ ।

  


ପିପିଲି;  ପିପିଲି ରେ ଖୁବଶୀଘ୍ର ଖୋଲିବ ଗ୍ରାମୀଣ ଶିଳ୍ପ  ଉଦ୍ୟାନ ।   ଯେଉଁ ଠାରେ  ଛତୁ, ଡାଲି, ସସ ,ଟେଣ୍ଟ ହାଉସ , ଛୋଟ  ଶୀତଳ ଭଣ୍ଡାର ଭଳି ୫ପ୍ରକାର ସୁବିଧା ଯୋଗାଇ ଦେବେ ସ୍ଵୟଂ ସହାୟକ  ଗୋଷ୍ଠୀ  ମହିଳା , ଏଥିପାଇଁ   ସରକାର ଙ୍କ ପକ୍ଷରୁ ସ୍ଵୟଂ ସହାୟକ ଗୋଷ୍ଠୀ  ମାନଙ୍କୁ  ଆର୍ଥିକ ସହାୟତା ସହିତ ସରକାର  ଙ୍କ ବ୍ୟବହାର ହେଉ ନଥିବା ଘର  ଯୋଗାଇ  ଦିଆଯିବ । ଜିଲ୍ଲାରେ ଏହା ପ୍ରଥମ ଥର ଭାବରେ ପିପିଲି ବ୍ଲକ ରେ ଖୋଲା ଯାଇ ଥିବା ବେଳେ ପର୍ଯ୍ୟାୟ କ୍ରମେ ଡେଲାଙ୍ଗ ଓ ପୁରୀ ସଦର ବ୍ଲକ ରେ କରାଯିବ ।

                                                           


 ଆଜି ପିପିଲି ବ୍ଲକ ରେ ଆନୁଷ୍ଠାନିକ ଭାବେ ଏହି ପ୍ରକଳ୍ପ ର ଶିଳାନ୍ୟାସ କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତପ ମହାରଥୀ । ଜିଲ୍ଲା ରେ ପ୍ରଥମ ଥର ଭାବରେ ପିପିଲି  ବ୍ଲକ ରେ ଏହି ସୁବିଧା ସରକାର  ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅଵସର ରେ ବ୍ଲକ ପରିସର ରେ ଯୁବ ଓ ମହିଳା ସସ୍ଵଶିକରଣ ଗୃହ  ଶିଳାନ୍ୟାସ ସମେତ ୮୪୫ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଗାଇ ଦିଆଯାଇ ଥିଲା।।

                                                                     


         

                                                                             ଯେଉଁ ଥିରେ ଦିବ୍ୟାଙ୍ଗ, ବିଧବା, ସ୍ଵାମୀ  ପରିତକ୍ତା,  ୬୦ ବର୍ଷ ରୁ ଉର୍ଦ୍ଧ୍ବ  ବୟୋଜ୍ୟେଷ୍ଠ ପୁରୁଷ ଓ  ମହିଳା ମାନଙ୍କୁ ଏଥିରେ ସାମିଲ କରାଯାଇ  ଭତ୍ତା ପ୍ରଦାନ କରାଯାଇ ଥିଲା ।ଆଜି ର ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଦେଵସ୍ବିନୀ ନନ୍ଦ, ଉପାଧକ୍ଷ ପ୍ରଫୁଲ ସ୍ବାଇଁ , ବିଡ଼ିଓ ରଶ୍ମିତା ନାଥ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଓ ସୁଶାନ୍ତ ମଲିକ  ଏମପି  ନୋମିନ ନାରାୟଣ ସ୍ବାଇଁ ,  ଦେବାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

 


 


Post a Comment

0 Comments