Header Ads Widget



BREAKING NEWS

6/recent/ticker-posts

ନିର୍ମାଣ ହେବ ୬୦ଫୁଟ ଉଚ୍ଚର ବିଶାଳକାୟ ଶିବ ମୂର୍ତ୍ତି

                                                                    


ଡେଲାଙ୍ଗ :   ନିର୍ମାଣ ହେବ ୬୦ଫୁଟ ଉଚ୍ଚର  ବିଶାଳକାୟ ଶିବ ମୂର୍ତ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିରାଜ ପୁର  ବାବା ପଶ୍ଚିମ ଶମ୍ଭୁ ସୋମନାଥ ମନ୍ଦିର ରେ  ୬୦ଫୁଟ ଉଚ୍ଚର ଶିବ ମୂର୍ତ୍ତି ନିର୍ମାଣ  କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମେ ମନ୍ଦିର ସମ୍ମୁଖରେ କେଉଁ ସ୍ଥାନରେ ମୂର୍ତ୍ତି ସ୍ଥାପନ କରାଯିବ ସେ ନେଇ ଯାଗା ଚିହ୍ନଟ ହୋଇ ସାରିଥିବା ବେଳେ  କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମୂର୍ତ୍ତି ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅଵଶ୍ୟକତା ଥିବାରୁ ଶିବ ଭକ୍ତ ମାନଙ୍କ ବାବା ଙ୍କ ପୀଠରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ବିଭିନ୍ନ ବର୍ଗର ଲୋକ ମାନେ  ଯୋଗ ଦେଇ ନିଜର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ମୂର୍ତ୍ତି ନିର୍ମାଣ ଲାଗି ରାଜ୍ୟର ବିଭିନ୍ନ ଦାତା ଙ୍କ ପାଖରେ ପହଁଚି  ସେମାନଙ୍କ ଠାରୁ ଅର୍ଥ ସଂଗ୍ରହ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।                             

                                                                      


                                                                          କୋରନା ପାଇଁ କାର୍ଯ୍ୟ ରେ ଶିଥିଲତା ଆସିଥିବା ବେଳେ  ଏହି ବିଶାଳ ମୂର୍ତ୍ତି ପାଇଁ ଶିବ ଭକ୍ତ ମାନେ ପୁନର୍ବାର ଏକାଠି ହୋଇ ଏହି କାର୍ଯ୍ୟ ସମ୍ପାଦନ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି  ନିଆଯାଇ ଥିଲା । ଏହି ବୈଠକରେ ବୁଦ୍ଧିଜୀବୀ, ସମାଜସେବୀ, ରାଜନେତା, ଶିଳ୍ପୀ, ଆଇନଜୀବି ଙ୍କ ସମେତ  ସାମ୍ବାଦିକ ମାନେ ଏକତ୍ରିତ ହୋଇ ଥିବା ବେଳେ  ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ନିଜକୁ ଏଥିରେ ସାମିଲ କରିଥିଲେ । ଆପଣ ମାନେ ଇଚ୍ଛା ପ୍ରକାଶ କଲେ ଆପଣ ମଧ୍ୟ ଏହି କାର୍ଯ୍ୟ ରେ ମୁକ୍ତ ହସ୍ତରେ ଦାନ ଦେଇ  ସହଯୋଗ କରି ପାରିବେ ।


Post a Comment

0 Comments