Header Ads Widget



BREAKING NEWS

6/recent/ticker-posts

ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ପିପିଲି,





 ପିପିଲି ;ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ପିପିଲି, ଶ୍ରୀରାମ ନବମୀ ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ପିପିଲି।ସଂଗଠିତ ହିନ୍ଦୁ ପରିବାର ପକ୍ଷରୁ ପିପିଲିରେ ଶ୍ରୀରାମ ରଥଯାତ୍ରା ଓ ବିଶାଳ ଶୋଭାଯାତ୍ରା ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଅଞ୍ଚଳ ଗେରୁଆ ପତାକାମୟ ହୋଇଯାଇଥିବା ବେଳେ ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ପିପିଲି ବଜାର । ଏହି ଶ୍ରୀରାମ ରଥକୁ ବିଭିନ୍ନ ସ୍ଥାନରେ ଭରପୁର ସ୍ୱାଗତ କରାଯାଇଥିଲା।୨ହଜାରରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱେଚ୍ଛାକୃତ ଭାବେ ହାତରେ ଶ୍ରୀରାମ ପତାକା ଧରି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଶିଶୁ ଉଦ୍ୟାନ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଇନ୍ଦିରା ମଇଦାନ ଅଞ୍ଚଳ ପରିକ୍ରମା କରିଥିଲେ।ଜୟ ଶ୍ରୀରାମ ଧ୍ୱନୀ ସମେତ ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ମହୁରୀ ଓ ତୂରୀଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପିପିଲି ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।


Post a Comment

0 Comments