ସୂଚନା ଥାଉକି ପିପିଲି ଅଞ୍ଚଳ ଜୟପୁର ହାଟ ର ଜନୈକ ବ୍ୟକ୍ତି ତାଙ୍କ ପୁଅ ଙ୍କୁ ଜ୍ଵର ହୋଇଥିବା ରୁ ଚିକିତ୍ସା ପାଇଁ ପିପିଲି ଡାକ୍ତରଖାନା କୁ ଆସିଥିଲେ । ଡ୍ୟୁଟି ରେ ଥିବା ଦେଵ ଦତ୍ତ ମୁଦୁଲି ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଅସଭ୍ୟ ବ୍ୟବହାର କରିଥିବା ରୁ ପିପିଲି ଡାକ୍ତର ଖାନା ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅସଭ୍ୟ ବ୍ୟବହାର କରିଥିବା ଡାକ୍ତର ଙ୍କୁ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରିବା ଦାବୀ କରିଥିଲେ ସ୍ଥାନୀୟ ଜନସାଧାରଣ ।ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଚି ଲୋକ ଙ୍କୁ ବୁଝାସୁଝା କରିବା ପରେ ଡାକ୍ତରଖାନା ରେ ଉତ୍ତେଜନା ହ୍ରାସ ପାଇଥିଲା।
ନାଇଟ ଡ୍ୟୁଟି ରେ ଥିବା ଡ଼ାକ୍ତର ରୋଗୀ ଓ ତାଙ୍କ ସମ୍ପର୍କୀୟ (ମହିଳା) ଙ୍କ ଉପସ୍ଥିତି ରେ ଅସଭ୍ୟ ଭାଷା କହିବା ପରେ ଡାକ୍ତର ଓ ରୋଗୀ ସମ୍ପର୍କୀୟ ଙ୍କ ମଧ୍ୟରେ ଉକ୍ତ ଭାଷା କୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟ ରେ ସେଠାରେ ଉପସ୍ଥିତ ଥିବା ରୋଗୀ ଓ ସ୍ଥାନୀୟ ବାସିନ୍ଦା ମାନେ ଡ଼ାକ୍ତର ଙ୍କ ଏଭଳି ବ୍ୟବହାର ରେ କ୍ଷୁବ୍ଧ ହୋଇ ଥିଲେ । ଖବର ପାଇ ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଚି ଲୋକ ଙ୍କୁ ବୁଝାସୁଝା କରୁଥିବା ବେଳେ ଡ଼ାକ୍ତର ଙ୍କୁ ଏଠାରୁ ଅନ୍ୟତ୍ର ବଦଳି ଦାବି ଜୋର୍ ଧରି ଥିଲା।
0 Comments