Header Ads Widget



BREAKING NEWS

6/recent/ticker-posts

ପିପିଲି ସିରିଆ ପୁର ଲୋକେ ବଞ୍ଚାଇ ରଖିଛନ୍ତି ଓଡିଆ କଳା ସଂସ୍କୃତି।

     
ପୁରୀ:ପିପିଲି ପୈରାଞ୍ଚଳ ସିରିଆପୁର ଗ୍ରାମ ସ୍ଥିତ ମା କାଳିକା ଦେବୀ ପୀଠରେ ଶ୍ରୀମଦ୍ ଭଗବତ୍ ଗୀତା ପରାୟଣ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୁରୋହିତ ସନ୍ତୋଷ ତ୍ରିପାଠୀଙ୍କ ପୈାରହିତରେ ୫ଜଣ ପୁରୋହିତ ଏଥିରେ ସାମିଲ ହୋଇ ମହାଯଜ୍ଞ ର ରୀତିତୀନି  ସମ୍ପାଦନ କରୁଛନ୍ତି । ତେବେ ପ୍ରଥମ ଦିବସ ରେ ଯଜ୍ଞ କାର୍ଯ୍ୟ ପାଇଁ କଳସ ଯାତ୍ରା ହୋଇଥିଲା । ଗ୍ରାମର ୧୦୦ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଏଥିରେ  ସାମିଲ ହୋଇଥିଲେ । ତେବେ ଏହି ମହାଯଜ୍ଞ ରେ ଏକ ନିଆରା ପରମ୍ପରା ଦୃଶ୍ୟ ଦେଖିବାକୁ ମିଳିଥିଲା । 

https://youtu.be/UmHyzMq_mOc?si=yjUk_jtci0inOc6d

ପ୍ରଭୁ ଶ୍ରୀକୃଷ୍ଣ ଙ୍କ ସହ ଅର୍ଜୁନ ଙ୍କ ପ୍ରତିମୃତ୍ତି ଏଥିରେ ପୂଜା ପାଉଥିବା ବେଳେ ଶ୍ରୀମଦ୍ ଭଗବତ ଗୀତା ପରାୟଣ ନାମଯଜ୍ଞ ରେ ପ୍ରକମ୍ପିତ ହୋଇଥିଲା ଅଂଚଳ। ଗ୍ରାମର ସୁଶାନ୍ତ କୁମାର ପରିଡ଼ା ଓ ଧର୍ମପତ୍ନୀ ସୁଶାନ୍ତି ପରିଡ଼ା ଏଥିରେ କର୍ତ୍ତା କର୍ତ୍ତି ଭାବେ କାର୍ଯ୍ୟନିର୍ବାହ  କରିଥିବା ବେଳେ ଏହି ମହାଯଜ୍ଞ  ଆସନ୍ତା ତିନି ଦିନ ବ୍ୟାପି ଚାଲିବ ଓ ପ୍ରତ୍ୟେହ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଗ୍ରାମ ର କାଉନସିଲର ସୈମ୍ୟରଂଜନ ସ୍ବାଇଁ କହିଛନ୍ତି।

Post a Comment

0 Comments