Header Ads Widget



BREAKING NEWS

6/recent/ticker-posts

ରାଷ୍ଟ୍ରୀୟ ଏକତା ଦିବସ

  

                                                                           

ପୁରୀ: ଅକ୍ଟୋବର 31 ତାରିଖ କୁ ସାରା ଦେଶ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବ। ଏ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ବାଲୁକା ଚିତ୍ର କଳା ରେ ରାଷ୍ଟ୍ରୀୟ ଏକତା ଦିବସ ର ଶୁଭେଛା ଦେଇଛନ୍ତି ସାରା ଦେଶ ବାସୀ ଙ୍କୁ। 

                                                         https://youtu.be/D_KgBfiThug?si=hPp918a0RBX4ws6J

                                                    ପୁରୀ ବେଳାଭୂମି ର ନୀଳାଦ୍ରି ବେଳାଭୂମି ରେ ସୁଦର୍ଶନ ଆଇରନ ମ୍ୟାନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଏକ ବିଶାଳ ବାଲୁକା ଚିତ୍ର କରି ଅଖଣ୍ଡ ଭାରତ ମୁଖ୍ୟ ବିନ୍ଧାଣି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସବୁଠୁ ଆକର୍ଷଣୀୟ ହୋଇଛି ଏକ ହଜାର ମାଟି ଦୀପ ରେ ଏହି ବାଲୁକା ଚିତ୍ର କଳା କୁ ସଜାଯାଇଛି। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଆମେ ରାଷ୍ଟ୍ରୀୟ ଏକତା ଦିବସ ର ଶୁଭେଛା ଏହି ବାଲୁକା ଚିତ୍ର କଳା ରେ ସାରା ଦେଶ ବାସୀ ଙ୍କୁ ଦେଇଛୁ। ଏଥି ସହ ଦୀପାବଳୀ ର ଶୁଭେଛା ମଧ୍ୟ ଦେଇଛୁ। ସମସ୍ତେ ହର୍ସୋଲ୍କାସ ରେ ଦୀପାବଳୀ ପାଳନ କରନ୍ତୁ।


Post a Comment

0 Comments