ଭୁବନେଶ୍ୱର ; ରାଜନୀତିରୁ ସନ୍ୟାସ ଘୋଷଣା କଲେ ଭିକେ ପାଣ୍ଡିଆନ୍ । ବିଜୁ ଜନତା ଦଳର ପରାଜୟ ପାଇଁ ମାଗିଲେ କ୍ଷମା । କହିଲେ, ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ମୁଁ ଦୁଃଖିତ । ହାତ ଯୋଡି ବିଜୁ ଜନତା ଦଳର କର୍ମୀଙ୍କୁ ମାଗିଲେ କ୍ଷମା । ଭିଡିଓ ବାର୍ତ୍ତା କରି ସେ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି ।
ପାଣ୍ଡିଆଅନ କହିଛନ୍ତି, ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାର୍ଯ୍ୟ କରିବାକୁ । ମୁଁ ଦଳର କୌଣସି ପଦବୀରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି । ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ । ଚାକିରି କ୍ୟାରିୟରରେ ଭିତରେ ମୋ ପୈତୃକ ସମ୍ପତ୍ତି ଛଡା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ । ସୂଚନା ଥାଉକି ଭିକେ ପାଣ୍ଡିଆନ ନିର୍ବାଚନୀ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନରେ ଅର୍ଥାତ ୯ଜୁନ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନ ନେଲେ ରାଜନୀତି ରୁ ସନ୍ନାସ ନେବେ ବୋଲି ଘୋଷଣା କରିଥିବା ବେଳେ ଆଜି ରାଜନୀତି ରୁ ସନ୍ନାସ ନେଇ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତ୍ତି ଭି କେ ପାଣ୍ଡିଆନ।
0 Comments