ପୁରୀ :ପିପିଲି ରେ ବିଜେଡ଼ି ପକ୍ଷ ରୁ ଅକ୍ଷି ମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ପିପିଲି ବ୍ଲକ ଯଶୁଆପୁର ପଞ୍ଚାୟତ ଭଗବତୀପୁର ଠାରେ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଅକ୍ଷି ମୁଠି ଅନୁକୂଳ କରିଛନ୍ତି। କୃଷି ଓ କୃଷକଙ୍କ ଉନ୍ନତି କାମନା କରିବା ସହିତ ଭଲ ଫସଲ ପାଇଁ ପୂଜାର୍ଚ୍ଚନା କରି ଓଡ଼ିଆ ପରମ୍ପରା ଅନୁସାରେ ଅକ୍ଷି ମୁଠି ଅନୁକୂଳ କରିଥିଲେ।
https://youtu.be/X26vKsHC920?si=vaOAKH_kUX8zingh
ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ଭଳି ରୁଦ୍ର ନିଜେ ବଳଦ ଓ ଲଙ୍ଗଳ ଦ୍ୱାରା ଚାଷଜମିକୁ ହଳ କରି ଚାଷୀ ମାନଙ୍କ ପାଇଁ ଶୁଭ ମନାସି ଅକ୍ଷି ମୁଠି ଅନୁକୂଳ କରିଥିଲେ।
https://youtu.be/OomfnA9Qtq0?si=5n8a5gx1tqncA7ui
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପିପିଲି ଏନ୍ଏସି ଚେୟାର ମ୍ୟାନ ସେକ୍ ବାବୁ, ବିଜେଡ଼ି ର ଯୁବ ନେତା ଦେବାଶିଷ ନନ୍ଦ,ପୂର୍ବତନ କାଉନସିଲର ଗନ୍ଧର୍ବ ପରିଡ଼ା,ବିଜେଡ଼ି ବରିଷ୍ଠ ନେତା ଶରତ ବେହେରାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ଚାଷୀ ଏହି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିଥିଲେ । ଏହି ଅବସର ରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କୁ ମନେ ପକାଇଥିଲେ ଅନେକ । ସୁଚନା ଥାଉକି ଆଜି ବିଜେଡ଼ି ଭଳି ଅନେକ ଏହି କାର୍ଯକ୍ରମ ପାଳନ କରିଥିଲା ବେଳେ ଅକ୍ଷୟ ତୃତୀୟା ପିପିଲି ରେ ସରକାରୀ ଭାବରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇ ନବାରୁ ଲୋକଙ୍କ ମନ ରେ ଅସନ୍ତୋଷ ପ୍ରକାଶ ପାଇଥିଲା।
0 Comments