ପୁରୀ; ଦୀପାବଳି କୁ ସେଲିବ୍ରେଟ କରିବା ପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି। ଧୁମ୍ ଧାମ ରେ ଆଲୋକ ର ପର୍ବ ଦୀପାବଳୀ କୁ ପାଳନ କରିବା ପାଇଁ ସବୁ ଆଡେ ଉତ୍ସାହ ର ମାହୋଲ। ଏହି ଅବସର ର ଜଣେ ଯୁବ ଚିତ୍ର ଶିଳ୍ପୀ ବିଶ୍ୱଜିତ୍ ନାୟକ ଏକ ନିଆରା ଢଙ୍ଗ ରେ ଦୀପାବଳୀ ଶୁଭେଛା ସମସ୍ତ ଙ୍କୁ ଦେଇଛନ୍ତି। ବିଶ୍ୱଜିତ୍ 375 ଟି ଆଇସକ୍ରିମ କାଠି କୁ ନେଇ ଦେବୀ କାଳୀ ଙ୍କ ମୁଖ ମଣ୍ଡଳ ପ୍ରସ୍ତୁତ କରିଛନ୍ତି। ଏଥି ପାଇଁ ତାଂକୁ 7 ଦିନ ସମୟ ଲାଗିଥିଲା। ଏହି ଆଇସକ୍ରିମ କାଠି କଳାକୃତି ର ଉଚ୍ଚତା ରହିଚି 18 ଇଞ୍ଚ ଓ ଓସାର ରହିଚି 20 ଇଞ୍ଚ।
ତେବେ ଚଳିତ ଦୀପାବଳୀ ସମସ୍ତ ଙ୍କ ପାଇଁ ସମୃଦ୍ଧି ଆଣିବା ପାଇଁ ସେ ମା କାଳୀ ଙ୍କୁ ପ୍ରାର୍ଥନା କରୁଚି ବୋଲି ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ୍ ନାୟକ କହିଛନ୍ତି। ତେବେ ବିଶ୍ୱଜିତ୍ ପୁର୍ବରୁ ଅନେକ ଆଇସକ୍ରିମ କାଠି କଳାକୃତି କରି ବେଶ୍ ପ୍ରଶଂସିତ ହୋଇଚନ୍ତି। ଏହି ନିଆରା ଆଇସକ୍ରିମ କାଠି କଳାକୃତି ପାଇଁ ବିଶ୍ୱଜିତ୍ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଅଧିକାରି ପୁର୍ବରୁ ହୋଇ ସାରିଛନ୍ତି। ଆଗାମୀ ଦିନ ରେ ଆହୁରି ଅନେକ ସୁନ୍ଦର୍ କଳାକୃତି ତିଆରି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ପୁରୀ ସହର ର ଜୁବ ଚିତ୍ର ଶିଳ୍ପୀ ବିଶ୍ୱଜିତ୍ ନାୟକ କହିଛନ୍ତି।
0 Comments