Header Ads Widget



BREAKING NEWS

6/recent/ticker-posts

ରାଜନୈିକ ଚାପ ରେ ସରକାରୀ ବାବୁ !

       

ପୁରୀ :ପିପିଲି ରେ  ବୁଲଡୋଜର  ରାଜ ଚଳିବ ନାହିଁ । ରାଜନୈତିକ ଚାପ ରେ ମନମୁଖୀ କାମ କରୁଛନ୍ତି ସରକାରୀ ଅଧିକାରୀ ।ଏପରିକି ମାନବଧିକାର କମିଶନଙ୍କ ନିର୍ଦ୍ଦେଶ କୁ ବେଖାତିର କରି ରାଜନୈତିକ ଚାପ ରେ କାମ କରିଛନ୍ତି ବୋଲି  ସଙ୍ଘିନ ଅଭିଯୋଗ ଆଣିଛନ୍ତି । ଏଭଳି ଅଭିଯୋଗ  ଆଣିଛନ୍ତି ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ପ୍ରଧାନ  ଓରଫ ମଣ୍ଟୁ ।   ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଶାସନିକ ଅଧିକାରୀ  ଓ ସ୍ଥାନୀୟ ବିଧାୟକ ଙ୍କ ଉପରେ  ଆଙ୍ଗୁଳି ଉଠାଇଛନ୍ତି । ଅଭିଯୋଗ ଅନୁସାରେ   ଗାଁ ପଡା  ମୌଜା ଖାତା ନମ୍ବର ୧୦୯, ପ୍ଲଟ ୧୦୨  ,ତିନି ଡିସିମିଲ ଜଙ୍ଗଲ ଜମି  ଉପରେ ଥିବା ଘର  ପିପିଲି ତହସିଲଦାର ଖ ଫର୍ମ ରେ ଉକ୍ତ ଜମି ରୁ ଅବରୋଧ ହଟାଇବା ପାଇଁ  ନିର୍ଦ୍ଦେଶ ଦେଇଥିଲେ  ଆଜି ଅର୍ଥାତ  ୨୮ ତାରିଖରେ ରେ ଉକ୍ତ ସ୍ଥାନରେ ଥିବା ଘର କୁ ଉଚ୍ଛେଦ କରିବା ପାଇଁ ସମୟ ଧାର୍ଯ୍ୟ  କରାଯାଇ ଥିଲା ବେଳେ ଅଭିଯୋଗ କାରୀ ସରୋଜ କୁମାର ପ୍ରଧାନ ଏ ନେଇ  ମାନବ ଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇଥିଲେ । ମାନବଧିକାର କମିଶନ  ଏ ନେଇ ବିଚାର କରି ଏହି ଉଛେଦ ପ୍ରକିୟା ଉପରେ ରହିତାଦେଶ ଜାରି କରିବା ସହିତ  ଏହାର ପରବର୍ତ୍ତୀ ଶୁଣାଣି ମେ ୩୦ କୁ ଧାର୍ଯ୍ୟ କରିଥିଲେ ।  ମାତ୍ର   ମାନବଧିକାର କମିଶନ ଙ୍କ ଉଛେଦ ପ୍ରକିୟା ଉପରେ ରହିତାଦେଶ ଜାରି କରିବା ସତ୍ତ୍ୱେ ମଧ୍ୟ ସବୁ ଜାଣି ଶୁଣି ସ୍ଥାନୀୟ ତହସିଲଦାର ଓ ପିପିଲି ଆଇଆଇସି ନିର୍ଦ୍ଦେଶ କୁ ବେଖାତିର କରି ଉଛେଦ କରିଛନ୍ତି ବୋଲି ସରୋଜ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି ।  ଏହି ପ୍ଲଟ ରେ ୫୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ  ଆକ୍ରୋଶ ମୂଳକ ଭାବରେ ସ୍ଥାନୀୟ ବିଧାୟକ ଙ୍କ  ଚାପ ରେ ପ୍ରଶାସନିକ ଅଧିକାରୀ ମାନେ ଉଚ୍ଛେଦ କରି ଘର ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିବା ସହିତ ଏହା ବିରୁଦ୍ଧରେ ଆଇନ ଗତ  ଲଢେ଼ଇ ଜାରି ରହିବ ବୋଲି କହିଛନ୍ତି ।  ଅନ୍ୟପଟେ ପିପିଲି ରେ ବୁଲଡୋଜର ରାଜ କୁ ପ୍ରଶୟ ଦିଆଯିବ ନାହିଁ ବୋଲି ଜାତୀୟ ଦଳିତ ଆଦିବାସୀ ମାଇନ ରିଟ ରାଜ୍ୟ ସଭାପତି ବିଜୟ ସେଠୀ କହିଛନ୍ତି । ଉଛେଦ ପ୍ରକିୟା ସମ୍ପୂର୍ଣ୍ଣ ବେଆଇନ ଭାବେ କରାଯାଇ ଥିବା ,ମାନବଧିକାର କମିଶନ ଙ୍କ ନିର୍ଦ୍ଦେଶ କୁ ଭୁକ୍ଷେପ ନ କରି ପ୍ରଶାସନିକ ଅଧିକାରୀ ମାନେ ଘର ଭାଙ୍ଗିବା ଘଟଣା କୁ ନିନ୍ଦା କରିବା ସହିତ ଉଦେଶ୍ୟ ମୂଳକ ଭାବରେ ଏସବୁ କାମ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।
https://youtu.be/o8f6-TSUwhU?si=d83TUwKY-tEXFysd

 ଏପରିକି   ଆଗମୀ ୩୦ ତାରିଖରେ ଗାଁ ପଡା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ  ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କୁ ନିମନ୍ତ୍ରଣ କରା ଯାଇ ନଥିବା ରୁ ଉଦେଶ୍ୟ ମୂଳକ ଭାବରେ ଏହି ଉଛେଦ କରାଯାଇଛି ବୋଲି ବିଜୟ ସେଠୀ ଅଭିଯୋଗ କରିଥିବା ବେଳେ ଏ ନେଇ ଆଇନଗତ ଲଢେଇ ଜାରି ରହିବ ବୋଲି କହିବା ସହିତ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରାଯିବ ବୋଲି କହିଛନ୍ତି । ସେପଟେ ଉଚ୍ଛେଦ କୁ ନେଇ ସ୍ଥାନୀୟ ତହସିଲଦାର ଓ ପୋଲିସ ଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Post a Comment

0 Comments